Posted inଖେଳ

ପୁରୁଷ ହକିରେ ଭାରତର ବ୍ରୋଞ୍ଜ ପଦକ ଆଶା…

ଟୋକିଓ/ନୂଆଦିଲ୍ଲୀ,୩।୮: ଅଲିମ୍ପିକ ସେମିଫାଇନାଲରେ ଭାରତୀୟ ପୁରୁଷ ହକି ଦଳ ବେଲଜିୟମଠାରୁ ପରାଜିତ ହୋଇଛି। ଫଳରେ ଭାରତର ଗୋଲ୍ଡ ଏବଂ ସିଲିଭର୍‌ ପଦକ ଆଶା ଧୁଳିସାତ୍‌ ହୋଇଛି। ତେବେ ବ୍ରୋଞ୍ଜ ପଦକ ଆଶା ରହିଛି। ଏହି ମ୍ୟାଚରେ ଭାରତ ଦୁଇଟି ଗୋଲ ସ୍କୋର କରିଥିବାବେଳେ ବେଲଜିୟମ ପାଞ୍ଚଟି ଗୋଲ ସ୍କୋର କରି ଫାଇନାଲରେ ପ୍ରବେଶ କରିଛି। ଦ୍ୱିତୀୟ ସେମିଫାଇନାଲର ବିଜେତା ଫାଇନାଲରେ ଖେଳିବ, ହାରିଥିବା ଦଳ ବ୍ରୋଞ୍ଜ ପଦକ ପାଇଁ ଭାରତ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବ।
ମ୍ୟାଚର ପ୍ରଥମ କ୍ୱାର୍ଟରରେ ବେଲଜିୟମର ଗୋଟିଏ ଗୋଲ ବିପକ୍ଷରେ ଭାରତୀୟ ଦଳ ଦୁଇଟି ଗୋଲ ଦେଇ ଅଗ୍ରଣୀ ହାସଲ କରିଥିଲା। କିନ୍ତୁ ଏହା ପରେ ବେଲଜିୟମ ଦଳ ଭାରତୀୟ ଦଳକୁ ସୁଯୋଗ ଦେଇ ନ ଥିଲା। ମ୍ୟାଚରେ ବେଲଜିୟମକୁ ୧୪ ପେନାଲ୍ଟି କର୍ନର ମିଳିଥିଲା । ଏଥିରୁ ବେଲଜିୟମ୍‌ ୩ଟି କର୍ନରକୁ ଗୋଲରେ ପରିଣତ କରିଥିଲା। ସେମିଫାଇନାଲ ମ୍ୟାଚର ଦ୍ୱିତୀୟ କ୍ୱାର୍ଟର ରୋମାଞ୍ଚକର ଥିଲା। ଏଥିରେ ଉଭୟ ଦଳ ପେନାଲ୍ଟି କର୍ନର ପାଇଥିଲେ। ଖେଳର ତୃତୀୟ କ୍ୱାର୍ଟରରେ ଭାରତୀୟ ଦଳକୁ ପଞ୍ଚମ ପେନାଲ୍ଟି କର୍ନର ମିଳିଥିଲା। ତେବେ ଦଳ ଏହାକୁ ଗୋଲରେ ପରିଣତ କରିପାରି ନ ଥିଲା। ମ୍ୟାଚର ଚତୁର୍ଥ କ୍ୱାର୍ଟରରେ ବେଲଜିୟମ ଏକ ପେନାଲ୍ଟି ଷ୍ଟ୍ରୋକ ପାଇଥିଲା ଏବଂ ଦଳର ଖେଳାଳି ହେଣ୍ଡ୍ରିକ୍ସ ଆଉ ଏକ ଗୋଲ ସ୍କୋର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜୟ ଜଗନ୍ନାଥ ଶୁଣି ବିଗିଡ଼ି ଗଲେ କଂସ ମହାରାଜ: ଆଉ ତା’ପରେ ଘଟିଲା…

ମଥୁରାନଗରୀ,୩୧।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ସବୁଠାରୁ ଅନନ୍ୟ ଓ ନିଆରା। ଏଠାରେ ମଥୁରା ଅଛି, ଗୋପପୁର ମଧ୍ୟ ରହିଛି। ସେହିପରି ଯମୁନା...

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

UAE ର ଦୁଇ ଜାହାଜ ଉପରେ ଏୟାରଷ୍ଟ୍ରାଇକ୍ କଲା ସାଉଦି ଆରବ, ଦେଲା ୨୪ ଘଣ୍ଟା ଅଲ୍ଟିମେଟମ୍

ନୂଆଦିଲ୍ଲୀ,୩୦।୧୨: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ପଶ୍ଚିମ ଏସିଆର ଦୁଇ ଶକ୍ତିଶାଳୀ ଦେଶ ସାଉଦି ଆରବ ଏବଂ ୟୁନାଇଟେଡ ଆରବ ଏମିରେଟ୍ସ (UAE) ମଧ୍ୟରେ ତିକ୍ତତା ଚରମ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri