Categories: ଜାତୀୟ

ଦେଶର ଏତିକି କଏଦୀଙ୍କ ପାଖରେ ଅଛି ଟେକ୍‌ନିକାଲ ଡିଗ୍ରୀ

ନୂଆଦିଲ୍ଲୀ, ୧୪।୨ : ପୂରା ଦେଶରେ ଏବେ ୪,୭୮,୬୦୦ କଏଦୀ ଜେଲଦଣ୍ଡ ଭୋଗୁଛନ୍ତି। ସେମାନଙ୍କ ମଧ୍ୟରୁ ୧,୩୨,୭୨୯ ଅଶିକ୍ଷିତ ଥିବାବେଳେ ୫,୬୭୭ ଜଣ କଏଦୀଙ୍କ ପାଖରେ ରହିଛି ଟେକ୍‌ନିକାଲ ଡିଗ୍ରୀ। ଏହା ଦର୍ଶାଇଛି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ (ଏମ୍‌ଏଚ୍‌ଏ) ପକ୍ଷରୁ ପ୍ରକାଶ ପାଇଥିବା ତଥ୍ୟ।

ସ୍ବରାଷ୍ଟ୍ର ରାଷ୍ଟ୍ର ମନ୍ତ୍ରୀ ଜି. କିଷନ ରେଡ୍ଡୀ ନିକଟରେ ସଂସଦରେ ବିଭିନ୍ନ ରାଜ୍ୟର ଜେଲରେ ଥିବା କଏଦୀଙ୍କ ପରିସଂଖ୍ୟାନ ପ୍ରଦାନ କରିଛନ୍ତି। ୨୦୧୯ ଡିସେମ୍ବର ତାରିଖ ୩୧ ପର୍ଯ୍ୟନ୍ତ ନ୍ୟାଶନାଲ କ୍ରାଇମ ରେକଡର୍‌ସ ବ୍ୟୁରୋ(ଏନ୍‌ସିଆରବି) ଦ୍ୱାରା ଏହି ପରିସଂଖ୍ୟାନ ପ୍ରସ୍ତୁତ କରାଯାଇଛି। କଏଦୀଙ୍କ ଶିକ୍ଷା ଉପରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ସର୍ବାଧିକ ୧,୯୮,୮୭୨ (୪୧.୫୫ ପ୍ରତିଶତ) ଜେଲରେ ଥିବା ଅପରାଧି ଦଶମ ପର୍ଯ୍ୟନ୍ତ ପଢି ନାହାନ୍ତି। ୧,୦୩,୦୩୬ (୨୧.୫୨ ପ୍ରତିଶତ) କଏଦୀ ଦଶମ ପର୍ଯ୍ୟନ୍ତ ପଢ଼ିଛନ୍ତି। ଆଉ ଜେଲ୍‌ରେ ୩୦,୨୦୧ ଜଣ ଗ୍ରାଜୁଏଟ, ୮,୦୮୫ ପୋଷ୍ଟ ଗ୍ରାଜୁଏଟ ଓ ୫,୬୭୭ ଜଣ ଟେକନିକାଲ ଡିଗ୍ରୀ କିମ୍ବା ଡିପ୍ଲୋମା କରିଥିବା ଅଛନ୍ତି।

Share