ଭାରତରେ ବେକାବୁ କରୋନା: ଗତ ୨୪ ଘଣ୍ଟାରେ ୫୭ହଜାରରୁ ଉର୍ଦ୍ଧ୍ୱ ନୂଆ କେସ୍‌

ନୂଆଦିଲ୍ଲୀ,୧।୮: ସମସ୍ତ ଉଦ୍ୟମ ପରେ ବି ଭାରତରେ ପ୍ରତିଦିନ ନୂଆ ରେକର୍ଡ ଭାଙ୍ଗୁଛି କରୋନା। ଭାରତର ବିଭିନ୍ନ ସ୍ଥାନରେ କରୋନ ଭାଇରସ୍‌ ନିଜର ଆଧିପତ୍ୟ ଜାହିର କରିଥିବା ବେଳେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଇତିମଧ୍ୟରେ ଦେଶରେ ଗତ ୨୪ ଘଣ୍ଟାରେ ସର୍ବଧିକ ୫୭,୧୧୮ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭୬୪ଜଣଙ୍କ ମୃତ୍ୟୁ ଘଟିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ପାଖାପାଖି ୧୭ଲକ୍ଷରେ ପହଞ୍ଚିଛି। ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଶନିବାର ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ଦେଶରେ ଏପର୍ଯ୍ୟନ୍ତ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬,୯୫,୯୯୮କୁ ବୃଦ୍ଧି ପାଇଛି। ସେଥମଧ୍ୟରୁ ୧୦,୯୪,୩୭୪ ଜଣ ସୁସ୍ଥ ହୋଇଥିବା ବେଳେ ୩୬,୫୧୧ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଜୁଲାଇ ମାସରେ କରୋନା ମାମଲା ଦ୍ରୁତଗତିରେ ବଢ଼ିଥିବା ନଜର ଆସିଛି। ଯାହା ଏବେ ସରକାରଙ୍କ ଚିନ୍ତା ବଢ଼ାଇଦେଇଛି। ଅନ୍ୟପଟେ ଭାରତରେ ଏଯାଏଁ୧.୯୩ କୋଟିରୁ ଉର୍ଦ୍ଧ୍ୱ କରୋନା ଟେଷ୍ଟ ହୋଇସାରିଛି।

Share