ଶିକ୍ଷାଠାରୁ ବିବାହରେ ଅଧିକ ଖର୍ଚ୍ଚ କରୁଛନ୍ତି ଭାରତୀୟ

ଭୁବନେଶ୍ୱର,୧ା୭(ଅନୁରାଧା ମହାରଣା): ଭାରତୀୟମାନେ ଖାଦ୍ୟକୁ ବାଦ ଦେଲେ ସବୁଠାରୁ ଅଧିକ ଖର୍ଚ୍ଚ ବିବାହ ଉତ୍ସବରେ ଖର୍ଚ୍ଚ କରନ୍ତି। ଏପରିକି ଭାରତୀୟତମାନେ ଶିକ୍ଷା ପାଇଁ ବ୍ୟୟ କରୁଥିବା ଅର୍ଥର ଦୁଇଗୁଣାରୁ ଅଧିକ ବିବାହରେ ଖର୍ଚ୍ଚ କରିଥାନ୍ତି। ଭାରତୀୟ ବିବାହ ଉଦ୍ୟୋଗକୁ ନେଇ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଏହି ଉଦ୍ୟୋଗର ଆକାର ପ୍ରାୟ ୧୦ ଲକ୍ଷ କୋଟି ଟଙ୍କା। ଭାରତରେ ପ୍ରତିବର୍ଷ ୮୦ ଲକ୍ଷରୁ ୧ କୋଟି ବିବାହ ହେଉଥିବାବେଳେ ଚାଇନାରେ ୭୦ରୁ୮୦ ଲକ୍ଷ ଏବଂ ଆମେରିକାରେ ୨୦-୨୫ ଲକ୍ଷ ବିବାହ ହୋଇଥାଏ।

ରିପୋର୍ଟରେ ଦର୍ଶାଯାଇଛି, ଭାରତୀୟ ବିବାହ ଶିଳ୍ପ ଆମେରିକାର ଶିଳ୍ପର ଦୁଇଗୁଣ ଅଟେ। ତେବେ ଏହାର ପରିମାଣ ଚାଇନାଠାରୁ କମ୍‌ ରହିଛି। ଆମେରିକୀୟ ବିବାହ ଶିଳ୍ପ ୭୦ ବିଲିୟନ ଆମେରିକୀୟ ଡଲାର ହୋଇଥିବାବେଳେ ଚାଇନାରେ ବିବାହ ଶିଳ୍ପ ପରିମାଣ ୧୭୦ ବିଲିୟନ ଡଲାର ରହିଛି। ଭାରତୀୟମାନେ ଖାଦ୍ୟପେୟରେ ୬୮୧ ବିଲିୟନ ଡଲାର୍‌ ଖର୍ଚ୍ଚ କରୁଥିବାବେଳେ ଏହା ପଛକୁ ବିବାହ ଖର୍ଚ୍ଚ ଦ୍ୱିତୀୟ ସ୍ଥାନରେ ରହିଛି। ଏହାର ଆକାର ୧୩୦ ବିଲିୟନ ଆମେରିକୀୟ ଡଲାର ବୋଲି ଆକଳନ କରାଯାଇଛି। ଭାରତରେ ବିବାହ ଏକ ଗୁରୁତ୍ୱପୂର୍ଣ୍ଣ ଉସତ୍ବ ହୋଇଥିବାବେଳେ ଅଳଙ୍କାର ଏବଂ ପୋଷାକରେ ଖର୍ଚ୍ଚ ହେଉଥିବାବେଳେ ପରୋକ୍ଷରେ ଇଲେକ୍ଟ୍ରୋନିକ୍ସ ଶିଳ୍ପକୁ ଲାଭ ଦିଏ। ବ୍ୟୟବହୁଳ ବିବାହ ଉସତ୍ବ କମାଇବା ପାଇଁ ଅନେକ ସମୟରେ ଚେଷ୍ଟା କରାଯାଉଥିଲେ ମଧ୍ୟ ବିବାହ ଖର୍ଚ୍ଚ ପରିମାଣ ବୃଦ୍ଧି ପାଉଛି।

ଦେଶରେ ବିବାହ ଶିଳ୍ପ ଆମେରିକାର ତୁଳନାରେ ପ୍ରାୟ ଦୁଇଗୁଣ ଏବଂ ପ୍ରମୁଖ ଉପଭୋକ୍ତା ବର୍ଗରେ ଯଥେଷ୍ଟ ଅବଦାନ ରହିଛି। ଭାରତୀୟ ବିବାହର ବିଭିନ୍ନ ଉସତ୍ବ ଅନେକ ଦିନ ଧରି ଚାଲିଥାଏ ଏବଂ ଅତ୍ୟଧିକ ବ୍ୟୟବହୁଳ ଅଟେ। ଏଥିରେ ସ୍ଥାନ, ଧର୍ମ ଏବଂ ଅର୍ଥନୈତିକ ପୃଷ୍ଠଭୂମି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହି ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ, ଭାରତରେ ବିବାହ ପାଇଁ ଖର୍ଚ୍ଚ ଶିକ୍ଷା ସ୍ନାତକୋତ୍ତର ପର୍ଯ୍ୟନ୍ତ ଦୁଇଗୁଣ ହୋଇଥିବାବେଳେ ଆମେରିକା ଭଳି ଦେଶରେ ଏହି ଖର୍ଚ୍ଚ ଶିକ୍ଷାର ଅଧାରୁ କମ୍‌ ଅଟେ।


Enter your email to get our daily news in your inbox.

All Right Reserved By Dharitri.Com

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

ପିକଅପ୍ ଧକ୍କାରେ ଚାହା କେବିନ୍ ସହ ୨ ବାଇକ୍ ଚୁରମାର, ଠାକୁର ପୂଜା କରୁଥିବା ବେଳେ…

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତାର ଦେଓଖାଳି ଛକରେ ସଡ଼କ ଦୁର୍ଘଟଣା । ସକାଳ ପ୍ରାୟ ସାଢ଼େ ୬ ଟାରେ...

ସୁସ୍ଥ ପରିବେଶ ଗଠନ ପାଇଁ ସଚେତନତା, ନୂଆ କମିଟି ଚୟନ….

ରାୟଗଡ଼ା,୨୧।୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ହାଲୁଆ ଗ୍ରାମ ନିକଟସ୍ଥ ସେବା ସମାଜ ଗୃହ ଠାରେ ପ୍ରେସ କ୍ଲବର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri