Categories: ଜାତୀୟ

ମିନିଟ୍‌ ପିଛା ଅର୍ଡର ହେଉଛି ୧୧୫ ପ୍ଲେଟ୍‌ ବିରିୟାନୀ

ନୂଆଦିଲ୍ଲୀ,୨୨।୧୨: ଦେଶରେ ଚଳିତ ବର୍ଷ ପ୍ରତି ମିନିଟ୍‌ରେ ୧୧୫ ପ୍ଲେଟ ବିରିୟାନୀ ଅର୍ଡର କରାଯାଉଛି। ମଙ୍ଗଳବାର ଏଭଳି ତଥ୍ୟ ରଖିଛି ଖାଦ୍ୟ ଡେଲିଭର କରୁଥିବା ପ୍ଲାଟଫର୍ମ ସୁଇଗି।

“୪.୨୫ ଲକ୍ଷ ୟୁଜର ସୁଇଗିରେ ପ୍ରଥମେ ଚିକେନ ବିରିୟାନୀ ମଗାଇଛନ୍ତି। ଏହି ଆପ୍‌ ଜରିଆରେ କେବଳ ସିଙ୍ଗେଡ଼ା ଅର୍ଡର କରିଥିବା ୟୁଜରଙ୍କ ସଂଖ୍ୟା ୫ ନିୟୁତ, ଯାହାକି ନ୍ୟୁଜିଲାଣ୍ଡର ଲୋକସଂଖ୍ୟା ସହ ସମାନ। ଗତବର୍ଷ ୨୦୨୦ରେ ମିନିଟ୍‌ ପିଛା ୯୦ ବିରିୟାନୀ ଅର୍ଡର ଆସୁଥିଲା। ଚଳିତ ବର୍ଷ ତାହା ୧୧୫ରେ ପହଞ୍ଚିଛି। ସିଙ୍ଗେଡ଼ା ଦେଶର ଫେଭରାଇଟ୍‌ ସ୍ନାକ ହୋଇଥିବା ବେଳେ ଏହା ପଛକୁ ୨.୧ ନିୟୁତ ଅର୍ଡର ସହ ଦ୍ୱିତୀୟ ସ୍ଥାନରେ ରହିଛି ପାଓ ଭାଜି। ସେହିଭଳି ମିଠା ଡେସର୍ଟ ତାଲିକାରେ ୨.୧ ନିୟୁତ ଅର୍ଡର ଗୁଲାବ ଜାମୁନ ଶୀର୍ଷରେ ରହିଛି। ଏହା ପଛକୁ ରହିଛି ରସମଲାଇ(୧.୨୭ ନିୟୁତ) ” ବୋଲି କମ୍ପାନୀ ପକ୍ଷରୁ ବିବୃତିରେ କୁହାଯାଇଛି।

 

Share