ବୁଦାପେଷ୍ଟରେ ପହଞ୍ଚିବାକୁ ଜାରି ହେଲା ନୂଆ ଆଡଭାଇଜରି

ନୂଆଦିଲ୍ଲୀ,୬।୩: ୟୁକ୍ରେନ୍‌ରୁ ଭାରତୀୟମାନଙ୍କୁ ଉଦ୍ଧାର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସେଠାରେ ଆହୁରି ଅନେକ ରହିଯାଇଥିବା ବେଳେ ଭାରତୀୟ ଦୂତାବାସ ପକ୍ଷରୁ ସେମାନଙ୍କ ପାଇଁ ରବିବାର ନୂଆ ଆଡଭାଇଜରି ଜାରି କରାଯାଇଛି। ୟୁକ୍ରେନ୍‌ ଏବଂ ହଙ୍ଗେରିରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଟୁଇଟ କରି ଆଡଭାଇଜରି ଜାରି ହୋଇଛି। ଏଥିରେ ଭାରତୀୟମାନଙ୍କୁ ହଙ୍ଗେରି ସିଟି ସେଣ୍ଟର ସହ ଯୋଗାଯୋଗ କରିବାକୁ କୁହାଯାଇଛି। ଏପରିକି ଜରୁରୀ ଭିତ୍ତିରେ ଗୁଗଲ୍‌ ଫର୍ମ ପୂରଣ କରିବାକୁ ପରାମର୍ଶ ଦିଆଯାଇଛି।

ଭାରତ ସରକାରଙ୍କ ପକ୍ଷରୁ ଅପରେଶନ ଗଙ୍ଗାରେ ୟୁକ୍ରେନ୍‌ରେ ଫସି ରହିଥିବା ଭାରତୀୟଙ୍କୁ ପଡୋଶୀ ଦେଶଦେଇ ଭାରତକୁ ଅଣାଯାଉଛି। ବର୍ତ୍ତମାନ ସୁଦ୍ଧା ୧୫,୯୨୦ ଭାରତୀୟଙ୍କୁ ଫେରାଇ ଅଣାଯାଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ଯେଉଁ ଛାତ୍ରୀଛାତ୍ର ରହିଯାଇଛନ୍ତି, ସେମାନେ ହଙ୍ଗେରିର ବୁଦାପେଷ୍ଟ ସହରରେ ସ୍ଥାନୀୟ ସମୟ ସକାଳ ୧୦ରୁ ୧୨ଟା ମଧ୍ୟରେ ପହଞ୍ଚତ୍ବାକୁ ଭାରତୀୟ ଦୂତାବାସ ପକ୍ଷରୁ ପରାମର୍ଶ ଦିଆଯାଇଛି।

Share