Posted inଜାତୀୟ

ଆମେରିକାରେ ପାଠପଢ଼ା ପ୍ରତି ଭାରତୀୟଙ୍କ ଅନାଗ୍ରହ

ନୂଆଦିଲ୍ଲୀ, ୨୨ା୯ (ପି.ଟି.): ଭାରତୀୟ ଛାତ୍ରୀଛାତ୍ରଙ୍କ ବିଦେଶରେ ପଢ଼ିବା ଆଗ୍ରହରେ ପରିବର୍ତ୍ତନ ଆସିଛି। ଆଇଡିପି ଏଜୁକେଶନ ପକ୍ଷରୁ ରବିବାର ଜାରି ରିପୋର୍ଟ ଅନୁଯାୟୀ, ଭାରତୀୟ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଆମେରିକାରେ ପାଠପଢ଼ା ସମ୍ପର୍କିତ ତଥ୍ୟ ଖୋଜିବା ହାର ବର୍ଷକ ମଧ୍ୟରେ ୪୬.୪% ହ୍ରାସ ପାଇଛି। ସେହିପରି କାନାଡାରେ ଏହି ହାର ୨ ବର୍ଷ ମଧ୍ୟରେ ୭୦ରୁ ୭୫% କମିଛି। ଆଇଡିପି ଏଜୁକେଶନର ଦକ୍ଷିଣ ଏସିଆ, କାନାଡା, ଲାଟିନ ଆମେରିକା (ଏଲ୍‌ଏଟିଏଏମ୍‌) ଆଞ୍ଚଳିକ ନିର୍ଦ୍ଦେଶକ ପୀୟୂଷ କୁମାର କହିଛନ୍ତି, ସମ୍ପ୍ରତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ କାର୍ଯ୍ୟକାଳରେ ବିଭିନ୍ନ ନୀତିଗତ ପରିବର୍ତ୍ତନ ଏବଂ ଭିଜା ନିୟମାବଳୀରେ ଅନିଶ୍ଚିତତା ଯୋଗୁ ସେଠାରେ ଭାରତୀୟ ଛାତ୍ରୀଛାତ୍ରଙ୍କ ପାଠପଢ଼ା ଯୋଜନା ପ୍ରଭାବିତ ହୋଇଛି। ୨୦୨୪ ଜୁନ୍‌ ପରଠାରୁ ଭାରତୀୟ ଛାତ୍ରୀଛାତ୍ରଙ୍କ ଭିଜା ଅନୁମୋଦନ ହାର ହ୍ରାସ ପାଇଛି। ଏହାର ପ୍ରଭାବରେ ଦେଶର ଛାତ୍ରୀଛାତ୍ରଙ୍କ ମଧ୍ୟରେ ଆମେରିକାରେ ପାଠପଢ଼ା ସମ୍ପର୍କିତ ତଥ୍ୟ ଖୋଜିବା ହାର ୪୬.୪% ହ୍ରାସ ପାଇଛି। ସେହିପରି ଆମେରିକା ଟାରିଫ ଯୋଗୁ କାନାଡାର ନିମ୍ନଗାମୀ ଅର୍ଥନୀତି ଆଦି କାରଣରୁ ସେଠାରେ ପଢ଼ିବାର ଆଗ୍ରହ କମିଛି। ତେବେ ବ୍ରିଟେନ୍‌ ଓ ଅଷ୍ଟ୍ରେଲିଆ ପ୍ରତି ଭାରତୀୟ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଆକର୍ଷଣ ପୂର୍ବବର୍ଷ ପରି ସ୍ଥିର ରହିଛି। ଅଷ୍ଟ୍ରେଲିଆରେ ଚଳିତବର୍ଷ ଭାରତୀୟ ଛାତ୍ରୀଛାତ୍ରଙ୍କ ସଂଖ୍ୟାରେ ୯% ବୃଦ୍ଧି ଘଟିଛି। ଅଷ୍ଟ୍ରେଲିଆରେ ଉଚ୍ଚଶିକ୍ଷା ଅଧ୍ୟୟନ କଲେ ନିଯୁକ୍ତି ପାଇଁ ପର୍ଯ୍ୟାପ୍ତ ସୁଯୋଗ ମିଳିପାରିବ ବୋଲ ସେମାନଙ୍କର ଭରସା ଥିବା ପୀୟୂଷ କହିଛନ୍ତି। ଅଷ୍ଟ୍ରେଲିଆ ସରକାର ୧୯୬୯ରେ ଆଇଡିପି ସ୍ଥାପନ କରିଥିଲେ। ଶିକ୍ଷାକ୍ଷେତ୍ରରେ ଏହା ଏକ ବୈଶ୍ୱିକ ସଂସ୍ଥା, ଯାହା ପ୍ରତିବର୍ଷ ୧ ଲକ୍ଷ ଛାତ୍ରୀଛାତ୍ରଙ୍କୁ ୮୦୦ରୁ ଅଧିକ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇବା ପାଇଁ ସାହାଯ୍ୟ କରିଥାଏ। ଏହାର ନେଟ୍‌ଓ୍ବର୍କ ଅଷ୍ଟ୍ରେଲିଆ, ବ୍ରିଟେନ୍‌, ଆମେରିକା, କାନାଡା, ଆୟର୍ଲାଣ୍ଡ, ନ୍ୟୁଜିଲାଣ୍ଡ ଆଦି ଦେଶରେ ରହିଛି। ଭାରତର ୬୩ ସହରରେ ଆଇଡିପିର ୭୩ଟି କାର୍ଯ୍ୟାଳୟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୟଙ୍କର ହେଲା ଯୁଦ୍ଧ! ପ୍ରଥମ ଥର ପାଇଁ ଆମେରିକାର ୮୦୦ କୋଟିର ଫାଇଟର ଜେଟ୍‌କୁ ଇରାନର ଟାର୍ଗେଟ, ବଢ଼ିଲା…

ୱାଶିଂଟନ, ୧୯।୩:ମଧ୍ୟ-ପ୍ରାଚ୍ୟ ରଣାଙ୍ଗନରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆମେରିକାର ଏକ ଅତ୍ୟାଧୁନିକ F-୩୫ ଷ୍ଟେଲଥ ଫାଇଟର ଜେଟ୍‌ ଇରାନ ଉପରେ ଏକ ଯୁଦ୍ଧ ମିଶନରେ…

ଇଂଲଣ୍ଡ ଗସ୍ତ ପୂର୍ବରୁ ଆୟର୍ଲାଣ୍ଡରେ ଟି୨୦ ସିରିଜ ଖେଳିବ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୧୯ା୩: ବିଶ୍ୱ ଚାମ୍ପିୟନ ଭାରତ, ଇଂଲଣ୍ଡରେ ଧଳା ବଲ ସିରିଜ୍‌ ଖେଳିବା ପୂର୍ବରୁ ଆସନ୍ତା ଜୁନରେ ଆୟର୍ଲାଣ୍ଡ ବିପକ୍ଷରେ ଏକ ଟି୨୦ ସିରିଜ୍‌ ଖେଳିବ। ଆୟର୍ଲାଣ୍ଡର ଡାଇରେକ୍ଟର…

କାଳବୈଶାଖୀ: ଉଡ଼ିଲା ଘର ଛପର, ଭାଙ୍ଗିଲା ଗଛ

ବିନିକା,୧୯ା୩ (ରାମ ଗୋପାଳ ବାଘ): ସୁବର୍ଣ୍ଣପୁର ଜିଲା ବିନିକା ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷତି ହୋଇଛି l ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଘର ଛପର ଉଡାଇ…

ଗୋଟିଏ ଦିନରେ IPLରୁ ୩ ବଡ଼ ଖେଳାଳି ବାହାର, ଲିଗ୍‌ ଆରମ୍ଭ ପୂର୍ବରୁ ହଇଚଇ

ନୂଆଦିଲ୍ଲୀ, ୧୯।୩: ଆଇପିଏଲ୍‌ର ନୂଆ ସିଜନ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଦିନ ବାକି ଥିବା ବେଳେ ଏକାଧିକ ଫ୍ରାଞ୍ଚାଇଜ ପାଇଁ ଅଡୁଆ ବଢ଼ିବାରେ ଲାଗିଛି।…

ଗିରଫ ମାଓବାଦୀ ଖୋଲିଲେ ବଡ଼ ଗୁମର

ବଣାଇଁ,୧୯।୩(ପ୍ରଦୀପ ତ୍ରିପାଠୀ): ଓଡ଼ିଶା ଝାଡ଼ଖଣ୍ଡ ସୀମା ସଂଲଗ୍ନ ଝାଡ଼ଖଣ୍ଡ ଲାତେହାର ଜିଲାରେ ଚାଲିଥିବା ମାଓବାଦୀ ବିରୋଧୀ ଅଭିଯାନ କ୍ରମେ ଚଳିତ ମାସ ୧୪ ତାରିଖ ସୁରକ୍ଷାକର୍ମୀ ୨ଜଣ…

ମମତାଙ୍କ ପାଇଁ ଭାଜପାର ‘ଚକ୍ରବ୍ୟୁହ’: ଏପଟେ ଶୁଭେନ୍ଦୁ, ସେପଟେ ହୁମାୟୁନଙ୍କ ମୁସଲିମ୍‌ କାର୍ଡ, ଅସୁବିଧା…

କୋଲକାତା,୧୯।୩: ପଶ୍ଚିମବଙ୍ଗ ରାଜନୀତିରେ ଗୁରୁବାର ଏକ ବଡ଼ ଧରଣର ହଲଚଲ ଦେଖିବାକୁ ମିଳିଛି। ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଭବାନୀପୁର ଆସନ ଏବେ ହଟ୍‌ସ୍ପଟ ପାଲଟିଛି। ମୁଖ୍ୟମନ୍ତ୍ରୀ…

ପୁଣି ୮୮୦୦ ଶସ୍ତା ହେଲା ସୁନା,ରୂପା ବି ୨୫,୫୦୦ ଖସିଲା; ମୁଣ୍ଡରେ ହାତ ଦେଲେଣି ନିବେଶକ,ଆଗକୁ…

ନୂଆଦିଲ୍ଲୀ, ୧୯।୩: ଗୁରୁବାର ସାରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନା ଓ ରୁପା ଦରରେ ଜୋରଦାର ହ୍ରାସ ପରିଲକ୍ଷିତ ହୋଇଛି। ମଧ୍ୟ-ପ୍ରାଚ୍ୟରେ ଉତ୍ତେଜନା ଲାଗି…

ବଜ୍ରପାତରେ ଜଳିଗଲା ନଡ଼ିଆ ଗଛ

ଢେଙ୍କିକୋଟ,୧୯ା୩(ନୀଳମଣି ମଣ୍ଡଳ): କେନ୍ଦୁଝର ଜିଲା ଢେଙ୍କିକୋଟଠାରେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସାଙ୍ଗକୁ ବର୍ଷା ହୋଇଥିଲା। ବଜ୍ରପାତରେ ଢେଙ୍କିକୋଟ ବଜାରସ୍ଥିତ ରାମଚନ୍ଦ୍ର ସାହୁଙ୍କ ବାଡ଼ିରେ ଥିବା ନଡ଼ିଆ ଗଛ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri