Posted inଜାତୀୟ

୨ ଭାରତୀୟ ଇଞ୍ଜିନିୟରଙ୍କୁ ଆଇଜି ନୋବେଲ

ନୂଆଦିଲ୍ଲୀ, ୨୨ା୯: ଜୋତା ଷ୍ଟାଣ୍ଡରୁ ଦୁର୍ଗନ୍ଧ କମାଇବା ଗବେଷଣା ପାଇଁ ୨ ଭାରତୀୟ ଇଞ୍ଜିନିୟର ଆଇଜି ନୋବେଲ ପୁରସ୍କାର ଜିତିଛନ୍ତି। ଉତ୍ତରପ୍ରଦେଶର ଗ୍ରେଟର ନଏଡାସ୍ଥିତ ଶିବ ନାଦର ବିଶ୍ୱବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ବିକାଶ କୁମାର ଓ ତାଙ୍କ ଛାତ୍ର ତଥା ରିସର୍ଚ୍ଚର ସାର୍ଥକ ମିତ୍ତଲଙ୍କୁ ଏହି ସଫଳତା ମିଳିଛି। ଉଭୟେ ଅଲଟ୍ରା ଭାୟୋଲେଟ (ୟୁଭି) ଲ୍ୟାମ୍ପ୍‌ରେ ସୁସଜ୍ଜିତ ଏକ ଜୋତା ଷ୍ଟାଣ୍ଡ୍‌ ଡିଜାଇନ୍‌ କରିଥିଲେ, ଯାହା ଜୋତାକୁ ସଫା ରଖିବା ସହ ସେଥିରେ ଥିବା ଜୀବାଣୁକୁ ନିଷ୍କ୍ରିୟ କରିଥାଏ। ଏହାଦ୍ୱାରା ଜୋତା ଷ୍ଟାଣ୍ଡର ଦୁର୍ଗନ୍ଧ କମିଥାଏ ବୋଲି ଉଭୟ ନିଜ ଗବେଷଣାରେ ଉଲ୍ଲେଖ କରିଥିଲେ। ଜୋତା ଷ୍ଟାଣ୍ଡ୍‌ରୁ ଦୁର୍ଗନ୍ଧ ଆସିବାର ଜୀବାଣୁ ଏକ ପ୍ରମୁଖ କାରଣ ବୋଲି ଉଭୟ ବିକାଶ ଓ ସାର୍ଥକ ନିଜ ଗବେଷଣାରେ ଦର୍ଶାଇଛନ୍ତି। ସେମାନଙ୍କର ଏହି ଅଧ୍ୟୟନ ୨୦୨୨ରେ ପ୍ରକାଶିତ ହୋଇଥିଲା। ହଷ୍ଟେଲ ରୁମ୍‌ରେ ଥିବା ଦୁର୍ଗନ୍ଧଯୁକ୍ତ ଜୋତା ଷ୍ଟାଣ୍ଡ୍‌କୁ ଦେଖି ସାର୍ଥକ ଏହି ଗବେଷଣା କରିବାକୁ ଠିକ୍‌ କରିଥିଲେ, ଯେଉଁଥିରେ ତାଙ୍କୁ ତାଙ୍କ ପ୍ରଫେସର ବିକାଶ ସାହାଯ୍ୟ କରିଥିଲେ।

ଆଇଜି ନୋବେଲ କ’ଣ
ବିଜ୍ଞାନ କ୍ଷେତ୍ରରେ କିଛି ଗବେଷଣା ପ୍ରଥମେ ଲୋକଙ୍କୁ ହସାଇଥାଏ ଏବଂ ପରେ ଏହାକୁ ନେଇ ଚିନ୍ତା କରିବାକୁ ବାଧ୍ୟ କରିଥାଏ। ଏପରି ଗବେଷଣା କରିଥିବା ବୈଜ୍ଞାନିକଙ୍କୁ ପ୍ରତିବର୍ଷ ଆଇଜି ନୋବେଲ ସମ୍ମାନ ପ୍ରଦାନ କରାଯାଇଥାଏ। ୧୯୯୧ରେ ଆମେରିକାର ବିଜ୍ଞାନ ହାସ୍ୟ ପତ୍ରିକା ‘ଆନାଲ୍ସ ଅଫ୍‌ ଇମ୍‌ପ୍ରୋବାବଲ ରିସର୍ଚ୍ଚ’ ଦ୍ୱାରା ପ୍ରଥମ ଥର ପାଇଁ ଆଇଜି ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା। ପ୍ରତି ବର୍ଷ ବ୍ରିଟେନ୍‌ର ବୋଷ୍ଟନରେ ଏହି ପୁରସ୍କାରର ବିଜେତାଙ୍କ ନାମକୁ ଘୋଷଣା କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ତାମିଲନାଡୁ ଗ୍ୟାସ ଟ୍ରାଜେଡି, ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି

ଭୁବନେଶ୍ୱର,୨୬।୬: ତାମିଲନାଡୁର ତିରୁଭଲ୍ଲୁରଠାରେ ଘଟିଥିବା ଆମୋନିଆ ଗ୍ୟାସ ଲିକ୍‌ ଘଟଣାରେ ଶୁକ୍ରବାର ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ଆଉ ଜଣେ…

ନୂଆପଡ଼ା ମୁଖ୍ୟ ଚିକିତ୍ସାଳୟରେ ବିରଳ ଅସ୍ତ୍ରୋପଚାର: ଯୁବକଙ୍କୁ ନୂଆ ଜୀବନ ଦେଲେ ଡାକ୍ତର

ନୂଆପଡ଼ା,୨୬/୬(ମକାରୁ ବେମାଲ): ସୀମିତ ସମ୍ବଳ କିନ୍ତୁ ଅସୀମ ସାହସ ଓ ଅସାଧାରଣ ଦକ୍ଷତା । ପୁଣିଥରେ ନିଜର ଚମତ୍କାରିତା ଦେଖାଇଛନ୍ତି ନୂଆପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟର ଅଭିଜ୍ଞ…

ବବି ଦାସଙ୍କୁ ଭେଟିଲେ ସୁଜାତା ପାଣ୍ଡିଆନ: ରାଜ୍ୟ ରାଜନୀତି ସରଗରମ

ଭୁବନେଶ୍ୱର,୨୬।୬: ପୂର୍ବତନ ଆଇଏଏସ୍‌ ଅଫିସର ତଥା କାର୍ତ୍ତିକ ପାଣ୍ଡିଆନଙ୍କ ସ୍ତ୍ରୀ ସୁଜାତା ପାଣ୍ଡିଆନ ବିଜେଡିରେ ସାମିଲ ହେବାପରେ ରାଜ୍ୟ ରାଜନୀତି ସରଗରମ ହୋଇପଡ଼ିଛି। ଆଗକୁ ସେ କୁଆଡେ…

ଭେନେଜୁଏଲା ଭୂକମ୍ପର ଭଗ୍ନାବଶେଷ ଭିତରୁ ଖୋଜା ଚାଲିଛି ଜୀବନ, ଛାତି ଥରାଇ ଦେଉଛି ଶିଶୁଙ୍କ ସହ ନିର୍ବାକ ଜୀବଙ୍କ ଫଟୋ

କାରାକାସ୍‌,୨୬।୬: ଭେନେଜୁଏଲାରେ ଭୂମିକମ୍ପ ପରେ ଅତି କମରେ ୨୩୫ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୪,୩୦୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି, ଯେତେବେଳେ ହଜାର ହଜାର…

ମାଛଧରା ଟ୍ରଲରରେ ଲାଗିଲା ନିଆଁ: ହୁ ହୁ ହୋଇ ଜଳିଗଲା…

ଭଦ୍ରକ, ୨୬। ୬(ସନାତନ ରାଉତ) : ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତରଗତ ଧାମରା ମଧ୍ୟ ପୋତାଶ୍ରୟ ମଧ୍ୟରେ ଏକ ମାଛଧରା ଟ୍ରଲର ନିଆଁ ଲାଗି ଜଳିଯାଇଛି।…

Ketan Murder Case: କେତନଙ୍କ ମୁଣ୍ଡରେ କେଶ ନ ଥିଲା ସେଥିପାଇଁ ସିୟା ତାଙ୍କୁ ହତ୍ୟା କଲେ!

ପୁଣେ,୨୬।୬: ପୁନେର ବ୍ୟବସାୟୀ କେତନ ଅଗ୍ରୱାଲଙ୍କ ଲୋହାଗଡ ଫୋର୍ଟରେ ହତ୍ୟା ମାମଲାରେ ନୂତନ ତଥ୍ୟ ଆସିବାରେ ଲାଗିଛି। ହତ୍ୟାର ଅଭିଯୁକ୍ତ ଭାବି ପତ୍ନୀ ସିୟା ଗୋଏଲ ଏବେ…

ବହି ତ୍ରୁଟି ପଛରେ ରହିଛି ବଡ଼ ଷଡ଼ଯନ୍ତ୍ର, ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୬।୬: ଓଡ଼ିଆ ପାଠ୍ୟ ପୁସ୍ତକରେ ବ୍ୟାପକ ତ୍ରୁଟି ପ୍ରସଙ୍ଗକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସେ କହିଛନ୍ତି, ତ୍ରୁଟି ପଛରେ ବଡ଼ ଷଡ଼ଯନ୍ତ୍ର…

ଆମେରିକା- ଇରାନ ମଧ୍ୟରେ ପୁଣି ହେବ ଯୁଦ୍ଧ? ହର୍ମୁଜରେ ୧୦ ଲକ୍ଷ ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ଇରାନ

ତେହରାନ,୨୬।୬: ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ପୁଣି ଥରେ ବୃଦ୍ଧି ପାଇଛି। ଶାନ୍ତି ଚୁକ୍ତିନାମା ବିଷୟରେ ଆଲୋଚନା ହେଉଥିଲେ ମଧ୍ୟ, ଉଭୟ ଦେଶ ପରସ୍ପର ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri