ବୁଷ୍ଟର ଡୋଜ୍‌ ନେବାକୁ ଦେଶ ଛାଡୁଛନ୍ତି ଭାରତୀୟ…

ନୂଆଦିଲ୍ଲୀ,୬।୧୨: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ର ଆତଙ୍କ ବଢ଼ିବାରେ ଲାଗିଛି। ଏପରିସ୍ଥଳେ ଏକ ରିପୋର୍ଟ ପ୍ରକାଶ ପାଇଛି ଯେ, ଓମିକ୍ରନ୍‌ ଭୟରେ ବହୁ ଭାରତୀୟ ଦେଶ ଛାଡୁଛନ୍ତି। ସେମାନେ ବୁଷ୍ଟର ଡୋଜ୍‌ ନେବାକୁ ବିଦେଶ ପଳାୟନ କରୁଛନ୍ତି। ଏପର୍ଯ୍ୟନ୍ତ ଭାରତରେ ବୁଷ୍ଟର ଡୋଜ୍‌ ପ୍ରଦାନ କରାଯିବା ସମ୍ପର୍କରେ କୌଣସି ନିଷ୍ପତ୍ତି ନିଆଯାଇନାହିଁ। ତେଣୁ ବଡ଼ ବଡ଼ ଶିଳ୍ପପତି ଏବଂ ବଡ କମ୍ପାନୀରେ ଉଚ୍ଚ ପଦବୀରେ କାର୍ଯ୍ୟ କରୁଥିବା ବ୍ୟକ୍ତି ବୁଷ୍ଟର ଡୋଜ୍‌ ନେବା ପାଇଁ ବିଦେଶ ମୁହାଁ ହୋଇଛନ୍ତି।

ଶିଳ୍ପ ଜଗତର ପଦାଧିକାରୀ କହିଛନ୍ତି ଯେ ସେମାନେ ଜାଣିଛନ୍ତି ଯେ ସେମାନଙ୍କ କମ୍ପାନୀର ବହୁ କର୍ମଚାରୀ ବୁଷ୍ଟର ଡୋଜ ନେବା ପାଇଁ ଭାରତ ବାହାରକୁ ଯାତ୍ରା କରୁଛନ୍ତି। ଲୋକମାନେ ସେମାନଙ୍କର ପ୍ରତିରୋଧକ ଶକ୍ତି ପାଇଁ ଚିନ୍ତିତ, ତେଣୁ ସେମାନେ ଡାକ୍ତରୀ ପରାମର୍ଶ ପରେ ବୁଷ୍ଟର ଡୋଜ୍‌ ନେବାକୁ ବିଦେଶ ଯାତ୍ରା କରୁଛନ୍ତି। ଏକ ବୃହତ କମ୍ପାନୀର ଜଣେ ବରିଷ୍ଠ କାର୍ଯ୍ୟନିର୍ବାହୀ କହିଛନ୍ତି ଯେ ସେମାନଙ୍କର ଅନେକ କର୍ମଚାରୀ ବୁଷ୍ଟର ଡୋଜ ପାଇଁ ଆମେରିକା ଯାଇଛନ୍ତି।

ବୁଷ୍ଟର ଡୋଜ ପାଇଁ ବିଦେଶ ଯାତ୍ରା କରୁଥିବା ଭାରତୀୟଙ୍କର ପସନ୍ଦର ଦେଶ ହେଉଛି ବ୍ରିଟେନ ଏବଂ ଆମେରିକା। ଯେଉଁମାନେ ଫାଇଜର ଅତିରିକ୍ତ ଡୋଜ ନେବାକୁ ଚାହୁଁଛନ୍ତି ସେମାନେ ଦୁବାଇ ମଧ୍ୟ ଯାଉଛନ୍ତି। ଏକ କମ୍ପାନୀର ସିଇଓ କହିଛନ୍ତି ଯେ ଭାରତରେ ବୁଷ୍ଟର ଡୋଜ ଉପରେ ଏପର୍ଯ୍ୟନ୍ତ ନିଷ୍ପତ୍ତି ନିଆଯାଇ ନାହିଁ, ଏହା ଆଇନଗତ କି ବେଆଇନ ତାହା ମୁଁ ଜାଣେ ନାହିଁ। କିନ୍ତୁ ଲୋକମାନେ ନିଜ ସ୍ବାସ୍ଥ୍ୟ ବିଷୟରେ ଚିନ୍ତିତ ଏବଂ ନିଜକୁ ସୁରକ୍ଷିତ କରିବାକୁ ଚାହାଁନ୍ତି, ସେମାନେ କୌଣସି ବିପଦ ନେବାକୁ ଚାହୁଁ ନାହାନ୍ତି। ତେଣୁ ବୁଷ୍ଟର ଡୋଜ୍‌ ନେବାକୁ ବିଦେଶ ଯାତ୍ରା କରୁଛନ୍ତି।

ଯଦିଓ ଭାରତରେ ବୁଷ୍ଟର ଡୋଜ ଉପରେ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ, କିନ୍ତୁ ଶୀଘ୍ର ଏସମ୍ପର୍କିତ ପଦକ୍ଷେପ ଗ୍ରହଣ କରାଯାଇପାରେ। କରୋନା ଟିକା ର ଅତିରିକ୍ତ ମାତ୍ରା ବିଷୟରେ କେତେକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଛି। ବୈଜ୍ଞାନିକମାନେ ମଧ୍ୟ ଏହାର ଆବଶ୍ୟକତା ବିଷୟରେ କହିଛନ୍ତି। ଏଭଳି ପରିସ୍ଥିତିରେ ଖୁବ ଶୀଘ୍ର କେନ୍ଦ୍ର ସରକାର ବୁଷ୍ଟର ଡୋଜ ସମ୍ବନ୍ଧରେ ନିର୍ଦ୍ଦେଶାବଳୀ ଜାରି କରିବାର ଆଶା ରହିଛି। ପ୍ରଥମ ପର୍ଯ୍ୟାୟରେ ବୟସ୍କ ଲୋକ ଏବଂ ରୋଗ ପ୍ରତିରୋଧକ ଶକ୍ତି କମ୍‌ ଥିବା ଲୋକଙ୍କୁ ବୁଷ୍ଟର ଡୋଜ ଦିଆଯିବା ଆବଶ୍ୟକତା ରହିଛି। ବୁଷ୍ଟର ଡୋଜ୍‌ ସମ୍ପର୍କରେ ସେରମ ଇନଷ୍ଟିଚ୍ୟୁଟର ଆଦାର୍‌ ପୁନାୱାଲା କହିଛନ୍ତି ଯେ ବୁଷ୍ଟର୍‌ ଡୋଜ ପାଇଁ ୧.୫ କୋଟିରୁ ଅଧିକ କୋଭିଡଶିଲ୍ଡ ଡୋଜ ମହଜୁଦ୍‌ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri