‘ଭାରତୀୟମାନେ ସଚ୍ଚୋଟ ନାଗରିକ’

ଓ୍ବାଶିଂଟନ,୧୩ା୧: ଆମେରିକା ସଂସଦରେ ଭାରତୀୟ-ଆମେରିକୀୟ ସମ୍ପ୍ରଦାୟକୁ ପ୍ରଶଂସା କରାଯାଇଛି। ରିପବ୍ଲିକାନ କଂଗ୍ରେସ କର୍ମୀ ରିଚ୍‌ ମ୍ୟାକ୍‌କର୍ମିକ୍‌ ଗୃହରେ ଥିବା ତାଙ୍କର ସମସ୍ତ ସହକର୍ମୀଙ୍କୁ କହିଛନ୍ତି, ଆମେରିକାର ଭାରତୀୟ-ଆମେରିକୀୟଙ୍କ ମଧ୍ୟରୁ ୬ ପ୍ରତିଶତ ଟିକସ ଦିଅନ୍ତି। ଏଥି ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ସମ୍ପ୍ରଦାୟ ଦେଶରେ ସମସ୍ୟା ସୃଷ୍ଟି କରନ୍ତି ନାହିଁ ଏବଂ ଆଇନ ଅନୁସରଣ କରନ୍ତି।

ମ୍ୟାକ୍‌କର୍ମିକ୍‌ ବୃତ୍ତିରେ ଜଣେ ଡାକ୍ତର। ସେ ଜର୍ଜିଆର ପ୍ରତିନିଧିତ୍ୱ କରନ୍ତି। ୮ ନଭେମ୍ବର ୨୦୨୨ ମଧ୍ୟବର୍ତ୍ତୀ ନିର୍ବାଚନରେ ସେ ଡେମୋକ୍ରାଟିକ ପାର୍ଟିର ବବ୍‌ ଖ୍ରୀଷ୍ଟିଆନଙ୍କୁ ପରାସ୍ତ କରିଥିଲେ। ଗୃହରେ ତାଙ୍କ ଅଭିଭାଷଣରେ ୫୪ ମ୍ୟାକ୍‌କର୍ମିକ୍‌ କହିଛନ୍ତି, ତାଙ୍କ ସମ୍ପ୍ରଦାୟର ପାଞ୍ଚଜଣ ଡାକ୍ତରଙ୍କ ମଧ୍ୟରୁ ଜଣେ ଭାରତୀୟ। ଏହା ସହିତ ସେ ସଂସଦରେ ଭାରତୀୟ-ଆମେରିକୀୟମାନଙ୍କୁ ମହାନ ଦେଶପ୍ରେମୀ, ସଚ୍ଚୋଟ ନାଗରିକ ଏବଂ ଭଲ ବନ୍ଧୁ ବୋଲି ବର୍ଣ୍ଣନା କରିଥିଲେ।

Share