Categories: ଖେଳ

ମା’ ହେବେ ଭାରତୀୟ ମହିଳା ରେସଲର ବବିତା ଫୋଗଟ: ସ୍ବାମୀଙ୍କ ସହ ଫଟୋ ଶେୟାର କରି ଦେଲେ ଖୁସି ଖବର

ନୂଆଦିଲ୍ଲୀ,୨୨।୧୧-ଭାରତୀୟ ମହିଳା ରେସଲର ବବିତା ଫୋଗଟ ମା’ ହେବାକୁ ଯାଉଛନ୍ତି। ଏ ନେଇ ବବିତା ନିଜେ ଶନିବାର ଟୁଇଟ କରି ସୂଚନା ଦେଇଛନ୍ତି। ସ୍ବାମୀ ବିବେକ ସୁହାଗଙ୍କ ସହିତ ଏକ ଫଟୋ ମଧ୍ୟ ଶେୟାର କରିଛନ୍ତି। ଯେଉଁଥିରେ ସେ ଏକ ଲାଇଟ ପିଙ୍କ ଡ୍ରେସ ପିନ୍ଧିଥିବା ଦେଖାଯାଇଛି। ଫଟୋରେ ବବିତା ବେଶ ଖୁସି ଥିବା ଦେଖିବାକୁ ମିଳିଛି। ସେ କ୍ୟାପସନରେ ଲେଖିଛନ୍ତି, ମୁଁ ଉତ୍ସାହିତ ଏବଂ ମୋ ଜୀବନର ଏହି ନୂତନ ଅଧ୍ୟାୟ ଆରମ୍ଭ କରିବାକୁ ଅପେକ୍ଷା କରିଛି। ଗତବର୍ଷ ଡିସେମ୍ବର ୨ରେ ଉଭୟେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।

Share