Categories: ଖେଳ

ଟି-୨୦ ବିଶ୍ୱକପ୍‌ ପାଇଁ ଭାରତୀୟ ମହିଳା ଦଳ ଘୋଷଣା

ନୂଆଦିଲ୍ଲୀ,୨୮।୧୨: ବିସିସିଆଇ ବୁଧବାର ମହିଳା ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଘୋଷଣା କରିଛି। ହରମାନପ୍ରୀତ କୌରଙ୍କ ଅଧିନାୟକତ୍ୱରେ ୧୫ ଜଣିଆ ଦଳ ଘୋଷଣା କରାଯାଇଛି। ଦଳର ଉପ-ଅଧିନାୟକ ଭାବରେ ସ୍ମୃତି ମନ୍ଧନା ନିଯୁକ୍ତ ହୋଇଛନ୍ତି। ଫେବୃଆରୀ ୧୦ରୁ ଦକ୍ଷିଣ ଆଫ୍ରିକାରେ ଟି-୨୦ ବିଶ୍ୱକପ ଅନୁଷ୍ଠିତ ହେବ। ଏହା ସହିତ ଜାନୁଆରୀରେ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ହେବାକୁ ଥିବା ଟ୍ରାଏ-ସିରିଜ ପାଇଁ ମଧ୍ୟ ଦଳ ଘୋଷଣା କରାଯାଇଛି।
ଟି-୨୦ ବିଶ୍ୱକପରେ ଭାରତୀୟ ଦଳ ଫେବୃଆରୀ ୧୨ରେ କେପଟାଉନରେ ପାକିସ୍ତାନ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳିବ। ଗ୍ରୁପ-୨ରେ ଟିମ ଇଣ୍ଡିଆ ସହିତ ଇଂଲଣ୍ଡ, ୱେଷ୍ଟଇଣ୍ଡିଜ, ପାକିସ୍ଥାନ ଏବଂ ଆୟର୍ଲାଣ୍ଡ ରହିଛି। ଗ୍ରୁପ୍‌ର ଶ୍ରେଷ୍ଠ ଦୁଇ ଦଳ ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିବେ। ଟୁର୍ଣ୍ଣାମେଣ୍ଟର ଅନ୍ତିମ ମ୍ୟାଚ ଫେବୃଆରୀ ୧୬ରେ କେପଟାଉନରେ ଖେଳାଯିବ।
ଆଇସିସି ମହିଳା ଟି-୨୦ ବିଶ୍ୱକପ ପାଇଁ ଭାରତ ଦଳ
ହରମାନପ୍ରୀତ କୌର (କ୍ୟାପଟେନ), ସ୍ମୃତି ମନ୍ଧନା (ଉପ-କ୍ୟାପଟେନ), ଶେଫାଳୀ ବର୍ମା, ଯସ୍ତିକା ଭାଟିଆ (ଉଇକେଟ କିପର), ରିଚା ଘୋଷ (ଉଇକେଟ କିପର), ଜେମିମା ରୋଡ୍ରିଗୁସ, ହାର୍ଲିନ ଦେଓଲ, ଦୀପ୍ତି ଶର୍ମା, ଦେବିକା ବୌଦୟା, ରାଧା ଯାଦବ, ରେଣୁକା ଠାକୁର , ଅଞ୍ଜଳି ସରୱାନୀ, ପୂଜା ଭାଷ୍ଟ୍ରକର, ରାଜେଶ୍ୱରୀ ଗାଇକ୍ୱାଡ, ଶିଖା ପାଣ୍ଡେ।

ରିଜର୍ଭ ଖେଳାଳି: ସାବିନେନି ମେଘନା, ସ୍ନେହ ରାଣା, ମେଘନା ସିଂ।

ପୂଜା ଭାଷ୍ଟ୍ରକରଙ୍କୁ ବିଶ୍ୱକପ ଦଳରେ ସ୍ଥାନ ଦିଆଯାଇଛି କିନ୍ତୁ ଟୁର୍ନାମେଣ୍ଟ ଆରମ୍ଭ ହେବା ପୂର୍ବରୁ ତାଙ୍କ ଫିଟନେସ ପ୍ରମାଣ କରିବାକୁ ପଡ଼ିବ। ଯଦି ପୂଜା ତାଙ୍କ ଫିଟନେସ ପ୍ରମାଣ କରିବାକୁ ଅସମର୍ଥ, ତେବେ ମେଘନା ସିଂଙ୍କୁ ତାଙ୍କ ସ୍ଥାନରେ ସୁଯୋଗ ଦିଆଯାଇପାରେ।

Share