Categories: ଖେଳ

ପରାଜୟ ପରେ ଟିମ୍‌ ଇଣ୍ଡିଆର କୋଚ୍‌ ପଦ ଛାଡ଼ିଲେ

ଟୋକିଓ,୭।୮: ଟୋକିଓ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ମ୍ୟାଚ୍‌ରେ ପରାସ୍ତ ହୋଇଥିବା ଭାରତୀୟ ମହିଳା ଦଳକୁ ଲାଗିଛି ବଡ଼ ଝଟ୍‌କା। ମହିଳା ଦଳର ଅଲିମ୍ପିକ୍ସ ସଫଳତା ପଛରେ ଥିବା କୋଚ୍‌ ଜୋର୍ଡ ମାରିଜନେଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ହକି ଇଣ୍ଡିଆ ତାଙ୍କ କାର୍ଯ୍ୟକାଳରେ ବୃଦ୍ଧି ପାଇଁ ପ୍ରସ୍ତାବ ଦେଇଥିଲେ ହେଁ ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏ ନେଇ ନେଦରଲାଣ୍ଡ୍ସର ୪୭ ବର୍ଷୀୟ କୋଚ୍‌ ଭାରତୀୟ ଦଳର ପରାଜୟ ପରେ ଘୋଷଣା କରିଛନ୍ତି।

ପଦ ଛାଡ଼ିବା ପୂର୍ବରୁ କିଛି ମୂଲ୍ୟବାନ ପରାମର୍ଶ ଦେଇଛନ୍ତି ମାରିଜନେ। ଭାରତୀୟ ମହିଳା ଦଳକୁ ଟପ୍‌ ଦଳମାନଙ୍କ ବିପକ୍ଷରେ ଅଧିକ ମ୍ୟାଚ୍‌ ଖେଳିବା ନିହାତି ଜରୁରୀ। ଏହାଦ୍ୱାରା ସେମାନେ ଚାପରେ କେଉଁ ଭଳି ଖେଳିବାକୁ ପଡ଼େ, ତାହା ଜାଣିବେ। ପୁରୁଷଙ୍କ ଭଳି ମହିଳା ହକି ଲିଗ୍‌ର ଆୟୋଜନ କରାଯାଉ। ସେଥିରୁ ନୂଆ ପ୍ରତିଭା ସାମ୍ନାକୁ ଆସିବେ ବୋଲି ମାରିଜନେ କହିଛନ୍ତି।

Share