Posted inଖେଳ

ଐତିହାସିକ ପଦକ ପକ୍କାକଲେ ସୁତୀର୍ଥା, ଆହିକା

ହାଙ୍ଗଝୋ,୧।୧୦: ବିଶ୍ୱ ଚାମ୍ପିୟନ ଚାଇନା ଖେଳାଳି ଚେନ୍‌ ମାଙ୍ଗ ଓ ୟିଦି ୟାଙ୍ଗଙ୍କୁ ପରାସ୍ତ କରି ଏସିଆନ୍‌ ଗେମ୍ସ ଟେବୁଲ ଟେନିସ ସେମି ଫାଇନାଲରେ ପ୍ରବେଶ କରିଛନ୍ତି ଭାରତର ମହିଳା ଡବଲ୍ସ ଖେଳାଳି ସୁତୀର୍ଥା ମୁଖାର୍ଜୀ ଓ ଆହିକା ମୁଖାର୍ଜୀ। ଏହା ସହିତ ଟେବୁଲ ଟେନିସ୍‌ରେ ଭାରତର ଏକ ଐତିହାସିକ ପଦକ ପକ୍କା ହୋଇଛି। ପୂର୍ବରୁ ଭାରତ ମହିଳା ଟେବୁଲ ଟେନିସରେ ପଦକ ହାସଲ କରିପାରି ନାହିଁ। ବିଶ୍ୱ ମାନ୍ୟତାର ଦ୍ୱିତୀୟ ସ୍ଥାନରେ ଥିବା ଚାଇନିଜ୍‌ ଯୋଡିଙ୍କୁ ୧୧-୫, ୧୧-୫, ୫-୧୧, ୧୧-୯ ସେଟ୍‌ରେ ପରାସ୍ତ କରିଥିଲେ ସୁତୀର୍ଥା ଓ ଆହିକା। ପ୍ରାଧାନ୍ୟ ବିସ୍ତାର କରି ଖେଳିବା ସହ ପ୍ରଥମ ସେଟ୍‌କୁ ମାତ୍ର ୮ ମିନିଟରେ ଜିତିଥିଲେ ଭାରତୀୟ ଯୋଡି। ଦ୍ୱିତୀୟ ସେଟ୍‌କୁ ୯ ମିନିଟରେ ଜିତିବା ସହିତ ଭାରତୀୟ ଯୋଡି ମ୍ୟାଚକୁ ନିୟନ୍ତ୍ରଣରେ ରଖିଥିଲେ। ତୃତୀୟ ରାଉଣ୍ଡରେ ଘରୋଇ ଦଳର ଖେଳାଳି ବିଜୟୀ ହୋଇଥିବା ବେଳେ ଚତୁର୍ଥ ରାଉଣ୍ଡ ମ୍ୟାଚ୍‌ ଜିତି ସୁତୀର୍ଥା ଓ ଆହିକା ଇତିହାସ ରଚିଥିଲେ। ତେବେ ମନିକା ବାତ୍ରା ପରାଜିତ ହେବା ସହିତ ମହିଳା ସିଙ୍ଗଲ୍ସରେ ଭାରତର ଅଭିଯାନ ଶେଷ ହୋଇଛି। ବିଶ୍ୱ ମାନ୍ୟତାର ୪ ନମ୍ବର ସ୍ଥାନରେ ଥିବା ୟିଦି ୟାଙ୍ଗ ୮-୧୧, ୧୨-୧୦, ୬-୧୧, ୪-୧୧, ୧୪-୧୨ ଓ ୫-୧୧ ସେଟ୍‌ରେ ମନିକାଙ୍କୁ ହରାଇଥିଲେ।

ଆଥଲେଟିକ୍ସ: ଆଥଲେଟିକ୍ସରେ ଭାରତୀୟ ଖେଳାଳିଙ୍କୁ ସକରାତ୍ମକ ଆରମ୍ଭ ମିଳିଛି। ୧୦୦ ମିଟର ବାଧାଦୌଡରେ ଜ୍ୟୋତି ୟାରାଜୀ ଓ ନିତ୍ୟା ରାମରାଜଙ୍କ ସହିତ ଲଙ୍ଗ ଜମ୍ପର ମୁରଲୀ ଶ୍ରୀଶଙ୍କର ଓ ଜେସଓ୍ବିନ ଆଲଡ୍ରିନ୍‌ ଫାଇନାଲରେ ପ୍ରବେଶ କରିଛନ୍ତି। ଏସିଆନ୍‌ ଚାମ୍ପିୟନ ଜ୍ୟୋତି ୟାରାଜୀ ୧୦୦ ମିଟର ବାଧାଦୌଡରେ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ସହିତ ୧୩.୦୩ ସେକେଣ୍ଡର ସମୟ ନେଇ ଫାଇନାଲରେ ପ୍ରବେଶ କରିଥିଲେ। ଅନ୍ୟ ପକ୍ଷରେ ନିତ୍ୟା ରାମରାଜ ୧୩.୩୦ ସେକେଣ୍ଡର ସମୟ ନେଇ ଫାଇନାଲରେ ପହଞ୍ଚିଥିଲେ। ଏହାକୁ ମିଶାଇ ଜ୍ୟୋତି କ୍ରମାଗତ ଭାବରେ ସପ୍ତମ ଥର ପାଇଁ ଜାତୀୟ ରେକର୍ଡ ଭାଙ୍ଗିଛନ୍ତି।

ବ୍ୟାଡମିଣ୍ଟନ: ଭାରତୀୟ ବ୍ୟାଡମିଣ୍ଟନ ପୁରୁଷ ଦଳଗତ ଇଭେଣ୍ଟରେ ଫାଇନାଲରେ ପ୍ରବେଶ କରିବା ସହିତ ସ୍ବର୍ଣ୍ଣ ପଦକରୁ ଗୋଟିଏ ପାଦ ଦୂରରେ ରହିଛି। ଶନିବାର ଦକ୍ଷିଣ କୋରିଆ ବିପକ୍ଷରେ ସଂଘର୍ଷପୂର୍ଣ୍ଣ ୩-୨ରେ ବିଜୟୀ ହୋଇଥିଲା ଭାରତ। ଏଚ୍‌. ଏସ୍‌. ପ୍ରଣୟ ପ୍ରଥମ ମ୍ୟାଚ୍‌ ଜିତି ଭାରତକୁ ୧-୦ରେ ଆଗୁଆ କରିଥିଲେ। ତେବେ ଡବଲ୍ସ ଯୋଡି ସାତ୍ତ୍ୱିକ ସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ପରାଜିତ ହୋଇଥିଲେ। ପରବର୍ତ୍ତୀ ମ୍ୟାଚରେ ଲକ୍ଷ୍ୟ ସେନ୍‌ ଚମତ୍କାର ବିଜୟ ସହିତ ଭାରତକୁ ୨-୧ରେ ଆଗୁଆ କରିଥିଲେ। ତେବେ ଏମ୍‌. ଆର. ଅର୍ଜୁନ ଓ ଧ୍ରୁବ କପିଳା ପରାଜିତ ହେବାରୁ ମ୍ୟାଚ୍‌ ୨-୨ ସ୍ଥିତିକୁ ଆସିଥିଲା। ଅନ୍ତିମ ମ୍ୟାଚରେ କିଡାମ୍ବୀ ଶ୍ରୀକାନ୍ତ ଦମଦାର ପ୍ରଦର୍ଶନ କରିବା ସହିତ ମ୍ୟାଚ୍‌କୁ ଜିତି ଭାରତକୁ ଫାଇନାଲରେ ପହଞ୍ଚାଇଥିଲେ।

୩ଏ ସାଇଡ୍‌ ବାସ୍କେଟବଲ୍‌: ୩ଏ ସାଇଡ୍‌ ବାସ୍କେଟବଲରେ ଭାରତୀୟ ମହିଳା ଦଳ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିବା ବେଳେ ପୁରୁଷ ଦଳ ବିଦାୟ ନେଇଛି। ମହିଳା ଦଳ ମାଲେସିଆକୁ ୧୬-୬ରେ ପରାସ୍ତ କରିଥିବା ବେଳେ ବୈଷ୍ଣବୀ ଯାଦବ ଏକାକୀ ୯ ପଏଣ୍ଟ ସ୍କୋର କରିଥିଲେ। କ୍ୱାର୍ଟର ଫାଇନାଲରେ ଦଳ ଚାଇନିଜ୍‌ ତାଇପେକୁ ଭେଟିବ। ଅନ୍ୟ ପକ୍ଷରେ ପୁରୁଷ ଦଳ ୧୭-୧୯ରେ ଇରାନ ନିକଟରୁ ପରାଜିତ ହୋଇଛି।

ଭାରୋତ୍ତୋଳନ: ଅଲିମ୍ପିକ୍ସ ପଦକ ବିଜୟିନୀ ଭାରୋତ୍ତୋଳିକା ମୀରାବାଇ ଚାନୁ ଆହତ ହୋଇ ବିଦାୟ ନେଇଛନ୍ତି। ଓ୍ବେଟ୍‌ ଉଠାଇବା ସମୟରେ ପାଦ ଖସିବା କାରଣରୁ ପଛ ପଟୁଆ ତଳେ ପଡି ଯାଇଥିଲେ ଚାନୁ। ସ୍ନାଚ୍‌ରେ ୮୩ କିଗ୍ରା ଉତ୍ତୋଳନ କରିଥିବା ଚାନୁ କ୍ଲିନ୍‌ ଆଣ୍ଡ ଜର୍କରେ ୧୧୭ କିଗ୍ରା ଓଜନ ଉଠାଇବା ପ୍ରୟାସରେ ଆହତ ହୋଇଥିଲେ। ୧୯୧ କିଗ୍ରାର ମୋଟ ଉତ୍ତୋଳନ ସହିତ ସେ ଚତୁର୍ଥ ସ୍ଥାନରେ ରହିଥିଲେ।

କାନୋଇଁ ଓ କାୟାକିଂ: ଭାରତୀୟ ଖେଳାଳି କାନୋଇଁ ଓ କାୟାକିଂ ଇଭେଣ୍ଟରେ ଚମତ୍କାର ପ୍ରଦର୍ଶନ ଜାରି ରଖିଛନ୍ତି। କାନୋଇଁ ଇଭେଣ୍ଟରେ ନୀରଜ ବର୍ମା ଫାଇନାଲରେ ପ୍ରବେଶ କରିଛନ୍ତି। ୧୦୦୦ ମିଟର ସେମିରେ ନୀରଜ ୪:୩୧.୬୨ ସେକେଣ୍ଡର ସମୟ ନେଇଥିଲେ। ସୋମବାର ଏହି ଇଭେଣ୍ଟର ଫାଇନାଲ ଅନୁଷ୍ଠିତ ହେବ। ମହିଳା କାୟାକ ଯୋଡି ବିନିତା ଚାନୁ ଓଇନାମ ଓ ପାର୍ବତୀ ଗୀତା ଫାଇନାଲରେ ପ୍ରବେଶ କରିଛନ୍ତି। ୫୦୦ମିଟର ସ୍ପ୍ରିଣ୍ଟ ସେମିରେ ୨:୦୭.୦୩୬ ସେକେଣ୍ଡର ସମୟ ନେଇ ଫାଇନାଲରେ ପ୍ରବେଶ କରିଥିଲେ। କାନୋଇଁ ଓ କାୟାକିଂ ଇଭେଣ୍ଟରେ ଭାରତ ଏସିଆନ୍‌ ଗେମ୍ସରେ ମାତ୍ର ଗୋଟିଏ ପଦକ ହାସଲ କରିବାରେ ସମର୍ଥ ହୋଇଛି।

ଚେସ୍‌ : ଚେସ୍‌ର ଦଳଗତ ଇଭେଣ୍ଟରେ ଭିଏତନାମକୁ ପରାସ୍ତ କରିଛି ଭାରତୀୟ ମହିଳା ଦଳ। ଶନିବାର ୨.୫ ଓ ୧.୫ ପଏଣ୍ଟରେ ଭାରତ ବିଜୟୀ ହୋଇଥିଲା। କୋନେରୁ ହମ୍ପି, ଭାନ୍ତିକା ଅଗ୍ରଓ୍ବାଲ ନିଜର ମ୍ୟାଚ ଅମୀମାଂସିତ ରଖିଥିବା ବେଳେ ଆର. ବୈଶାଳୀ ବିଜୟୀ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବାରବାଟୀରେ ଭାରତର ବଡ଼ ବିଜୟ! ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ହରାଇଲା ‘ସୂର୍ଯ୍ୟ’ ଟିମ୍

କଟକ,୯।୧୨: ମଙ୍ଗଳବାର ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିବା ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚରେ ଭାରତୀୟ କ୍ରିକେଟ୍ ଟିମ୍ ଦକ୍ଷିଣ ଆଫ୍ରିକାକୁ ୧୦୧ ରନର...

IND vs SA: ବାରବାଟୀରେ ହାର୍ଦ୍ଦିକଙ୍କ ଛକା ବର୍ଷା, ଦକ୍ଷିଣ ଆଫ୍ରିକାକୁ ଟାର୍ଗେଟ…

କଟକ,୯।୧୨: ପ୍ରଥମ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୭୫ ରନ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ୫୯ ରନର ଚମତ୍କାର ସ୍କୋରରେ ପହଞ୍ଚାଇଛନ୍ତି। ସଙ୍କଟରେ...

ବାରବାଟୀରେ ଘଣ୍ଟି ବଜାଇ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

କଟକ,୯ା୧୨: କଟକର ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ ଖେଳାଯାଉଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...

ପ୍ରେମିକାଙ୍କ ‘ବ୍ୟକ୍ତିଗତ ମୁହୂର୍ତ୍ତ’ ଭାଇରାଲ୍, ଓଡ଼ିଶାରେ ଥାଇ ମିଡିଆ ଉପରେ ବର୍ଷିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୯ା୧୨: ଭାରତୀୟ କ୍ରିକେଟ୍ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ନିଜ ପ୍ରେମିକା ମହିକା ଶର୍ମାଙ୍କ ଭିଡିଓ ଏବଂ ଫଟୋ ଅନୁଚିତ ଆଙ୍ଗେଲ୍‌ରେ ଉଠାଇଥିବା ପାପାରାଜିଙ୍କ ଉପରେ...

ବାରବାଟୀ ମ୍ୟାଚ ଭିତରେ ବଡ଼ ଘୋଷଣା, ପୁଣି T20 ପାଇଁ ଟିମ୍‌ ଇଣ୍ଡିଆର ଟିମ୍‌ ଘୋଷଣା, ଦଳରେ ଅଛନ୍ତି…

ନୂଆଦିଲ୍ଲୀ,୯।୧୨: ବିଶ୍ୱ ଚାମ୍ପିଅନ ଟିମ ଇଣ୍ଡିଆ ଖୁବଶୀଘ୍ର ପଡ଼ିଆକୁ ଫେରିବାକୁ ଯାଉଛି। ପ୍ରଥମ ଥର ପାଇଁ ICC ମହିଳା ବିଶ୍ୱକପ ଜିତିଥିବା ଭାରତୀୟ କ୍ରିକେଟ ଦଳ...

India vs South Africa: ବାରବାଟୀରେ କେତେଥର ଜିତିଛି ଭାରତ? ଶୁଣିଲେ ତାଜୁବ ହେବେ

କଟକ,୯ା୧୨: ବାରବାଟୀ ବ୍ୟାଟଲ୍‌ ପାଇଁ ମୈଦାନ ତୟାର । ଖଚାଖଚ୍ ଦର୍ଶକ ଭରା ଷ୍ଟାଡିୟମରେ ଫଟାଫଟ କ୍ରିକେଟର ମଜା । ଭାରତ ଏବଂ ଦକ୍ଷିଣ ଆଫ୍ରିକା...

ବାରବାଟୀ ବ୍ୟାଟଲ୍‌: ଟସ୍‌ ଜିତିଲା ଦକ୍ଷିଣ ଆଫ୍ରିକା, ଏବେ କରିବ…

କଟକ,୯ା୧୨: ବାରବାଟୀ ବ୍ୟାଟଲ୍‌ ପାଇଁ ମୈଦାନ ତୟାର । ଖଚାଖଚ୍ ଦର୍ଶକ ଭରା ଷ୍ଟାଡିୟମରେ ଫଟାଫଟ କ୍ରିକେଟର ମଜା । ଭାରତ ଏବଂ ଦକ୍ଷିଣ ଆଫ୍ରିକା...

ବଡ଼ ବୟାନ ଦେଲେ ଗାଙ୍ଗୁଲି, କହିଲେ ସୂର୍ଯ୍ୟକୁମାର ଯାଦବ ନୁହେଁ ଏହି ଖେଳାଳିଙ୍କୁ ଦିଆଯାଉ ଟିମ ଇଣ୍ଡିଆର ଟି-୨୦ କ୍ୟାପଟେନଶିପ

ନୂଆଦିଲ୍ଲୀ,୯।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଆଜି, ଡିସେମ୍ବର ୯,୨୦୨୫ରେ ଆରମ୍ଭ ହେବାକୁ ଯାଉଛି। ସିରିଜର ପ୍ରଥମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri