Posted inଖେଳ

ଐତିହାସିକ ପଦକ ପକ୍କାକଲେ ସୁତୀର୍ଥା, ଆହିକା

ହାଙ୍ଗଝୋ,୧।୧୦: ବିଶ୍ୱ ଚାମ୍ପିୟନ ଚାଇନା ଖେଳାଳି ଚେନ୍‌ ମାଙ୍ଗ ଓ ୟିଦି ୟାଙ୍ଗଙ୍କୁ ପରାସ୍ତ କରି ଏସିଆନ୍‌ ଗେମ୍ସ ଟେବୁଲ ଟେନିସ ସେମି ଫାଇନାଲରେ ପ୍ରବେଶ କରିଛନ୍ତି ଭାରତର ମହିଳା ଡବଲ୍ସ ଖେଳାଳି ସୁତୀର୍ଥା ମୁଖାର୍ଜୀ ଓ ଆହିକା ମୁଖାର୍ଜୀ। ଏହା ସହିତ ଟେବୁଲ ଟେନିସ୍‌ରେ ଭାରତର ଏକ ଐତିହାସିକ ପଦକ ପକ୍କା ହୋଇଛି। ପୂର୍ବରୁ ଭାରତ ମହିଳା ଟେବୁଲ ଟେନିସରେ ପଦକ ହାସଲ କରିପାରି ନାହିଁ। ବିଶ୍ୱ ମାନ୍ୟତାର ଦ୍ୱିତୀୟ ସ୍ଥାନରେ ଥିବା ଚାଇନିଜ୍‌ ଯୋଡିଙ୍କୁ ୧୧-୫, ୧୧-୫, ୫-୧୧, ୧୧-୯ ସେଟ୍‌ରେ ପରାସ୍ତ କରିଥିଲେ ସୁତୀର୍ଥା ଓ ଆହିକା। ପ୍ରାଧାନ୍ୟ ବିସ୍ତାର କରି ଖେଳିବା ସହ ପ୍ରଥମ ସେଟ୍‌କୁ ମାତ୍ର ୮ ମିନିଟରେ ଜିତିଥିଲେ ଭାରତୀୟ ଯୋଡି। ଦ୍ୱିତୀୟ ସେଟ୍‌କୁ ୯ ମିନିଟରେ ଜିତିବା ସହିତ ଭାରତୀୟ ଯୋଡି ମ୍ୟାଚକୁ ନିୟନ୍ତ୍ରଣରେ ରଖିଥିଲେ। ତୃତୀୟ ରାଉଣ୍ଡରେ ଘରୋଇ ଦଳର ଖେଳାଳି ବିଜୟୀ ହୋଇଥିବା ବେଳେ ଚତୁର୍ଥ ରାଉଣ୍ଡ ମ୍ୟାଚ୍‌ ଜିତି ସୁତୀର୍ଥା ଓ ଆହିକା ଇତିହାସ ରଚିଥିଲେ। ତେବେ ମନିକା ବାତ୍ରା ପରାଜିତ ହେବା ସହିତ ମହିଳା ସିଙ୍ଗଲ୍ସରେ ଭାରତର ଅଭିଯାନ ଶେଷ ହୋଇଛି। ବିଶ୍ୱ ମାନ୍ୟତାର ୪ ନମ୍ବର ସ୍ଥାନରେ ଥିବା ୟିଦି ୟାଙ୍ଗ ୮-୧୧, ୧୨-୧୦, ୬-୧୧, ୪-୧୧, ୧୪-୧୨ ଓ ୫-୧୧ ସେଟ୍‌ରେ ମନିକାଙ୍କୁ ହରାଇଥିଲେ।

ଆଥଲେଟିକ୍ସ: ଆଥଲେଟିକ୍ସରେ ଭାରତୀୟ ଖେଳାଳିଙ୍କୁ ସକରାତ୍ମକ ଆରମ୍ଭ ମିଳିଛି। ୧୦୦ ମିଟର ବାଧାଦୌଡରେ ଜ୍ୟୋତି ୟାରାଜୀ ଓ ନିତ୍ୟା ରାମରାଜଙ୍କ ସହିତ ଲଙ୍ଗ ଜମ୍ପର ମୁରଲୀ ଶ୍ରୀଶଙ୍କର ଓ ଜେସଓ୍ବିନ ଆଲଡ୍ରିନ୍‌ ଫାଇନାଲରେ ପ୍ରବେଶ କରିଛନ୍ତି। ଏସିଆନ୍‌ ଚାମ୍ପିୟନ ଜ୍ୟୋତି ୟାରାଜୀ ୧୦୦ ମିଟର ବାଧାଦୌଡରେ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ସହିତ ୧୩.୦୩ ସେକେଣ୍ଡର ସମୟ ନେଇ ଫାଇନାଲରେ ପ୍ରବେଶ କରିଥିଲେ। ଅନ୍ୟ ପକ୍ଷରେ ନିତ୍ୟା ରାମରାଜ ୧୩.୩୦ ସେକେଣ୍ଡର ସମୟ ନେଇ ଫାଇନାଲରେ ପହଞ୍ଚିଥିଲେ। ଏହାକୁ ମିଶାଇ ଜ୍ୟୋତି କ୍ରମାଗତ ଭାବରେ ସପ୍ତମ ଥର ପାଇଁ ଜାତୀୟ ରେକର୍ଡ ଭାଙ୍ଗିଛନ୍ତି।

ବ୍ୟାଡମିଣ୍ଟନ: ଭାରତୀୟ ବ୍ୟାଡମିଣ୍ଟନ ପୁରୁଷ ଦଳଗତ ଇଭେଣ୍ଟରେ ଫାଇନାଲରେ ପ୍ରବେଶ କରିବା ସହିତ ସ୍ବର୍ଣ୍ଣ ପଦକରୁ ଗୋଟିଏ ପାଦ ଦୂରରେ ରହିଛି। ଶନିବାର ଦକ୍ଷିଣ କୋରିଆ ବିପକ୍ଷରେ ସଂଘର୍ଷପୂର୍ଣ୍ଣ ୩-୨ରେ ବିଜୟୀ ହୋଇଥିଲା ଭାରତ। ଏଚ୍‌. ଏସ୍‌. ପ୍ରଣୟ ପ୍ରଥମ ମ୍ୟାଚ୍‌ ଜିତି ଭାରତକୁ ୧-୦ରେ ଆଗୁଆ କରିଥିଲେ। ତେବେ ଡବଲ୍ସ ଯୋଡି ସାତ୍ତ୍ୱିକ ସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ପରାଜିତ ହୋଇଥିଲେ। ପରବର୍ତ୍ତୀ ମ୍ୟାଚରେ ଲକ୍ଷ୍ୟ ସେନ୍‌ ଚମତ୍କାର ବିଜୟ ସହିତ ଭାରତକୁ ୨-୧ରେ ଆଗୁଆ କରିଥିଲେ। ତେବେ ଏମ୍‌. ଆର. ଅର୍ଜୁନ ଓ ଧ୍ରୁବ କପିଳା ପରାଜିତ ହେବାରୁ ମ୍ୟାଚ୍‌ ୨-୨ ସ୍ଥିତିକୁ ଆସିଥିଲା। ଅନ୍ତିମ ମ୍ୟାଚରେ କିଡାମ୍ବୀ ଶ୍ରୀକାନ୍ତ ଦମଦାର ପ୍ରଦର୍ଶନ କରିବା ସହିତ ମ୍ୟାଚ୍‌କୁ ଜିତି ଭାରତକୁ ଫାଇନାଲରେ ପହଞ୍ଚାଇଥିଲେ।

୩ଏ ସାଇଡ୍‌ ବାସ୍କେଟବଲ୍‌: ୩ଏ ସାଇଡ୍‌ ବାସ୍କେଟବଲରେ ଭାରତୀୟ ମହିଳା ଦଳ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିବା ବେଳେ ପୁରୁଷ ଦଳ ବିଦାୟ ନେଇଛି। ମହିଳା ଦଳ ମାଲେସିଆକୁ ୧୬-୬ରେ ପରାସ୍ତ କରିଥିବା ବେଳେ ବୈଷ୍ଣବୀ ଯାଦବ ଏକାକୀ ୯ ପଏଣ୍ଟ ସ୍କୋର କରିଥିଲେ। କ୍ୱାର୍ଟର ଫାଇନାଲରେ ଦଳ ଚାଇନିଜ୍‌ ତାଇପେକୁ ଭେଟିବ। ଅନ୍ୟ ପକ୍ଷରେ ପୁରୁଷ ଦଳ ୧୭-୧୯ରେ ଇରାନ ନିକଟରୁ ପରାଜିତ ହୋଇଛି।

ଭାରୋତ୍ତୋଳନ: ଅଲିମ୍ପିକ୍ସ ପଦକ ବିଜୟିନୀ ଭାରୋତ୍ତୋଳିକା ମୀରାବାଇ ଚାନୁ ଆହତ ହୋଇ ବିଦାୟ ନେଇଛନ୍ତି। ଓ୍ବେଟ୍‌ ଉଠାଇବା ସମୟରେ ପାଦ ଖସିବା କାରଣରୁ ପଛ ପଟୁଆ ତଳେ ପଡି ଯାଇଥିଲେ ଚାନୁ। ସ୍ନାଚ୍‌ରେ ୮୩ କିଗ୍ରା ଉତ୍ତୋଳନ କରିଥିବା ଚାନୁ କ୍ଲିନ୍‌ ଆଣ୍ଡ ଜର୍କରେ ୧୧୭ କିଗ୍ରା ଓଜନ ଉଠାଇବା ପ୍ରୟାସରେ ଆହତ ହୋଇଥିଲେ। ୧୯୧ କିଗ୍ରାର ମୋଟ ଉତ୍ତୋଳନ ସହିତ ସେ ଚତୁର୍ଥ ସ୍ଥାନରେ ରହିଥିଲେ।

କାନୋଇଁ ଓ କାୟାକିଂ: ଭାରତୀୟ ଖେଳାଳି କାନୋଇଁ ଓ କାୟାକିଂ ଇଭେଣ୍ଟରେ ଚମତ୍କାର ପ୍ରଦର୍ଶନ ଜାରି ରଖିଛନ୍ତି। କାନୋଇଁ ଇଭେଣ୍ଟରେ ନୀରଜ ବର୍ମା ଫାଇନାଲରେ ପ୍ରବେଶ କରିଛନ୍ତି। ୧୦୦୦ ମିଟର ସେମିରେ ନୀରଜ ୪:୩୧.୬୨ ସେକେଣ୍ଡର ସମୟ ନେଇଥିଲେ। ସୋମବାର ଏହି ଇଭେଣ୍ଟର ଫାଇନାଲ ଅନୁଷ୍ଠିତ ହେବ। ମହିଳା କାୟାକ ଯୋଡି ବିନିତା ଚାନୁ ଓଇନାମ ଓ ପାର୍ବତୀ ଗୀତା ଫାଇନାଲରେ ପ୍ରବେଶ କରିଛନ୍ତି। ୫୦୦ମିଟର ସ୍ପ୍ରିଣ୍ଟ ସେମିରେ ୨:୦୭.୦୩୬ ସେକେଣ୍ଡର ସମୟ ନେଇ ଫାଇନାଲରେ ପ୍ରବେଶ କରିଥିଲେ। କାନୋଇଁ ଓ କାୟାକିଂ ଇଭେଣ୍ଟରେ ଭାରତ ଏସିଆନ୍‌ ଗେମ୍ସରେ ମାତ୍ର ଗୋଟିଏ ପଦକ ହାସଲ କରିବାରେ ସମର୍ଥ ହୋଇଛି।

ଚେସ୍‌ : ଚେସ୍‌ର ଦଳଗତ ଇଭେଣ୍ଟରେ ଭିଏତନାମକୁ ପରାସ୍ତ କରିଛି ଭାରତୀୟ ମହିଳା ଦଳ। ଶନିବାର ୨.୫ ଓ ୧.୫ ପଏଣ୍ଟରେ ଭାରତ ବିଜୟୀ ହୋଇଥିଲା। କୋନେରୁ ହମ୍ପି, ଭାନ୍ତିକା ଅଗ୍ରଓ୍ବାଲ ନିଜର ମ୍ୟାଚ ଅମୀମାଂସିତ ରଖିଥିବା ବେଳେ ଆର. ବୈଶାଳୀ ବିଜୟୀ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

IPL ମଧ୍ୟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ଏହି ଷ୍ଟାର ବ୍ୟାଟସ୍‌ମ୍ୟାନ, ୩୭ ବର୍ଷ ବୟସରେ…

ନୂଆଦିଲ୍ଲୀ,୨।୪: କ୍ରିକେଟ ଜଗତ ବର୍ତ୍ତମାନ IPL ୨୦୨୬ ଉପରେ ଧ୍ୟାନ ଦେଇଛି। ଇଣ୍ଡିଆନ ପ୍ରିମିୟର ଲିଗ ୨୮ ମାର୍ଚ୍ଚରୁ ଆରମ୍ଭ ହୋଇଛି ଏବଂ ପ୍ରତିଦିନ ପ୍ରମୁଖ ମ୍ୟାଚ…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ଜୁଲାଇରେ ଜିମ୍ବାୱେ ଗସ୍ତ କରିବ ଟିମ୍ ଇଣ୍ଡିଆ, ଟି-୨୦ ସିରିଜରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିବ କି ସୁଯୋଗ ?

ନୂଆଦିଲ୍ଲୀ,୧।୪: ଟିମ୍ ଇଣ୍ଡିଆର ଜିମ୍ବାୱେ ଗସ୍ତର କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଭାରତୀୟ ଦଳର ଏହି ଗସ୍ତ ଜୁଲାଇରେ ହେବାକୁ ଯାଉଛି। ଏହି ଗସ୍ତ ସମୟରେ ତିନି ମ୍ୟାଚ୍…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ପୁଣି ଭାଙ୍ଗିଗଲା ଇଟାଲୀର ଫିଫା ବିଶ୍ୱକପ ସ୍ବପ୍ନ: ଲଗାତାର ତୃତୀୟ ଥର ପାଇଁ ଯୋଗ୍ୟତା ଅର୍ଜନ କରିପାରିଲା ନାହିଁ

ରୋମ,୧।୪: ଚାରିଥର ଫିଫା ବିଶ୍ୱକପ ଚାମ୍ପିଅନ ଇଟାଲୀ ଆଉ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ଲଗାତାର ତୃତୀୟ ଥର ପାଇଁ ଫିଫା ବିଶ୍ୱକପ ପାଇଁ…

ଅନ୍ତର୍ଜାତୀୟ ସ୍ତରର ଅପମାନ ପାଇଲା ପାକିସ୍ତାନ, ଭିଡିଓ ହେଉଛି ଭାଇରାଲ

ଇସଲାମାବାଦ,୧।୪: PSL 2026 ରେ, ପାକିସ୍ତାନ ପାଇଁ ଅନ୍ତର୍ଜାତୀୟ ଲଜ୍ଜାର କାରଣ ପାଲଟିଥିବା ଘଟଣାଗୁଡ଼ିକର ଏକ ଶୃଙ୍ଖଳା ସାମ୍ନାକୁ ଆସିଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚରେ, ଜର୍ସିରୁ ରଙ୍ଗ…

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri