Posted inଖେଳ

ଭାରତୀୟ ମହିଳା କ୍ରିକେଟ ଦଳ: ମୁଖ୍ୟ କୋଚ୍‌ ଦୌଡ଼ରେ ୫ ମହିଳା

ନୂଆଦିଲ୍ଲୀ, ୩୦।୪(ପି.ଟି.)-ଭାରତୀୟ ମହିଳା କ୍ରିକେଟ ଦଳର ମୁଖ୍ୟ କୋଚ୍‌ ଦୌଡ଼ରେ ୫ ଜଣ ମହିଳା ସାମିଲ ହୋଇଛନ୍ତି। ୨୦୧୭ରୁ ଏହି ପଦରେ ପୁରୁଷ କୋଚ୍‌ ରହି ଆସୁଥିଲେ। ଏଥର ଆବେଦନ କରିଥିବା ମହିଳାଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ ଚୟନ କମିଟି ମୁଖ୍ୟ ହେମଲତା କାଲା, ମମତା ମାବେନ, ଜୟା ଶର୍ମା, ସୁମନ ଶର୍ମା ଓ ନୋସିନ ଅଲ୍‌ କାଦିର। ପୁରୁଷଙ୍କ ମଧ୍ୟରେ ବର୍ତ୍ତମାନର କୋଚ୍‌ ଡବ୍ଲ୍ୟୁ.ଭି. ରମଣ ଗତ ମାର୍ଚ୍ଚରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ସିରିଜ ପରେ ପୁଣି ଆବେଦନ କରିଛନ୍ତି। ପୂର୍ବରୁ କୋଚ୍‌ ଦାୟିତ୍ୱ ତୁଲାଇ ସାରିଥିବା ରମେଶ ପାଓ୍ବାର, ତୁଷାର ଆରୋଥେ ମଧ୍ୟ ପୁଣି ଏହି ଦୌଡ଼ରେ ସାମିଲ ହୋଇଛନ୍ତି। ସିନିୟର ଖେଳାଳିଙ୍କ ସହ ମତଭେଦ ଯୋଗୁ ଅପ୍ରୀତିକର ପରିସ୍ଥିତିରେ ପାଓ୍ବାର ଓ ଆରୋଥେଙ୍କୁ ପଦ ଛାଡ଼ିବାକୁ ପଡ଼ିଥିଲା। ଚଳିତ ମାସ ୨୬ ଆବେଦନର ଶେଷ ତାରିଖ। ଏହାପରେ ମଦନ ଲାଲଙ୍କ ନେତୃତ୍ୱାଧୀନ କ୍ରିକେଟ ପରାମର୍ଶଦାତା କମିଟି ମୁଖ୍ୟ କୋଚ୍‌ ଚୟନ କରିପାରନ୍ତି। ମହିଳା ଚୟନ କମିଟି ମୁଖ୍ୟ ନୀତୁ ଡେଭିଡ ଜଣେ ମହିଳା ଜାତୀୟ ଦଳର ମୁଖ୍ୟ କୋଚ୍‌ ହୁଅନ୍ତୁ ବୋଲି ଚାହୁଛନ୍ତି। ନ୍ୟୁଜିଲାଣ୍ଡରେ ଆସନ୍ତା ବର୍ଷ ହେବାକୁ ଥିବା ଏକଦିବସୀୟ ବିଶ୍ୱକପ ପାଇଁ ନୂଆ କୋଚ୍‌ ଦଳକୁ ପ୍ରସ୍ତୁତ କରିବେ।
”ବିସିସିଆଇ ଏ ପର୍ଯ୍ୟନ୍ତ ସାକ୍ଷାତକାର ତାରିଖ ସ୍ଥିର କରିନାହିଁ। ଏଥିପାଇଁ ଅନୁମତି ମିଳିଲେ ଆମେ ମହିଳା ହେଉ ବା ପୁରୁଷ ଜଣେ ଶ୍ରେଷ୍ଠ ପ୍ରାର୍ଥୀଙ୍କୁ ଚୟନ କରିବୁ“ ବୋଲି ବିଶ୍ୱକପ ବିଜେତା ମଦନ ଲାଲ କହିଛନ୍ତି। ପୂର୍ଣ୍ଣିମା ରାଓ ଭାରତୀୟ ମହିଳା କ୍ରିକେଟ ଦଳର ଶେଷ ମହିଳା ମୁଖ୍ୟ କୋଚ୍‌ ଥିଲେ। ୨୦୧୭ ଏପ୍ରିଲରେ ତାଙ୍କୁ ବିଦା କରାଯାଇଥିଲା। ତାଙ୍କ ସ୍ଥାନରେ ଆରୋଥେଙ୍କୁ ଦାୟିତ୍ୱ ମିଳିଥିଲା ଏବଂ ସେ ପରବର୍ଷ ଭାରତୀୟ ଦଳକୁ ଏକଦିବସୀୟ ବିଶ୍ୱକପର ଫାଇନାଲରେ ପହଞ୍ଚାଇବାରେ ଗୁରୁଦାୟିତ୍ୱ ବହନ କରିଥିଲେ। ମାତ୍ର ଆରୋଥେ ତାଙ୍କ କ୍ୟାରିୟର ଶେଷ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ଭେଟେରାନ ମିତାଲି ରାଜ ଅଭିଯୋଗ ଆଣିବା ପରେ ପାଓ୍ବାର ମୁଖ୍ୟ କୋଚ୍‌ ହୋଇଥିଲେ। ପାଓ୍ବାରଙ୍କ ସ୍ଥାନରେ ମୁଖ୍ୟ କୋଚ୍‌ ଦାୟିତ୍ୱ ପାଇଥିବା ରମଣ ୨୦୨୦ରେ ଟି୨୦ ବିଶ୍ୱକପର ଫାଇନାଲରେ ଭାରତକୁ ପହଞ୍ଚାଇଥିଲେ। ମହିଳା ପ୍ରାର୍ଥୀଙ୍କ ମଧ୍ୟରେ ଚୟନ କମିଟି ମୁଖ୍ୟଭାବେ ଶେଫାଳି ବର୍ମାଙ୍କ ପରି ଖେଳାଳିଙ୍କୁ ଲୋକଲୋଚନକୁ ଆଣିଥିବା କାଲା ଏବେ ଉତ୍ତର ପ୍ରଦେଶ ସିନିୟର ଦଳର କୋଚ୍‌ ଅଛନ୍ତି। ସୁମନ ଭାରତୀୟ ଦଳର ସହକାରୀ କୋଚ୍‌ ରହି ସାରିଛନ୍ତି। ନୋସିନଙ୍କର କୋଚିଂରେ ଅନେକ ଅଭିଜ୍ଞତା ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଃସାହସ! ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ଭାଷା କହିଲାଣି ପାକିସ୍ତାନ! ଇସାକ ଦାରଙ୍କ ବୟାନକୁ ନେଇ ନିଆଁବାଣ ଇରାନ

ଇସଲାମାବାଦ,୨୬।୩: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଗୁରୁବାର (୨୬ ମାର୍ଚ୍ଚ, ୨୦୨୬) କହିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ପରୋକ୍ଷ ଶାନ୍ତି ଆଲୋଚନା ଚାଲିଛି।…

ପଟ୍ଟାମୁଣ୍ଡାଇରେ ଚାଞ୍ଚଲ୍ୟ: କଳିଙ୍ଗାଘାଟ ନଦୀପଠାରୁ ଅଖାରେ ଭର୍ତ୍ତି ମଣିଷ କଙ୍କାଳ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ…

ପଟ୍ଟାମୁଣ୍ଡାଇ,୨୬।୩(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୁଣୁପୁର କଳିଙ୍ଗାଘାଟ ନଦୀପଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନଦୀପଠାରୁ ମଣିଷ ଖପୁରୀ ଓ…

RCBର ବିକ୍ରି ପରେ ମୁହଁ ଖୋଲିଲେ ମାଲ୍ୟା: ସମାଲୋଚକଙ୍କୁ କହିଲେ…

ନୂଆଦିଲ୍ଲୀ,୨୬ା୩: ଆଇପିଏଲ୍‌ ଫ୍ରାଞ୍ଚାଇଜ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୧୮,୭୭୬ କୋଟି ଟଙ୍କାରେ ବିକ୍ରି ହେବା ପରେ ଏହାର ମୂଳ ମାଲିକ ତଥା ପଳାତକ ବ୍ୟବସାୟୀ ବିଜୟ…

ରୋହିତ ଶର୍ମା-ବିରାଟ କୋହଲି ଆଗାମୀ ଗୋଟିଏ ବର୍ଷ ମଧ୍ୟରେ କେତେ ମ୍ୟାଚ ଖେଳିବେ, ସିଡ୍ୟୁଲ ଜାରିକଲା BCCI

ନୂଆଦିଲ୍ଲୀ,୨୬।୩: ଆଗାମୀ ବର୍ଷ ପାଇଁ ଟିମ ଇଣ୍ଡିଆର ଘରୋଇ ସିରିଜ ସୂଚୀ ପ୍ରକାଶ ପାଇଛି। ଅଷ୍ଟ୍ରେଲିଆ, ୱେଷ୍ଟଇଣ୍ଡିଜ, ଶ୍ରୀଲଙ୍କା ଏବଂ ଜିମ୍ବାୱେ ଆଗାମୀ ୧୨ ମାସ ବା…

ଡିପଫେକ୍‌ରେ ଗମ୍ଭୀର: ଆପତ୍ତିଜନକ ପୋଷ୍ଟ ହଟାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୬ା୩: ଦିଲ୍ଲୀ ହାଇକୋର୍ଟ ଗୁଗଲ, ମେଟା ଓ ଆମାଜନ ଭଳି ଅଗ୍ରଣୀ ଟେକ୍‌ ପ୍ଲାଟଫର୍ମକୁ ପୂର୍ୱତନ କ୍ରିକେଟର ତଥା ବର୍ତ୍ତମାନ ଭାରତୀୟ ଦଳର ମୁଖ୍ୟ କୋଚ୍‌ ଗୌତମ…

IPL 2026: ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କଲା BCCI, ୧୨ ସହରରେ ମୁକାବିଲା, ମାର୍ଚ୍ଚ ୨୮ରୁ ଆରମ୍ଭ ହେବ…

ନୂଆଦିଲ୍ଲୀ,୨୬।୩: କ୍ରିକେଟ ପ୍ରେମୀଙ୍କ ଅପେକ୍ଷାର ଅନ୍ତ। ବିସିସିଆଇ (BCCI) ପକ୍ଷରୁ ଆଇପିଏଲ ୨୦୨୬ (IPL 19th Season)ର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଆସନ୍ତାମାର୍ଚ୍ଚ ୨୮ ତାରିଖରୁ…

ଦୂଷିତ ପାଣି ବ୍ୟବହାର କରି ସେବାଶ୍ରମ ବିଦ୍ୟାଳୟର ଛାତ୍ରୀଛାତ୍ର ଅସୁସ୍ଥ, ମେଡିକାଲ ଟିମ୍‌ ପହଞ୍ଚି…

ବାଙ୍କୀ,୨୬ା୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବ୍ଲକ ଅନ୍ତର୍ଗତ କଦଳୀବାଡ଼ି ପଞ୍ଚାୟତସ୍ଥିତ ସେବାଶ୍ରମ ସରକାରୀ ବିଦ୍ୟାଳୟର ଛାତ୍ରୀଛାତ୍ର ଜଣ୍ଡିସ୍‌ ରୋଗରେ ଆକ୍ରାନ୍ତ ଥିବା ଅଭିଭାବକ ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି।…

ବ୍ରିଜ୍‌ ଉପରେ ହଠାତ୍‌ ଫାଟିଲା ପାନୀଳ ଜଳ ପାଇପ୍‌, ଆଉ ତା’ ପରେ…

ଗୁଣପୁର,୨୬ା୩(ସଂକେତ ପାତ୍ର): ସ୍ଥାନୀୟ ଗୁଣପୁର-ବିକ୍ରମପୁରକୁ ସଂଯୋଗ କରୁଥିବା ବ୍ରିଜ୍‌ ଉପରେ ଥିବା ପାନୀୟଜଳ ପାଇପ୍‌ ଫାଟିଯାଇ ଅଧିକ ସମୟ ଧରି ପାଣି ବହୁଥିବା ଦେଖାଯାଇଛି। ସୂଚନାନୁସାରେ, କେନ୍ଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri