ଆୟର୍ଲାଣ୍ଡରେ ସବୁଠୁ ଅଧିକ ଦରମା ପାଉଛନ୍ତି ଭାରତୀୟ ମହିଳା, ଆୟର୍ଲାଣ୍ଡର ମହିଳା ଅଛନ୍ତି ପଛରେ…

ଡବଲିନ,୨୯।୧୧: ଅଧିକ ଦରମା ପାଇବା ପାଇଁ ଭାରୀୟମାନେ ଦେଶ ବାହାରକୁ ଯାଉଛନ୍ତି। କେବଳ ପୁରୁଷ ନୁହେଁ ମହିଳମାନେ ମଧ୍ୟ ଦେଶ ବାହାରକୁ ଯାଇ ବିଭିନ୍ନ ପ୍ରକାର ଚାକିରି କରୁଛନ୍ତି। ତେବେ ନିକଟରେ ଏକ ରିପୋର୍ଟରୁ ଜଣାପଡିଛି କି, ଭାରତୀୟ କାର୍ଯ୍ୟରତ ମହିଳାମାନେ ଆମେରିକା, କାନାଡା ଏବଂ ବ୍ରିଟେନ ଅପେକ୍ଷା ଆୟର୍ଲାଣ୍ଡକୁ ବେଶୀ ପସନ୍ଦ କରୁଛନ୍ତି। ଆୟାରିଶ କେନ୍ଦ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ଦ୍ୱାରା ନିକଟରେ ପ୍ରକାଶିତ ରିପୋର୍ଟରେ ବିଶ୍ୱର ବାକି ମହିଳାଙ୍କ ତୁଳନାରେ ଆୟର୍ଲାଣ୍ଡରେ କାର୍ଯ୍ୟ କରୁଥିବା ଭାରତୀୟ ମହିଳାମାନେ ରୋଜଗାର କ୍ଷେତ୍ରରେ ବହୁତ ଆଗରେ ଅଛନ୍ତି। ଆୟର୍ଲାଣ୍ଡ ଭାରତୀୟ ମହିଳାମାନଙ୍କ ପାଇଁ ପ୍ରିୟ କାର୍ଯ୍ୟସ୍ଥଳୀରେ ପରିଣତ ହୋଇଛି।

ରିପୋର୍ଟରୁ ଜଣାପଡିଛି କି, ଆୟର୍ଲାଣ୍ଡରେ କାର୍ଯ୍ୟ କରୁଥିବା ପୁରୁଷଙ୍କ ତୁଳନାରେ ଭାରତୀୟ ମହିଳାଙ୍କ ଦରମା ଅଧିକ । ୨୦୨୨ରେ ଭାରତୀୟ ମହିଳାଙ୍କ ସାପ୍ତାହିକ ହାରାହାରି ଦରମା ୮୦ହଜାର ୯୫୦ ଟଙ୍କା ଥିଲା। ଅନ୍ୟପକ୍ଷରେ, ବିଭିନ୍ନ ଦେଶରୁ ଆସୁଥିବା ପୁରୁଷଙ୍କ ଦରମା ୨୦୦ ୟୁରୋରୁ କମ ଥିଲା। ଅର୍ଥାତ୍‌ ୬୧ହଜାର ୨୨୬ ଟଙ୍କା ଥିଲା। ଯଦି ଆମେ ଆୟରିଶ ମହିଳା(ଆୟର୍ଲାଣ୍ଡରେ ରହୁଥିବା ମହିଳା)ଙ୍କ ଦରମା ବିଷୟରେ କହିବା, ତାହା ଭାରତୀୟ ମହିଳାଙ୍କ ତୁଳନାରେ ବହୁତ କମ ରହିଛି। ଆୟାରିଶ ମହିଳା ପ୍ରତି ସପ୍ତାହରେ ୬୧୧,୬୦ ୟୁରୋ ପାଉଛନ୍ତି। ଏହାର ଅର୍ଥ ହେଉଛି ଆୟର୍ଲାଣ୍ଡରେ କାର୍ଯ୍ୟ କରୁଥିବା ଭାରତୀୟ ମହିଳାଙ୍କ ସାପ୍ତାହିକ ଦରମା ଆୟାରିଶ ମହିଳାଙ୍କ ତୁଳନାରେ ୪୫ ପ୍ରତିଶତ ଅଧିକ। ଯଦି ଆମେ ଆୟର୍ଲାଣ୍ଡରେ ମହିଳାଙ୍କ ହାରାହାରି ବେତନ ବିଷୟରେ କହିବା, ଏହା ହେଉଛି ୫୯୨.୯୨ ୟୁରୋ।

ସେହିପରି ଆୟର୍ଲାଣ୍ଡରେ ଭାରତୀୟ ପୁରୁଷଙ୍କ ଅପେକ୍ଷା ଭାରତୀୟ ମହିଳାମାନେ ଅଧିକ ରୋଜଗାର କରୁଛନ୍ତି। ଭାରତୀୟ ପୁରୁଷମାନେ ସପ୍ତାହରେ ୭୭ହଜାର ୮୭୫ଟଙ୍କା ରୋଜଗାର କରୁଛନ୍ତି।

ତଥ୍ୟ ଅନୁଯାୟୀ, ସାପ୍ତାହିକ ହାରାହାରି ଦରମା ଦୃଷ୍ଟିରୁ ଭାରତୀୟଙ୍କ ଦରମା ଅନ୍ୟ ଦେଶର ଲୋକଙ୍କ ତୁଳନାରେ ଅଧିକ। ରିପୋର୍ଟରେ କୁହାଯାଇଛି ଯେ ଆୟର୍ଲାଣ୍ଡରେ ଭାରତୀୟଙ୍କ ହାରାହାରି ରୋଜଗାର ହେଉଛି ୮୭୩.୩୮ ୟୁରୋ ଅର୍ଥାତ ୭୯,୭୦୪,୬୬ ଟଙ୍କା। ଦ୍ୱିତୀୟରେ ଆୟର୍ଲାଣ୍ଡରେ ବ୍ରିଟେନର ଲୋକଙ୍କ ହାରାହାରି ଦରମା ହେଉଛି ୬୪,୮୦୨,୮୦ ଟଙ୍କା।
ଆୟର୍ଲାଣ୍ଡରେ ଭାରତର ରାଷ୍ଟ୍ରଦୂତ ଅଖିଳେଶ ମିଶ୍ର କହିଛନ୍ତି, ଆୟର୍ଲାଣ୍ଡରେ ପ୍ରାୟ ୮୦ହଜାର NRI ଅଛନ୍ତି ଯେଉଁଥିରୁ ଭାରତୀୟ ନାଗରିକଙ୍କ ସଂଖ୍ୟା ୪୫ହଜାର।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ ଅଲ୍ଟିମେଟମ୍‌: ଆଜି ରାତିରେ ଗୋଟିଏ ସଭ୍ୟତାର ବିନାଶ ନିଶ୍ଚିତ, ବିଶ୍ୱରେ ଚହଳ

ୱାଶିଂଟନ/ତେହେରାନ,୭।୪: ହର୍ମୁଜ ପ୍ରଣାଳୀ ଖୋଲିବାକୁ ନେଇ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିସ୍ଫୋରକ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

କେଉଁ ବୋତଲରେ ପାଣି ପିଇବା ଉଚିତ୍‌: ଜାଣନ୍ତୁ କ’ଣ ରହିଛି…

ଜଳ ହିଁ ଜୀବନ । ପାଣି ପିଇବା ପାଇଁ କିଏ ପ୍ଲାଷ୍ଟିକ୍‌ ବଟଲ ବ୍ୟବହାର କରନ୍ତି ତ ଆଉ କିଏ ତମ୍ବା ନ ହେଲେ ଷ୍ଟିଲ୍‌। ଘରୁ…

୮ ଏପ୍ରିଲରୁ ଏୟାର ଇଣ୍ଡିଆର ଯାତ୍ରା ହେବ ମହଙ୍ଗା! ଜାଣନ୍ତୁ କେତେ ବଢ଼ିବ

ନୂଆଦିଲ୍ଲୀ,୭।୪: ଟାଟା ଗ୍ରୁପ୍ ନେତୃତ୍ୱରେ ପରିଚାଳିତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଏକ ଝଟକା ଦେଇଛି । ବଢି଼ପାରେ ଭଡ଼ା । କମ୍ପାନୀ ୮ ଏପ୍ରିଲରୁ…

ନବୀନ ପଟ୍ଟନାୟକଙ୍କୁ ନେଇ ଏମିତି କହିଦେଲେ ମନମୋହନ: ଆମ ଦ୍ୱାର ସବୁବେଳେ ଖୋଲା…

ଭୁବନେଶ୍ୱର,୭।୪: ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଞ୍ଚାୟତରାଜ ନିର୍ବାଚନ ପୂର୍ବରୁ ବିଭିନ୍ନ ଜିଲା ଗସ୍ତ କରିବେ ବୋଲି ଜଣାପଡ଼ିଛି। ନବୀନଙ୍କ ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri