Posted inଖେଳ

ଭାରତୀୟ ମହିଳାଙ୍କୁ ସ୍ବର୍ଣ୍ଣ, ପୁରୁଷଙ୍କୁ ରୌପ୍ୟ

ଚେନ୍ନାଇ: ଏସିଆନ୍‌ ନେସନ୍ସ (ରିଜିଅନ୍ସ) ଅନ୍‌ଲାଇନ୍‌ ଟିମ୍‌ ଚେସ୍‌ ଚାମ୍ପିୟନଶିପ୍‌ରେ ଭାରତୀୟ ମହିଳାଙ୍କୁ ସ୍ବର୍ଣ୍ଣ ଏବଂ ପୁରୁଷ ଦଳକୁ ରୌପ୍ୟ ପଦକ ମିଳିଛି। ମହିଳା ଦଳର ସଦସ୍ୟା ଭାବରେ ଓଡ଼ିଶାର ପଦ୍ମିନୀ ରାଉତ ମଧ୍ୟ ସ୍ବର୍ଣ୍ଣ ପଦକ ପାଇଛନ୍ତି। ପୂର୍ବରୁ ସେ ବୋର୍ଡ ପ୍ରାଇଜ୍‌ଭାବେ ରୌପ୍ୟ ପଦକ ହାସଲ କରିଥିଲେ। ଅର୍ଥାତ୍‌ ପ୍ରତିଯୋଗିତାରୁ ସେ ଗୋଟିଏ ଲେଖାଏ ରୌପ୍ୟ ଓ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଫାଇନାଲରେ ଭାରତୀୟ ମହିଳା ଦଳ ୬-୨ ବ୍ୟବଧାନରେ ଇଣ୍ଡୋନେସିଆକୁ ପରାସ୍ତ କରିଥିଲା। ମାତ୍ର ଭାରତୀୟ ପୁରୁଷ ଦଳ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ୩.୫-୪.୫ ବ୍ୟବଧାନରେ ଅଷ୍ଟ୍ରେଲିଆଠାରୁ ହାରିଯିବାରୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଥିଲା। ମହିଳା ଫାଇନାଲରେ ପିଭି ନନ୍ଧିଧା ଭାରତକୁ ପ୍ରଥମ ପଏଣ୍ଟ ଦେଇଥିବାବେଳେ ପଦ୍ମିନୀ ମଧ୍ୟ ଚମତ୍କାର ପ୍ରଦର୍ଶନ ବଜାୟ ରଖି ପ୍ରତିପକ୍ଷ ମେଦିନା ଓ୍ବାର୍ଦା ଆଉଲିଆଙ୍କୁ ପରାସ୍ତ କରିଥିଲେ। ଫର୍ମରେ ଥିବା ଆର. ବୈଶାଳୀ ଓ ଅଧିନାୟିକା ମାରି ଆନ୍‌ ଗୋମ୍ସ ଡ୍ର ରଖିବାରୁ ପ୍ରଥମ ମ୍ୟାଚ ଶେଷ ବେଳକୁ ସ୍କୋର ୩-୧ ପଏଣ୍ଟ ରହିଥିଲା। ଦ୍ୱିତୀୟ ମ୍ୟାଚରେ ବୈଶାଳୀ ହାରି ଯାଇଥିଲେ ହେଁ ଭକ୍ତି କୁଲକର୍ନୀ, ପଦ୍ମିନୀ ଓ ନନ୍ଧିଧା ବିଜୟ ହାସଲ କରି ଭାରତକୁ ଗର୍ବିତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

କିଡ୍‌ନୀ, ହାର୍ଟ ଦାନକରି ଅମର ହେଲେ ଶୁଭମ୍‌

ବଞ୍ଚୋ/ବଉଳା/ଛେନାପଦି,୨୦ା୨(ପ୍ରଦୋଷ କୁମାର ବିଶ୍ୱାଳ/ଦୁର୍ଗା ପ୍ରସାଦ ଆୟଚ/ ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଜମ୍ଭିରା ଗ୍ରାମର ଉପେନ୍ଦ୍ର ଆୟଚଙ୍କ ପୁତ୍ର ଶୁଭମ୍‌ ଆୟଚ(୧୨) ଦୁର୍ଘଟଣାରେ ମୃତ୍ୟୁ…

୨୧୮ ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା

ଦିଗପହଣ୍ଡି/ପାଟପୁର,୨୦ା୨(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସମଗ୍ର ଶିକ୍ଷା ଅଭିଯାନ ଓ ଜିଲା ଦୃଷ୍ଟି ବାଧିତ ନିୟନ୍ତ୍ରଣ କାର୍ଯ୍ୟାଳୟ ଆନୁକୂଲ୍ୟରେ ରାଜ୍ୟ ସରକାରଙ୍କ ସୁରେନ୍ଦ୍ର ସାଏ…

ଏଣିକି ନିଜ ଲଢ଼େଇ ନିଜର

ଦିଗପହଣ୍ଡି,୨୦ା୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜରେ ଛାତ୍ରୀ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଛି। ଅଧ୍ୟାପିକା ଅଞ୍ଜଳୀ ମଣ୍ଡଳଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଘାଟନୀ…

ମାଟି ଅତଡ଼ା ଖସି ଶ୍ରମିକଙ୍କ ମୃତ୍ୟୁ: ଜଳ ସିଞ୍ଚନ ପ୍ରକଳ୍ପ କାର୍ଯ୍ୟରେ ଅଘଟଣ

ଆନନ୍ଦପୁର,୨୦ା୨(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ବୁଢ଼ୀକୁଦ ଗଁା ନିକଟରେ ଚାଲିଥିବା ଜମିକୁ ଜଳ ସିଞ୍ଚନ ପ୍ରକଳ୍ପ କର୍ଯ୍ୟରେ ଶୁକ୍ରବାର ଅଘଟଣ ଘଟିଛି। ୧୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri