ନୂଆଦିଲ୍ଲୀ,୨୪।୮: ଭାରତୀୟ ଦଳ ୨୦୨୬ ହକି ବିଶ୍ୱକପ୍ରେ ସୋମବାର (୨୪ ଅଗଷ୍ଟ) ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚରେ ୫-୩ ଗୋଲ୍ରେ ଲଜ୍ଜାଜନକ ପରାଜୟର ସାମ୍ନା କରିଛି। ଆମ୍ସଟେଲଭିନର ୱାଗନର୍ ହକି ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ ଟିମ ଇଣ୍ଡିଆ ପାଇଁ ‘କର ବା ମର’ ମୁକାବିଲା ଥିଲା। ପରବର୍ତ୍ତୀ ରାଉଣ୍ଡକୁ ଯିବା ପାଇଁ ଭାରତକୁ ଏହି ମ୍ୟାଚ ଜିତିବା ଆବଶ୍ୟକ ଥିଲା। କିନ୍ତୁ ପରାଜୟ ସହ ଭାରତ ବିଶ୍ୱକପ୍ରୁ ବାଦ୍ ପଡ଼ିଛି। ଏହି ହାର୍ ସହ ଭାରତୀୟ ଦଳର ୫୧ ବର୍ଷର ବିଶ୍ୱକପ୍ ଟାଇଟଲରେ ମରୁଡ଼ି ଜାରି ରହିଛି।
ଭାରତୀୟ ପୁରୁଷ ହକି ଦଳ ଏପର୍ଯ୍ୟନ୍ତ କେବଳ ଥରେ ବିଶ୍ୱକପ ଟାଇଟଲ ଜିତିଛି। ୧୯୭୫ରେ ଭାରତ ଏହି ଟାଇଟଲ ହାସଲ କରିଥିଲା। ୫୧ ବର୍ଷ ଧରି ଚାଲିଥିବା ବିଶ୍ୱକପ ଟାଇଟଲ ମରୁଡ଼ି ଏଥର ଶେଷ ହେବ ବୋଲି ପ୍ରଶଂସକମାନେ ଆଶା ରଖିଥିଲେ। କିନ୍ତୁ ତାହା ସମ୍ଭବ ହୋଇନାହିଁ।
ଆର୍ଜେଣ୍ଟିନା ଆରମ୍ଭରୁ ହିଁ ଜବରଦସ୍ତ ପ୍ରଦର୍ଶନ କରିଥିଲା। ଦଳ ପକ୍ଷରୁ ଜୋଆକ୍ୱିନ ଟୋସ୍କାନି ପ୍ରଥମ ମିନିଟ୍ରେ ଗୋଲ କରିଥିଲେ। ଏହା ସହ ଆର୍ଜେଣ୍ଟିନା ଖାତା ଖୋଲିଥିଲା। ପ୍ରଥମ ଗୋଲ୍ରେ କିଛି ସମୟ ପରେ ଦଳ ପାଇଁ ଡେଲା ଟୋରେ ନିକୋଲାସ ଷଷ୍ଠ ମିନିଟ୍ରେ ଆଉ ଏକ ଗୋଲ୍ କରିଥିଲେ।
The Indian Men’s Team went down 3–5 against Argentina in their last Pool E clash at the FIH Hockey World Cup Belgium & Netherlands 2026 to bow out of contention for a place in the semi-finals. 🏑
Sukhjeet Singh scored twice, while Hardik Singh added a third goal for India.… pic.twitter.com/6WxztSEBVe
— Hockey India (@TheHockeyIndia) August 24, 2026