Categories: ଖେଳ

ଜିତିବା ପାଇଁ ଭାରତୀୟ ଦଳକୁ ପ୍ରସିଦ୍ଧ ଖେଳାଳିଙ୍କ ଆବଶ୍ୟକତା ନାହିଁ, କୋହଲିଙ୍କୁ ଟାର୍ଗେଟ୍‌ କଲେ ଗାଭାସ୍କର

ନୂଆଦିଲ୍ଲୀ,୩।୩: ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ସୁନୀଲ ଗାଭାସ୍କର ବହୁ ବର୍ଷ ପୂର୍ବେ କ୍ରିକେଟ ଛାଡିଥିଲେ ମଧ୍ୟ କ୍ରିକେଟ ଖେଳ ଏବଂ ଖେଳାଳିଙ୍କ ବିଷୟରେ ଦେଇଥିବା ବିବୃତ୍ତି ହେତୁ ସେ ଚର୍ଚ୍ଚାରେ ରହିଛନ୍ତି। ବର୍ତ୍ତମାନ ସେ ବିରାଟ କୋହଲିଙ୍କ ବିଷୟରେ ମଧ୍ୟ ଏକ ବଡ଼ ଦେଇଛନ୍ତି,। ସେ ଦ୍ୱିତୀୟ ସନ୍ତାନର ଜନ୍ମ ପାଇଁ ଏକ ବିରତି ନେଇଥିଲେ, କିନ୍ତୁ ଜାତୀୟ କର୍ତ୍ତବ୍ୟ ପାଳନ ନ କରିବାରୁ ଅନେକ ଲୋକ ତାଙ୍କୁ ସମାଲୋଚନା କରୁଛନ୍ତି। ସେପଟେ ସୁନୀଲ ଗାଭାସ୍କର ମଧ୍ୟ କୋହଲିଙ୍କ ଉପରେ ମନ୍ତବ୍ୟ ଦେଇଛନ୍ତି।
ନିକଟରେ ସୁନୀଲ ଗାଭାସ୍କର ସାକ୍ଷାତକାରରେ ବିରାଟ କୋହଲିଙ୍କୁ ଟାର୍ଗେଟ କରି କହିଛନ୍ତି,ଜିତିବା ପାଇଁ ଭାରତୀୟ ଦଳର ପ୍ରସିଦ୍ଧ ଖେଳାଳିଙ୍କର ଆବଶ୍ୟକତା ନାହିଁ। ଯଦି କୌଣସି ଖେଳାଳି ଭାବନ୍ତି ଯେ ତାଙ୍କ ବିନା ଭାରତୀୟ ଦଳ ଜିତିବ ନାହିଁ, ତେବେ ଦଳ ଗତ ୨ ସିରିଜରେ ଏହି ବିଶ୍ୱାସକୁ ଭୁଲ ପ୍ରମାଣିତ କରିଛି। କ୍ରିକେଟ ଏକ ଦଳ ଖେଳ ଏବଂ ଆପଣ ସେଠାରେ ଅଛନ୍ତି କି ନାହିଁ ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ।
ବିରାଟ କୋହଲି କ୍ରିକେଟ ପଡ଼ିଆରେ ପ୍ରବେଶ କରିବାର ପ୍ରାୟ ଦେଢ ମାସ ବିତିଗଲାଣି। ସେ ୧୭ ଜାନୁଆରୀ ୨୦୨୪ରେ ଆଫଗାନିସ୍ତାନ ବିପକ୍ଷରେ ତାଙ୍କର ଶେଷ ମ୍ୟାଚ ଖେଳିଥିଲେ।

Share