Categories: ଖେଳ

ଏସିଆ କପ୍‌ ଲାଗି ଆଜି ଦଳ ଘୋଷଣା କରିପାରେ ବିସିସିଆଇ ! ଏସବୁ ଖେଳାଳିଙ୍କୁ ମିଳିପାରେ ସୁଯୋଗ

ନୂଆଦିଲ୍ଲୀ,୧୫।୮: ଆସନ୍ତା ଅକ୍ଟୋବର-ନଭେମ୍ବରରେ ହେବାକୁ ଥିବା ଦିନିକିଆ ବିଶ୍ୱକପ୍‌ ୨୦୨୩କୁ ନେଇ ପ୍ରସ୍ତୁତି ଆରମ୍ଭ କରିଛି ଭାରତୀୟ ଟିମ୍‌। ହେଲେ ଏହା ପୂର୍ବରୁ ଦଳ ଏସିଆ କପ୍‌ ୨୦୨୩ ଖେଳିବ। ଅଗଷ୍ଟ ୩୦ରୁ ଆରମ୍ଭ ହେବାକୁ ଥିବା ଏହି ଟୁର୍ନାମେଣ୍ଟ ଲାଗି ପାକିସ୍ତାନ, ବାଲାଂଦେଶ ଏବଂ ନେପାଳ ଦଳ ଘୋଷଣା କରିସାରିଲେଣି। ଏହି କ୍ରମରେ ବିସିସିଆଇ ମଙ୍ଗଳବାର ଦଳ ଘୋଷଣା କରିପାରେ ବୋଲି ଜଣାପଡ଼ିଛି।
କହିରଖୁଛୁ, ଟିମ୍‌ ଇଣ୍ଡିଆ ସେପ୍ଟେମ୍ବର ୨ରେ ପାକିସ୍ତାନ ବିପକ୍ଷରେ ଶ୍ରୀଲଙ୍କାରେ ପ୍ରଥମ ମ୍ୟାଚ୍‌ ଖେଳିବ। ଏହାପରେ ନେପାଳ ବିପକ୍ଷରେ ଦ୍ୱିତୀୟ ମ୍ୟାଚ୍‌ ଖେଳିବ। ଯଦି ଫାଇନାଲ ଲାଗି ଦଳ ଯୋଗ୍ୟ ବିବେଚିତ ହୁଏ ତେବେ ଟୁର୍ନାମେଣ୍ଟରେ ମୋଟ ୬ ମ୍ୟାଚ୍‌ ଖେଳିବ। ଚଳିତ ବର୍ଷ ଏସିଆ କପ୍‌ ଦିନିକିଆ ଫର୍ମାଟରେ ଖେଳାଯିବାକୁ ଥିବାରୁ ଦିନିକିଆ ବିଶ୍ୱକପ୍‌ ଲାଗି ଫଳପ୍ରଦ ହେବ ବୋଲି କୁହାଯାଉଛି।
ସମ୍ଭାବ୍ୟ ଟିମ୍‌: ରୋହିତ ଶର୍ମା(ଅଧିନାୟକ, ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟାସ ଆୟାର, କେଏଲ୍‌ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ମହମ୍ମଦ ଶାମି, ମହମ୍ମଦ ସିରାଜ, ଜସପ୍ରିତ ବୁମ୍‌ରା, କୁଲଦୀପ ଯାଦବ, ଈଶାନ କିଶନ(ଉଇକେଟକିପର), ଅକ୍ଷର ପଟେଲ, ସଞ୍ଜୁ ସାମସନ, ଶାର୍ଦ୍ଦୁଳ ଠାକୁର, ମୁକେଶ କୁମାର, ୟୁଜବେନ୍ଦ୍ର ଚହଲ
Share