Categories: ଜାତୀୟ

ଭାରତୀୟ ଯୁଦ୍ଧ ଜାହାଜରେ ଇନ୍ଧନ ଭରିଲା ଆମେରିକା ନୌସେନା ଟ୍ୟାଙ୍କର

ନୂଆଦିଲ୍ଲୀ,୧୫ ।୯: ଭାରତୀୟ ନୌସେନାର ଯୁଦ୍ଧ ଜାହାଜରେ ସୋମବାର ଏକ ଚୁକ୍ତି ଅଧାରରେ ଉତ୍ତର ଆରବ ସାଗରରେ ଆମେରିକ ନୌସେନାର ଟ୍ୟାଙ୍କର ୟୁଏସ୍‌ଏନ୍‌ଏସ୍ ୟୁକୋନ ଇନ୍ଧନ ଭରିଛି । ଏହି ଚୁକ୍ତି ଦୁଇ ଦେଶ ମଧ୍ୟରେ ମିଳିମିଶି କାମ କରିବା ଓ ପରସ୍ପରର ବେସ ବ୍ୟବହାର କରିବାକୁ ଅନୁମତି ପ୍ରଦାନ କରିଛି । ଭାରତୀୟ ନୌସେନାର ପ୍ରବକ୍ତା କହିଛନ୍ତି, ଉତ୍ତର ଆରବ ସାଗରରେ ଆଇଏନ୍‌ଏସ୍ ତଲୱାର ଏଲ୍‌ଇଏମ୍‌ଓଏ ମାଧ୍ୟମରେ ୟୁଏସ୍ ନାଭି ଫ୍ଲୋଟ ଟ୍ୟାଙ୍କର ୟୁଏସ୍‌ଏନ୍‌ଏସ୍ ୟୁକୋନରୁ ଇନ୍ଧନ ଭରିଛି । ୨୦୧୬ରେ ଭାରତ ଓ ଆମେରିକା ମଧ୍ୟରେ ଲଜିଷ୍ଟିକ୍ସ ଏକ୍ସଚେଞ୍ଚ ମେମୋରେଣ୍ଡମ ଅଫ୍ ଏଗ୍ରିମେଣ୍ଟ( ଏଲ୍‌ଇଏମ୍‌ଓଏ) ଚୁକ୍ତି ହୋଇଥିଲା । ଏହି ଚୁକ୍ତି ଉଭୟ ଦେଶର ସେନାଙ୍କ ମଧ୍ୟରେ ସହଯୋଗ ଓ ପରସ୍ପରର ବେସ୍ ବ୍ୟବହାର କରିବାକୁ ଅନୁମତି ପ୍ରଦାନ କରିଥାଏ । ଫ୍ରାନ୍ସ, ସିଙ୍ଗାପୁର, ଅଷ୍ଟ୍ରେଲିଆ ଓ ଜାପାନ ସହ ମଧ୍ୟ ଭାରତ ଏହିଭଳି ଚୁକ୍ତି କରିଛି । ସେନା ପ୍ରବକ୍ତା କହିଛନ୍ତି ଏହା ଭାରତୀୟ ନୌସେନା ଓ ଆମେରିକା ନୌସେନା ମଧ୍ୟରେ ସୂଚନା ଆଦାନ ପ୍ରଦାନ ସହ ସମୁଦ୍ର ସୁରକ୍ଷା ବୃଦ୍ଧି କ୍ଷେତ୍ରରେ ଉପସ୍ଥିତିକୁ ସକ୍ଷମ କରିବ । ସୂଚନାଯୋଗ୍ୟ, ଭାରତ-ଆମେରିକା ପ୍ରତିରକ୍ଷା ସମ୍ପର୍କ ଗତ ବିଛି ବର୍ଷ ମଧ୍ୟରେ ବୃଦ୍ଧି ପାଇଛି ।

Share