Posted inଖେଳ

ଇଣ୍ଡିଆନ ସୁପର ଲିଗ୍:‌ ନର୍ଥଇଷ୍ଟଠାରୁ ହାରିଲା ଓଡ଼ିଶା, ଶୀର୍ଷରେ ଏଟିକେ ମୋହନ ବାଗାନ

ଭାସ୍କୋ,୧୫।୨: ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ରବିବାର ଖେଳାଯାଇଥିବା ମ୍ୟାଚ୍‌ରେ ନର୍ଥଇଷ୍ଟ ୟୁନାଇଟେଡ ଏଫ୍‌ସିଠାରୁ ୩-୧ ଗୋଲରେ ଓଡ଼ିଶା ପରାସ୍ତ ହୋଇଛି। ସ୍ଥାନୀୟ ତିଳକ ମଇଦାନରେ ଅନୁଷ୍ଠିତ ଏହି ମ୍ୟାଚ୍‌ରେ ନର୍ଥଇଷ୍ଟ ପ୍ରଭାବ ବିସ୍ତାର କରି ଖେଳିଥିଲା। ବିଜୟୀ ଦଳ ତରଫରୁ ଲୁଇସ୍‌ ମାଚାଡୋ ଡବଲ୍‌ ଗୋଲ ସ୍କୋର କରିଥିଲେ। ସେ ୯ ଓ ୨୪ତମ ମିନିଟ୍‌ରେ ଦୁଇଟି ଗୋଲ ସ୍କୋର କରି ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ସେହିପରି ଡେଶର୍ନ ବ୍ରାଉନ ୧୯ତମ ମିନିଟ୍‌ରେ ଗୋଲ ଦେଇ ନର୍ଥଇଷ୍ଟକୁ ୨-୦ରେ ଅଗ୍ରଣୀ କରାଇଥିଲେ। ପ୍ରଥମାର୍ଦ୍ଧର ଇଞ୍ଜୁରି ଟାଇମ୍‌ରେ ଓଡ଼ିଶା ତରଫରୁ ବ୍ରାଡ ଇନ୍‌ମ୍ୟାନ ଗୋଲ ଦେଇ ଦଳକୁ ମ୍ୟାଚ୍‌କୁ ଫେରାଇଥିଲେ ଓ ଦଳ ପାଇଁ ସାନ୍ତ୍ୱନାମୂଳକ ଗୋଲ ସ୍କୋର କରିଥିଲେ। ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ନର୍ଥଇଷ୍ଟ ମୋଟ ଉପରେ ୩-୧ ରେ ଅଗ୍ରଣୀ ହାସଲ କରିଥିଲା। ପ୍ରଥମାର୍ଦ୍ଧ ଘଟଣା ବହୁଳ ହୋଇଥିଲା ଓ ଏକାଧିକ ନାଟକୀୟ ମୋଡ ଦେଖିତ୍ବାକୁ ମିଳିଥିଲା। ତେବେ ଦ୍ୱିତୀୟାର୍ଦ୍ଧରେ ଉଭୟ ଦଳ ତରଫରୁ ଗୋଲ ଦେବାକୁ ପ୍ରୟାସ କରାଯାଇଥିଲା। ସୁଯୋଗ ହାସଲ କରିଥିଲେ ମଧ୍ୟ କୌଣସ ଦଳ ଗୋଲ ଦେଇପାରି ନ ଥିଲେ। ଫଳରେ ଶେଷରେ ନର୍ଥଇଷ୍ଟ ବିଜୟୀ ହୋଇଥିଲା। ୮୫ତମ ମିନିଟ୍‌ରେ ବିଜୟୀ ଦଳର ଗୁରୁଜିନ୍ଦର କୁମାରଙ୍କୁ ରେଫରି ରେଡ୍‌ କାର୍ଡ ଦେଖାଇଥିଲେ। ବଲ୍‌ ପଜେଶନ, ପାସ୍‌ ଓ ପାସ୍‌ ଆକ୍ୟୁରେସିରେ ଓଡ଼ିଶା ଆଗରେ ରହିଥିଲେ ମଧ୍ୟ ଏହାର ଫାଇଦା ଉଠାଇବାରେ ବିଫଳ ହୋଇଥିଲା। ଶେଷ ପର୍ଯ୍ୟନ୍ତ ଓଡ଼ିଶା ନର୍ଥଇଷ୍ଟ ଉପରେ ଚାପ ପ୍ରୟୋଗ କରିଥିଲେ ମଧ୍ୟ କିଛି ଫଳ ମିଳି ନ ଥିଲା।
ଏହି ବିଜୟ ସହ ନର୍ଥଇଷ୍ଟ ମୋଟ୍‌ ୧୭ଟି ମ୍ୟାଚ୍‌ ଖେଳି ୬ ବିଜୟ, ୮ ଡ୍ର ଓ ୩ ପରାଜୟ ସହ ୨୬ ପଏଣ୍ଟ ପାଇ ତାଲିକାର ତୃତୀୟ ସ୍ଥାନକୁ ଉଠି ପ୍ଲେ- ଅଫ୍‌ ଖେଳିବା ଆଶା ଦୃଢ କରିଛି। ଗୋଆ ଓ ହାଇଦ୍ରାବାଦଠାରୁ ନର୍ଥଇଷ୍ଟ ଅଧିକ ଦୁଇ ପଏଣ୍ଟ ପାଇ ଦୌଡ଼ରେ ଆଗରେ ରହିଛି। ଅନ୍ୟପଟେ ଓଡ଼ିଶା ଏପର୍ଯ୍ୟନ୍ତ ୧୭ଟି ମ୍ୟାଚ୍‌ ଖେଳି ୧ ବିଜୟ, ୬ ଡ୍ର ଓ ୧୦ ପରାଜୟ ସହ ୯ ପଏଣ୍ଟ ପାଇ ତାଲିକାର ୧୧ତମ ତଥା ନିମ୍ନତମ ସ୍ଥାନରେ ରହିଛି। ଓଡ଼ିଶାର ପ୍ଲେ- ଅଫ୍‌ ଆଶା ବହୁ ପୂର୍ବରୁ ଶେଷ ହୋଇସାରିଛି। ରବିବାର ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚ୍‌ରେ ଏଟିକେ ମୋହନ ବାଗାନ ୧-୦ ଗୋଲରେ ଜାମଶେଦପୁଣ ଏଫ୍‌ସିକୁ ହାରଇ ପଏଣ୍ଟ ତାଲିକାର ଶୀର୍ଷକୁ ଉଠିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL ଇତିହାସର ସବୁଠାରୁ ବଡ଼ ଡିଲ: ରାଜସ୍ଥାନ ରୟାଲ୍ସ ପରେ ବିକ୍ରି ହୋଇଗଲା RCB, ରେକର୍ଡ ୧୬,୬୬୦ କୋଟିରେ କିଣିଲେ…

ନୂଆଦିଲ୍ଲୀ, ୨୪।୩: ଆଇପିଏଲ୍‌ ୧୯ତମ ସିଜନ ଆରମ୍ଭ ହେବାକୁ ମାତ୍ର ୪ ଦିନ ବାକି ଥିବା ବେଳେ କ୍ରିକେଟ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି।…

ଆଇପିଏଲ୍‌ରୁ ଓହରିଲେ ଓପନିଂ ବ୍ୟାଟର ଡକେଟ

ନୂଆଦିଲ୍ଲୀ,୨୪ା୩: ଇଂଲଣ୍ଡର ଓପନିଂ ବ୍ୟାଟର ବେନ ଡକେଟ ଆଗାମୀ ଆଇପିଏଲ୍‌ରୁ ଓହରି ଯାଇଛନ୍ତି। ନିଜ କ୍ୟାରିୟର ଉପରେ ଧ୍ୟାନ ଦେବା ପାଇଁ ସେ ଏଭଳି ନିଷ୍ପତ୍ତି ନେଇଥିବା…

ଏତେ କୋଟି ଟଙ୍କାରେ ବିକ୍ରି ହେଲା ରାଜସ୍ଥାନ ରୟାଲ୍ସ , ଜାଣିଲେ ଉଡିଯିବ ହୋସ୍‌

ନୂଆଦିଲ୍ଲୀ,୨୪।୩: ରାଜସ୍ଥାନ ରୟାଲ୍ସ ଦଳକୁ ୧.୬୩ ବିଲିୟନ ଆମେରିକୀୟ ଡଲାରରେ ବିକ୍ରି କରାଯାଇଛି। ଆମେରିକୀୟ ବ୍ୟବସାୟୀ କାଲ ସୋମାନୀଙ୍କ ନେତୃତ୍ୱରେ ଏକ ସଂଘ ପ୍ରାୟ ୧୫,୨୮୬ କୋଟିରେ…

ଇଂଲଣ୍ଡର ମୁଖ୍ୟ କୋଚ୍‌ ଭାବେ କାର୍ଯ୍ୟ ଜାରି ରଖିବେ ମ୍ୟାକୁଲମ

ଲଣ୍ଡନ,୨୪ା୩: ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ ବ୍ରେଣ୍ଡନ ମ୍ୟାକୁଲମ ୩ଟି ଫର୍ମାଟରେ ଇଂଲଣ୍ଡ ଦଳର ମୁଖ୍ୟ କୋଚ୍‌ ଭାବେ କାର୍ଯ୍ୟ ଜାରି ରଖିବେ। ଏ ନେଇ ଇଂଲଣ୍ଡ ଓ…

ବଡ଼ ଖବର! RCBକୁ ଆଉ ଏକ ଝଟକା, IPL ୨୦୨୬ରୁ ବାଦ୍ ପଡିଲେ ଏହି ଖେଳାଳି

ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୯ତମ ସିଜିନ୍ ୨୮ ମାର୍ଚ୍ଚରେ ଆରମ୍ଭ ହେବାକୁ ଯାଉଛି । ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ, ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଟିମକୁ…

IPL 2026କୁ ନେଇ କଡ଼ା ନିୟମ: ଖେଳାଳି ତଥା ତାଙ୍କ ପରିବାର ପାଇଁ ନୂଆ ନିୟମ ଆଣିଲା BCCI, ଜାଣନ୍ତୁ…

ନୂଆଦିଲ୍ଲୀ,୨୪।୩: IPL 2026 ଆରମ୍ଭ ହେବା ପୂର୍ବରୁ, BCCI ସମସ୍ତ ୧୦ଟି ଫ୍ରାଞ୍ଚାଇଜ ପାଇଁ ଏକ ନୂଆ ଏବଂ କଠୋର ନିୟମ ଜାରି କରିଛି। ଏହି ନିୟମଗୁଡ଼ିକର…

ଷ୍ଟାର୍କଙ୍କୁ ମିଳୁନି ଏନ୍‌ଓସି: ଦଳରେ ଯୋଗଦେବା ନେଇ ବଢ଼ିଲା ଅଡୁଆ

ନୂଆଦିଲ୍ଲୀ,୨୪ା୩: ଦିଲ୍ଲୀ କ୍ୟାପିଟାଲ୍ସ ଦଳକୁ ଏପର୍ଯ୍ୟନ୍ତ ମିଚେଲ ଷ୍ଟାର୍କଙ୍କ ପାଇଁ କ୍ରିକେଟ ଅଷ୍ଟ୍ରେଲିଆ (ସିଏ)ଠାରୁ ନୋ ଅବଜେକଶନ ସାର୍ଟିଫିକେଟ (ଏନ୍‌ଓସି) ମିଳିନାହିଁ। ଏହାସତ୍ତ୍ୱେ ଦଳର ପ୍ରଥମ ମ୍ୟାଚ୍‌…

IPL 2026: କୋଲକାତାର କ୍ୟାପ୍ଟେନ ହେବେକି ରିଙ୍କୁ ସିଂ? KKRକୁ ପରାମର୍ଶ ଦେଲେ….

ନୂଆଦିଲ୍ଲୀ,୨୪।୩: ତିନିଥର ଚାମ୍ପିଅନ୍ କୋଲକାତା ନାଇଟ୍ ରାଇଡର୍ସ ପୁଣି ଥରେ ଅଜିଙ୍କ୍ୟ ରାହାଣେଙ୍କ ଅଧିନାୟକତ୍ୱରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି । ଗତ ସିଜନରେ କେକେଆରର ଅଧିନାୟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri