Posted inଖେଳ

ଇଣ୍ଡିଆନ ସୁପରଲିଗ୍‌: ଇଷ୍ଟବେଙ୍ଗଲକୁ ହରାଇଲା ମୁମ୍ବାଇ

ବାମ୍ବୋଲିମ୍‌, ୨।୧୨- ଇଣ୍ଡିଆନ ସୁପରଲିଗ୍‌ (ଆଇଏସ୍‌ଏଲ୍‌)ର ମଙ୍ଗଳବାର ଅନୁଷ୍ଠିତ ମ୍ୟାଚରେ ମୁମ୍ବାଇ ସିଟି ଏଫସି ୩-୦ ଗୋଲରେ ଇଷ୍ଟବେଙ୍ଗଲକୁ ପରାସ୍ତ କରିଛି। ୩ ମ୍ୟାଚରୁ ୨ୟ ବିଜୟ ସହ ମୁମ୍ବାଇ ପଏଣ୍ଟ ଟେବୁଲର ଶୀର୍ଷକୁ ଉନ୍ନୀତ ହୋଇଛି। ଅନ୍ୟପକ୍ଷରେ କ୍ରମାଗତ ଦ୍ୱିତୀୟ ପରାଜୟ ସହ ଇଷ୍ଟବେଙ୍ଗଲ ୧୧ ଦଳ ବିଶିଷ୍ଟ ଲିଗ୍‌ ଟେବୁଲର ନିମ୍ନରେ ଅପରିବର୍ତ୍ତିତ ରହିଛି। ମୁମ୍ବାଇ ପ୍ରଥମ ମ୍ୟାଚରେ ନର୍ଥଇଷ୍ଟ ୟୁନାଇଟେଡଠାରୁ ହାରିଥିବାବେଳେ ଦ୍ୱିତୀୟ ମ୍ୟାଚରେ ଏଫସି ଗୋଆକୁ ପରାସ୍ତ କରିଥିଲା। ଇଷ୍ଟବେଙ୍ଗଲ ଏହାର ପ୍ରଥମ ମ୍ୟାଚରେ ଏଟିକେ ମୋହନବାଗାନଠାରୁ ହାରି ଯାଇଥିଲା।
ମ୍ୟାଚ ଆରମ୍ଭରୁ ଇଷ୍ଟବେଙ୍ଗଲକୁ ଝଟ୍‌କା ଲାଗିଥିଲା। ୨ୟ ମିନିଟରେ ଅଧିନାୟକ ଡାନିଏଲ ଫକ୍ସ ତଳେ ପଡ଼ିଯାଇ ଆହତ ହୋଇଥିଲେ। ସେ ଖେଳ ଜାରି ରଖିବାକୁ ଚାହିଁଥିଲେ ହେଁ ସମ୍ଭବ ନ ହେବାରୁ ବଦଳ ଖେଳାଳି ପ୍ରସ୍ତୁତ ହେବା ପର୍ଯ୍ୟନ୍ତ ଦଳକୁ ୧୦ ଜଣରେ ଖେଳିବାକୁ ପଡ଼ିଥିଲା। ୭ମ ମିନିଟରେ ତାଙ୍କ ବଦଳ ଖେଳାଳିଭାବେ ମହମ୍ମଦ ରଫିକ୍‌ ପଡ଼ିଆକୁ ଆସିଥିଲେ। ଆକ୍ରମଣାତ୍ମକ ଆଭିମୁଖ୍ୟରେ ୯ମ ମିନିଟରେ ମୁମ୍ବାଇ ପକ୍ଷରୁ ଗୋଲ ଉଦ୍ୟମ ହୋଇଥିବାବେଳେ ଗୋଲକିପର ଦେବଜିତ ମଜୁମଦାରଙ୍କ ଚମତ୍କାର ସେଭ୍‌ ଯୋଗୁ ଇଷ୍ଟବେଙ୍ଗଲ୍‌ ବର୍ତ୍ତି ଯାଇଥିଲା। ୨୦ତମ ମିନିଟରେ ରଫିକ୍‌ ପ୍ରତିପକ୍ଷ ଗୋଲପୋଷ୍ଟକୁ ଟାର୍ଗେଟ କରି ଶଟ୍‌ ମାରିଥିଲେ ହେଁ ମୁମ୍ବାଇ ଗୋଲକିପର ଅମରିନ୍ଦର ରଣଜୀତ ସିଂ ତାହାକୁ ସେଭ୍‌ କରିଥିଲେ। କାଉଣ୍ଟର ଆକ୍ରମଣରେ ସଫଳ ହୋଇଥିଲା ମୁମ୍ବାଇ। ୨୦ତମ ମିନିଟରେ ହ୍ୟୁଗୋ ଆଦନାନ ବୌମସଙ୍କ ପାସ୍‌କୁ ଗୋଲରେ ପରିଣତ କରି ଗ୍ଲେନ୍‌ଭିଲେ ଆଡାମ ଜେମ୍ସ ଲି ଫଣ୍ଡ୍ରେ ମୁମ୍ବାଇକୁ ଅଗ୍ରଣୀ କରାଇଥିଲେ। ଦ୍ୱିତୀୟାର୍ଦ୍ଧ ଆରମ୍ଭରୁ ଅଗ୍ରଣୀକୁ ବଢ଼ାଇବା ପାଇଁ ମୁମ୍ବାଇ ନିକଟରେ ସୁବର୍ଣ୍ଣ ସୁଯୋଗ ପହଞ୍ଚତ୍ଥିଲା। ୪୭ତମ ମିନିଟରେ ଆଡାମ ଜାହୋଉ ବଲ୍‌କୁ ନିୟନ୍ତ୍ରଣରେ ରଖି ପେନାଲ୍ଟି ବକ୍ସ ମଧ୍ୟରେ ଥିବା ହ୍ୟୁଗୋ ଆଦନାନ ବୌମସଙ୍କ ନିକଟକୁ ପଠାଇ ଦେଇଥିଲେ। ମାତ୍ର ଇଷ୍ଟବେଙ୍ଗଲ ଗୋଲକିପର ଦେବଜିତ ବଲ୍‌କୁ ଧରିବା ଉଦ୍ୟମରେ ହ୍ୟୁଗୋକୁ ତଳେ ପକାଇ ଦେଇଥିଲେ। ଫଳରେ ରେଫରି ମୁମ୍ବାଇକୁ ପେନାଲ୍ଟି ସୁଯୋଗ ଦେଇଥିଲେ। ଫଣ୍ଡ୍ରେ ଅତ୍ୟନ୍ତ ଧୈର୍ଯ୍ୟର ସହ ଏହାକୁ ଗୋଲରେ ପରିଣତ କରି ମୁମ୍ବାଇ ଅଗ୍ରଣୀକୁ ୨-୦ରେ ପହଞ୍ଚାଇ ଦେଇଥିଲେ। ଫଣ୍ଡ୍ରେ ଡାହାଣ ପଟକୁ ଶଟ୍‌ ମାରିଥିବାବେଳେ ଦେବଜିତ ଭୁଲ ପୂର୍ବାନୁମାନରେ ବାମ ପଟକୁ ଡାଇଭ୍‌ ମାରିଥିଲେ। ଇଷ୍ଟବେଙ୍ଗଲର ଦୁର୍ଦ୍ଦଶା ଏତିକିରେ ସରି ନ ଥିଲା। ୫୮ତମ ମିନିଟରେ ହେର୍ନାନ୍‌ ଡାନିଏଲ ସାଣ୍ଟାନା ଟ୍ରୁଜିଲୋ ଫ୍ରିକିକ୍‌ରୁ ଏକ ଗୋଲ ଦେଇ ଇଷ୍ଟବେଙ୍ଗଲକୁ ବ୍ୟାକ୍‌ଫୁଟ୍‌କୁ ଠେଲି ଦେଇଥିଲେ। ବୌମସଙ୍କଠାରୁ ପାସ୍‌ ପାଇବାପରେ ଟ୍ରୁଜିଲୋ ବଟମ୍‌ ରାଇଟ୍‌ କର୍ନରରେ ବଲ୍‌କୁ ଗୋଲପୋଷ୍ଟକୁ ପଠାଇ ଦେଇଥିଲେ। ଅବଶିଷ୍ଟ ୨୨ ମିନିଟରେ ଗୋଲ ପରିଶୋଧ ପାଇଁ କୋଲକାତା ଦଳ ଉଦ୍ୟମକୁ ଜୋରଦାର କରିଥିଲେ ହେଁ ସଫଳ ହୋଇ ନ ଥିଲା। ବୌମସ ପାସ୍‌ ଅଫ୍‌ ଦି ମ୍ୟାଚ ଏବଂ ହିରୋ ଅଫ୍‌ ଦି ମ୍ୟାଚ ପୁରସ୍କାର ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…

IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..

ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…

୨ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଯୁଦ୍ଧ ସୃଷ୍ଟି କଲା ICC, ବୁମ୍‌ରାଙ୍କୁ ଚ୍ୟାଲେଞ୍ଜ କଲେ ଟିମ ଇଣ୍ଡିଆର ଏହି ଖେଳାଳି!

ନୂଆଦିଲ୍ଲୀ,୬।୪: ମାର୍ଚ୍ଚ ମାସ ପାଇଁ ପ୍ଲେୟାର ଅଫ ଦ ମନ୍ଥ ପାଇଁ ଆଇସିସି ମନୋନୀତ ବ୍ୟକ୍ତିଙ୍କ ନାମ ଘୋଷଣା କରିଛି। ସବୁଦିନ ପରି, ଆଇସିସି ଏହି ପୁରସ୍କାର…

ଧମାକାଦାର ଇନିଂସ ସହିତ ରେକର୍ଡ କଲେ ସରଫରାଜ

ନୂଆଦିଲ୍ଲୀ,୬।୪: ଇଣ୍ଡିଆନ ପ୍ରିମିୟର ଲିଗ ର 2026 ସଂସ୍କରଣରେ, ଚେନ୍ନାଇ ସୁପର କିଙ୍ଗସ ଲଗାତାର ତିନୋଟି ପରାଜୟ ବରଣ କରିଛି। ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ଏକ…

‘ପରାଜୟ ପାଇଁ ମୁଁ ଦାୟୀ…’, କାହିଁକି ଏମିତି କହିଲେ ଋତୁରାଜ? ଯଦି ମୁଁ ରନ୍‌ କରିଥାଆନ୍ତି…

ନୂଆଦିଲ୍ଲୀ,୬।୪: ଚେନ୍ନାଇ ସୁପର କିଙ୍ଗ୍ସର ଲଗାତାର ତୃତୀୟ ପରାଜୟରେ ଋତୁରାଜ ଗାୟକୱାଡ ନିରାଶ ହୋଇଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସେମାନଙ୍କ ଉପରେ ଏହି ତୃତୀୟ କ୍ରମାଗତ ପରାଜୟ…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

Shubman Gillଙ୍କୁ ନେଇ ଆସିଲା ବଡ଼ ଅପଡେଟ, ଜାଣନ୍ତୁ କ’ଣ କହିଲେ କୋଚ

ନୂଆଦିଲ୍ଲୀ,୫।୪: ଶୁବମନ ଗିଲ ଶନିବାର ଅହମଦାବାଦରେ ଗୁଜରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ଆଇପିଏଲ ୨୦୨୬ର ୯ମ ମ୍ୟାଚ ଖେଳିପାରି ନଥିଲେ। ତାଙ୍କ ଅନୁପସ୍ଥିତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri