Posted inଖେଳ

ଇଣ୍ଡିଆନ ସୁପର ଲିଗ୍‌: କେରଳ- ଏଟିକେ ମୋହନ ବାଗାନ ଉଦ୍‌ଘାଟନୀ ମୁକାବିଲା

ବାମ୍ବୋଲିମ(ଗୋଆ),୨୦।୧୧(ପି.ଟି.): କୋଭିଡ୍‌-୧୯ ମହାମାରୀର ପ୍ରକୋପ ଜାରି ରହିଥିବା ବେଳେ ଦେଶର ପ୍ରଥମ ମେଜର ଟୁର୍ନାମେଣ୍ଟ ଭାବେ ହାଇପ୍ରୋଫାଇଲ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଯାଉଛି। ଦୀର୍ଘମାସ ତଳେ ଲକ୍‌ଡାଉନ୍‌ ଜାରି କରାଯାଇଥିଲା। ସେବେଠାରୁ ଭାରତରେ କୌଣସି ବଡ଼ ଟୁର୍ନାମେଣ୍ଟ ଆୟୋଜନ ହୋଇ ନ ଥିଲା। ଶୁକ୍ରବାର ସ୍ଥାନୀୟ ଜିଏମ୍‌ସି ଷ୍ଟାଡିୟମରେ ପୂର୍ବତନ ଚାମ୍ପିୟନ ଏଟିକେ ମୋହନ ବାଗାନ ଓ କେରଳ ବ୍ଲାଷ୍ଟର୍ସ ଉଦ୍‌ଘାଟନୀ ମ୍ୟାଚ୍‌ରେ ମୁହଁାମୁହିଁ ହେବେ।
ତେବେ ଏହି ସେସନର ସବୁଠାରୁ ବଡ଼ ମୁକାବିଲା ମୋହନ ବାଗାନ ଓ ଏସ୍‌ସି ଇଷ୍ଟ ବେଙ୍ଗଲ୍‌ ମଧ୍ୟରେ ଖେଳାଯିବ। ଏହା ନଭେମ୍ବର ୨୭ରେ ପାଟୋର୍ଡାରେ ଆୟୋଜନ ହେବ। ନୂଆ ରୂପରେ ଏହି ଦୁଇ ବୃହତ୍‌ କ୍ଲବ ମଧ୍ୟରେ ପୁରୁଣା ପ୍ରତିଦ୍ୱନ୍ଦ୍ୱିତାକୁ ପୁଣି ଥରେ ଦେଖିବାକୁ ମିଳିବ। ଏଟିକେ ଓ ମୋହନ ବାଗାନ ଏକାଠି ହୋଇ ଏଟିକେ ମୋହନ ବାଗାନ ରୂପରେ ପ୍ରଥମ ଟୁର୍ନାମେଣ୍ଟ ଖେଳିବାକୁ ଯାଉଛି। ଗତ ସଂସ୍କରଣରେ ଏଟିକେ ଆଇଏସ୍‌ଏଲ ଓ ମୋହନ ବାଗାନ ଆଇ- ଲିଗ୍‌ ଚାମ୍ପିୟନଶିପ ହାସଲ କରିଥିଲା। ଟୁର୍ନାମେଣ୍ଟର ଏହି ସପ୍ତମ ସଂସ୍କରଣରେ ଏଟିକେ ମୋହନ ବାଗାନ ଫ୍ରଣ୍ଟ ରନର ଭାବେ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ରହିଛନ୍ତି। ତାରକା ଭାରତୀୟ ଡିଫେଣ୍ଡର ସନ୍ଦେଶ ଝିନ୍‌ଗାନଙ୍କ ଭଳି କ୍ୱାଲିଟି ଖେଳାଳିଙ୍କୁ ଦଳରେ ସାମିଲ କରାଯାଇଛି। ଡିଫେଣ୍ଡିଂ ଚାମ୍ପୟନ ଏଟିକେର କୋର୍‌ ଖେଳାଳିମାନଙ୍କୁ ମଧ୍ୟ ଦଳରେ ବଜାୟ ରଖାଯାଇଛି। ଫିଜିର ଅନ୍ତର୍ଜାତୀୟ ଖେଳାଳି ରଏ କ୍ରିଷ୍ଣାଙ୍କୁ ଏଥର ନୂଆ ଭୂମିକାରେ ଦେଖିବାକୁ ମିଳିବ। ଗତ ସେସନରେ ରଏ ଗତ ସଂସ୍କରଣରେ ଯୁଗ୍ମ ସର୍ବାଧିକ ସ୍କୋରର ଥିଲେ। ୨୧ଟି ମ୍ୟାଚ୍‌ ଖେଳି କ୍ରିଷ୍ଣା ୧୫ ଗୋଲ ସ୍କୋର କରିବା ସହ ୬ଟି ଆସିଷ୍ଟ କରିଥିଲେ। ଫାଇନାଲ ମ୍ୟାଚ୍‌ରେ ତାଙ୍କୁ ଅଧିନାୟକ ନିଯୁକ୍ତ କରାଯାଇଥିଲା ଓ ଏଟିକେ ବିଜୟୀ ହୋଇ ତୃତୀୟଥର ପାଇଁ ଆଇଏସ୍‌ଏଲ୍‌ ଟାଇଟଲ ଜିତିଥିଲା। ଏଥର ମଧ୍ୟ କ୍ରିଷ୍ଣା ଦଳର ନେତୃତ୍ୱ ନେବେ।
୫ ଜଣ ଖେଳାଳିଙ୍କୁ ରୋଟେଶନରେ ଖେଳାଯିବ ବୋଲି ହେଡ୍‌ କୋଚ୍‌ ଆଣ୍ଟୋନିଓ ଲୋପେଭ ହାବାସ ସୂଚନା ଦେଇଛନ୍ତି। ଏହି ୫ଜଣଙ୍କ ମଧ୍ୟରୁ ୪ଜଣ ଗତ ସେସନ୍‌ରେ ଦଳରେ ସାମିଲ ଥିଲେ। ରଏ କ୍ରିଷ୍ଣା ଓ ସ୍ପାନିଶ୍‌ ମିଡ୍‌ଫିଲ୍ଡର ଏଡୁ ଗାର୍ସିଆ, ଭାରତୀୟ ଖେଳାଳି ପ୍ରୀତମ କୋଟାଲ, ଅରିନ୍ଦମ ଭଟ୍ଟାଚାର୍ଯ୍ୟ ଓ ଅଭିଜ୍ଞ ସନ୍ଦେଶ ଝିନ୍‌ଗାନଙ୍କ ମଧ୍ୟରେ ନେତୃତ୍ୱର ଦାୟତ୍ୱ ଶେୟାର କରାଯିବ।
ଏଫ୍‌ସି ଗୋଆ ଗତଥର ଲିଗ୍‌ ଓ୍ବିନର ଶିଲ୍ଡ ବିଜେତା ସାବ୍ୟସ୍ତ ହୋଇଥିଲା ଓ ପ୍ରଥମ ଭାରତୀୟ ଦଳ ଭାବେ ଏଏଫ୍‌ସି ଚାମ୍ପିୟନ୍ସ ଲିଗ୍‌ର ଗ୍ରୁପ୍‌ ପର୍ଯ୍ୟାୟ ଖେଳିବାକୁ ଯୋଗ୍ୟତା ହାସଲ କରିଥିଲା। ତେବେ ତାରକା ଫରଓ୍ବାର୍ଡ ପେରାନ କୋରୋମିନାସ ଓ ହୁଗୋ ବୋଉମୋସ ଦଳ ଛାଡିଥିବାରୁ ଗୋଆକୁ ଝଟ୍‌କା ଲାଗିଛି। ଗତ କେତେବର୍ଷ ଧରି ଏହି ଦୁଇ ଖେଳାଳି ଆଇଏସ୍‌ଏଲ୍‌ରେ ଦମ୍‌ଦାର ପ୍ରଦର୍ଶନ ଗୋଲ ସ୍କୋର କରି ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି। ଗୋଆ ଦଳରେ ଅବଶ୍ୟ କେତେକ କ୍ୱାଲିଟି ଖେଳାଳିଙ୍କୁ ସାମିଲ କରି ଘରୋଇ ପରିବେଶରେ ଚମତ୍କାର କରିବା ଲକ୍ଷ୍ୟରେ ରହିଛି।
କୋଚ୍‌ କାଲର୍‌ସ କ୍ୱାଡ୍ରାଟଙ୍କ ତତ୍ତ୍ୱାବଧାନରେ ପୂର୍ବତନ ଚାମ୍ପିୟନ ବେଙ୍ଗାଲୁରୁ ଏଫ୍‌ସି ମଧ୍ୟ ଫେଭରାଇଟ୍‌ ବିବେଚିତ ହେଉଛି। ଦଳରେ କେତେଜଣ ଦେଶୀ ଓ ବିଦେଶୀ ତାରକା ରହିଛନ୍ତି। ୨୦୧୮-୧୯ରେ ବେଙ୍ଗାଲୁରୁ ଟାଇଟଲ ଜିତିଥିଲା ଓ ଏହି ଦଳରେ ଖେଳାଳିମାନେ ଏବେବି ଚମତ୍କାର କରିବେ ବୋଲି କ୍ୱାଡ୍ରାଟ କହିଛନ୍ତି। ଦୁଇଥର ଗୋଲ୍ଡେନ ଗ୍ଲୋଭ ପୁରୁସ୍କାର ଜିତିଥିବା ଗୁରପ୍ରୀତ ସିଂ ସାନ୍ଧୁ ଓ ଆଇଏସ୍‌ଏଲ୍‌ର ସର୍ବାଧିକ ଗୋଲ ସ୍କୋରର ସୁନୀଲ ଛେତ୍ରୀ ଏଥର ନିର୍ଣ୍ଣାୟକ ସାବ୍ୟସ୍ତ ହେବେ। ସେହିପହି ଡିଫେଣ୍ଡର ଜୁଆନାନ ଓ ମିଡିଫିଲ୍ଡର ଏରିକ ପାର୍ଟାଲୁ ଓ ଡିମାସ ଡେଲଗାଡଙ୍କୁ ମଧ୍ୟ ଦଳରେ ନିଆଯାଇଛି। ଦଳରେ ମଧ୍ୟ ଆଶିକ କୁରୁନିୟାନ, ଉଡନ୍ତା ସିଂଙ୍କ ଭଳି କେତେଜଣ ପ୍ରତିଭାସମ୍ପନ୍ନ ଖେଳାଳିଙ୍କୁ ବଜାୟ ରଖାଯାଇଛି।
ସେହିପରି ମୁମ୍ବାଇ ସିଟି ଏଫ୍‌ସି ଅତିକମ୍‌ରେ ପ୍ଲେ- ଅଫ୍‌ ଖେଳିବା ଲକ୍ଷ୍ୟରେ ରହିଛି। ଗତ ସେସନ ପରଠାରୁ ଦଳରେ ବହୁତ ପରିବର୍ତ୍ତନ କରାଯାଇଛି। ୨୦୧୮-୧୯ ସେସନରେ ଏଫ୍‌ସି ଗୋଆକୁ ଫାଇନାଲରେ ପହଞ୍ଚାଇବା ପରେ ସର୍ଗିଓ ଲୋବେରା ଦଳ ଛାଡି ମୁମ୍ବାଇର ହେଡ୍‌ କୋଚ୍‌ ଭାବେ ଯୋଗ ଦେଇଛନ୍ତି। ଗୋଆର କେତେଜଣ କ୍ୱାଲିଟି ଖେଳାଳି ମୋର୍ଟାଡା ଫଲ, ମାନ୍ଦର ରାଓ ଦେଶାଇ ଓ ହୁଗୋ ମୋଉମାସଙ୍କ ଭଳି ଖେଳାଳିଙ୍କୁ ଲୋବେରେ ମୁମ୍ବାଇ ଦଳରେ ସାମିଲ କରିଛନ୍ତି।
ଲିଭରପୁଲ ଲିଜେଣ୍ଡ ରୋବି ଫୋଲରଙ୍କ ତତ୍ତ୍ୱାବଧାନରେ ନୂଆ ଦଳ ସ୍ପୋର୍ଟିଂ କ୍ଲବ ଇଷ୍ଟ ବେଙ୍ଗଲ, ଦୁଇଥର ଆଇଏସ୍‌ଏଲ ଟାଇଟଲ ହାସଲ କରିଥିବା ଚେନ୍ନାଇନ୍‌ ଏଫ୍‌ସି ଏଥର ଡାର୍କହର୍ସ ବିବେଚିତ ହୋଇପାରନ୍ତି।
ନଭେମ୍ବରରୁ ଆରମ୍ଭ ହୋଇ ଏହି ଟୁର୍ନାମେଣ୍ଟ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲୁ ରହିବ। କୋଭିଡ୍‌-୧୯ ମହାମାରୀକୁ ଦୃଷ୍ଟିରେ ରଖି ମ୍ୟାଚ୍‌ଗୁଡିକ ଗୋଟିଏ ଭେନ୍ୟୁରେ ଖେଳାଯିବାକୁ ନିଷ୍ପତ୍ତି ନିଆଯାଇଛି। ଜାରି କରାଯାଇଥିବା ପ୍ରୋଟୋକଲ ଅନୁସାରେ ଟୁର୍ନାମେଣ୍ଟରେ ସାମିଲ ହେବାକୁ ଥିବା ପ୍ରତ୍ୟେକ ଖେଳାଳି ପ୍ରତିଦିନ ସ୍ବାସ୍ଥ୍ୟ ସମ୍ପର୍କରେ ସୂଚନା ବା ଅପଡେଟ ଦେବା ଅପରିହାର୍ଯ୍ୟ ବୋଲି କୁହାଯାଇଛି। ସ୍ବତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଥିବା ଆପ୍‌ରେ ମାଧ୍ୟମରେ ସମସ୍ତେ ସ୍ବାସ୍ଥ୍ୟ ସମ୍ପର୍କରେ ସୂଚନା ଦେବେ। ଏବେ ଜୈବ ସୁରକ୍ଷିତ ପରିବେଶରେ ସବୁ ଦଳ ରହୁଛନ୍ତି। ୧୧ଟି ଫ୍ରାଞ୍ଚାଇଜ୍‌କୁ ୩ଟି ଗ୍ରୁପ୍‌ ଯଥା ଏ,ବି ଓ ସି’ରେ ବିଭକ୍ତ କରାଯାଇଛି। କରେନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଇଏସ୍‌ଏଲ୍‌ ଏକ ସେଣ୍ଟ୍ରାଲ ମେଡିକାଲ ଟିମ୍‌ ଓ ଜଣେ ଲିଗ୍‌ ହାଇଜିନ ଅଫିସରଙ୍କୁ ନିଯୁକ୍ତ କରିଛି। ଟୁର୍ନାମେଣ୍ଟ ସାରା ଏମାନେ ସ୍ବାସ୍ଥ୍ୟଗତ ଦାୟିତ୍ୱରେ ରହିବା ସହ ଆବଶ୍ୟକ ନିର୍ଦ୍ଦେଶନାମା ଜାରି କରିବେ। ଖେଳାଳି ଓ ଟିମ୍‌ ଅଫିସିଆଲଙ୍କ ସ୍ବାସ୍ଥ୍ୟକୁ ପ୍ରାଥମିକତା ଦିଆଯାଉଛି। ଖାଲି ଷ୍ଟାଡିୟମରେ ବିନା ଦର୍ଶକରେ ଆୟୋଜନ ହେବାକୁ ଥିବା ଏହି ଟୁର୍ନାମେଣ୍ଟକୁ ପ୍ରଶଂସକମାନେ ଟିଭିରେ ଦେଖିବେ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବାହାରିନରେ ଫଶିଛନ୍ତି ଶତାଧିକ ଏଫ୍‌୧ ଷ୍ଟାଫ୍‌: ଫେରିବାକୁ ମିଳୁ ନାହିଁ ବାଟ

ମନମା,୨।୩: ଫର୍ମୁଲା-୧ ରେସିଂ ସହ ଜଡ଼ିତ ଶତାଧିକ ଷ୍ଟାଫ ବାହାରିନରେ ଫଶି ରହିଛନ୍ତି। ମିଡିଲ ଇଷ୍ଟରେ ଦେଖାଦେଇଥିବା ଯୁଦ୍ଧ ପରିସ୍ଥିତି ଯୋଗୁ ସେମାନଙ୍କୁ ସ୍ୱଦେଶ ଫେରିବାକୁ ବାଟ…

ପାକିସ୍ତାନ ଖେଳାଳିଙ୍କୁ ଆର୍ଥିକ ଦଣ୍ଡରେ ଦଣ୍ଡିତ କରିବ ପିସିବ

କରାଚୀ,୨।୩: ଚଳିତ ଟି୨୦ ବିଶ୍ୱକପ୍‌ରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା ପାକିସ୍ତାନ ଦଳର ଖେଳାଳିଙ୍କୁ ଆର୍ଥିକ ଦଣ୍ଡରେ ଦଣ୍ଡିତ କରିବାକୁ ଦେଶର କ୍ରିକେଟ ବୋର୍ଡ ଚିନ୍ତା କରୁଛି। ଏକ…

କୋହଲିଙ୍କ ରେକର୍ଡ ଭାଙ୍ଗିଲେ ସାମସନ

କୋଲକାତା,୨।୩: ଭାରତୀୟ ଓପନର ସଞ୍ଜୁ ସାମସନ ଓ୍ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ରେ ୫୦ ବଲରେ ଅପରାଜିତ ୯୭ ରନର ବିସ୍ଫୋରକ ଇନିଂସ ଖେଳିଥିଲେ। ଟି୨୦ ବିଶ୍ୱକପ୍‌…

ସ୍ୱଦେଶ ଫେରିପାରୁନାହିଁ ଜିମ୍ୱାଓ୍ୱେ ଦଳ

ନୂଆଦିଲ୍ଲୀ, ୧ା୩: ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଜିମ୍ୱାଓ୍ୱେର ଅଭିଯାନ ଶେଷ ହୋଇଛି। ଦଳ ବର୍ତ୍ତମାନ ସ୍ୱଦେଶ ଫେରିବାକୁ ଥିବାବେଳେ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଯୋଗୁ ବର୍ତ୍ତମାନ ଦୁବାଇ…

‘ଏମିତି ଖେଳିବା ବନ୍ଦ କର..’ ଅଭିଷେକଙ୍କ ଉପରେ ବର୍ଷିଲେ ପୂର୍ବତନ ଭାରତୀୟ ଖେଳାଳି

ନୂଆଦିଲ୍ଲୀ,୨।୩: ୨୦୨୬ ଟି୨୦ ବିଶ୍ୱକପରେ ଅଭିଷେକ ଶର୍ମାଙ୍କ ବ୍ୟାଟ ଭଲ ପ୍ରଦର୍ଶନ କରିନାହିଁ। ସେ ତାଙ୍କର ପ୍ରଥମ ତିନୋଟି ମ୍ୟାଚରେ ହ୍ୟାଟ୍ରିକ ପାଇଁ ଆଉଟ ହୋଇଥିଲେ। ଟିମ…

କିଙ୍ଗ୍‌ କୋହଲିଙ୍କ ମହାରେକର୍ଡ ଭାଙ୍ଗିଲେ ସଞ୍ଜୁ ସାମସନ, ଏମିତି କରି…

ନୂଆଦିଲ୍ଲୀ,୨।୩: ୨୦୨୬ ଟି୨୦ ବିଶ୍ୱକପର ସୁପର ୮ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ରନ ଚେଜ ସମୟରେ ସଞ୍ଜୁ ସାମସନ ୫୦ଟି ବଲରେ ୧୨ଟି ଚୌକା ଏବଂ ୪ଟି ଛକା…

ମ୍ୟାଚ୍‌ ବିଜୟୀ ଇନିଂସ ପରେ ପ୍ରଥମେ କାହାକୁ ଭିଡିଓ କଲ୍‌ କଲେ ସଞ୍ଜୁ ସାମସନ: ବଢୁଛି ଚର୍ଚ୍ଚା

କୋଲକାତା,୨।୩: ICC T20 ବିଶ୍ୱକପ 2026 ପୂର୍ବରୁ ଫର୍ମ ଖୋଜୁଥିବା ସଞ୍ଜୁ ସାମସନ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ନିଶ୍ଚିତ ବିଜୟୀ ମ୍ୟାଚରେ ତାଙ୍କର ବ୍ୟାଟିଂ ଦକ୍ଷତା ପ୍ରଦର୍ଶନ…

BCCIର ବଡ଼ ଘୋଷଣା, ଭାରତ ପ୍ରଥମ ଥର ପାଇଁ ଏହି ଦଳ ସହିତ ଖେଳିବ ODI

ନୂଆଦିଲ୍ଲୀ,୨।୩: ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ ୨୦୨୬ ଟି୨୦ ବିଶ୍ୱକପ୍ ସମୟରେ ଏକ ବଡ଼ ଘୋଷଣା କରିଛି । ୨୦୨୬ ଆଇପିଏଲ୍ ପରେ, ଭାରତୀୟ ଦଳ ଗୋଟିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri