Posted inଖେଳ

ଇଣ୍ଡିଆନ ସୁପର ଲିଗ୍‌: ଇଷ୍ଟ ବେଙ୍ଗଲ- ଗୋଆ ମ୍ୟାଚ୍‌ ଡ୍ର

ଭାସ୍କୋ, ୭।୧: ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ବୁଧବାର ଇଷ୍ଟ ବେଙ୍ଗଲ ଓ ଗୋଆ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ୧-୧ ଗୋଲରେ ଅମୀମାଂସିତ ରହିଛି। କଡ଼ା ସଂଘର୍ଷପୂର୍ଣ୍ଣ ଏହି ମୁକାବିଲାର ପ୍ରଥମାର୍ଦ୍ଧ ଗୋଲ ଶୂନ୍ୟ ଭାବେ ଶେଷ ହୋଇଥିଲା। ଦ୍ୱିତୀୟାର୍ଦ୍ଧରେ ଇଷ୍ଟ ବେଙ୍ଗଲ ତରଫରୁ ୭୯ତମ ମିନିଟ୍‌ରେ ନାଇଜେରିଆନ ଫରଓ୍ବାର୍ଡ ବ୍ରାଇଟ୍‌ ଇନୋବାଖରେ ଏକ ସୁନ୍ଦର ଫିଲ୍ଡ ଗୋଲ ସ୍କୋର କରିଥିଲେ। ଏହାର ଠିକ୍‌ ୨ ମିନିଟ୍‌ ପରେ ଗୋଆ ଏହି ଗୋଲ ପରିଶୋଧ କରିଥିଲା। ଗୋଆ ତରଫରୁ ଦେବେନ୍ଦ୍ର ମୁରଗାଓଁକର ୮୧ତମ ମିନିଟ୍‌ରେ ଗୋଲ ଦେଇ ମ୍ୟାଚ ୧-୧ ସମାନ ସ୍ଥିତିକୁ ଆଣିଥିଲେ। ସାରା ମ୍ୟାଚରେ ଗୋଆ ପ୍ରଭାବ ବିସ୍ତାର କରି ଖେଳିଥିଲା। ଏକାଧିକ ଗୋଲ ସୁଯୋଗ ପାଇଥିଲେ ମଧ୍ୟ ଗୋଆ ଗୋଲ ସ୍କୋର କରିପାରି ନ ଥିଲା। ଇଷ୍ଟ ବେଙ୍ଗଲ ଗୋଲକିପର ଦେବଜିତ୍‌ ମଜୁମ୍‌ଦାର ଗୋଆର ସବୁ ଆକ୍ରମଣକୁ ପଣ୍ଡ କରିଥିଲେ। ଅପେକ୍ଷାକୃତ ଭଲ ଖେଳିଥିଲେ ମଧ୍ୟ ଗୋଆ ବିଜୟ ହାସଲ କରିପାରି ନ ଥିଲା। ଫଳରେ ଗୋଆ କୋଚ୍‌ ଜୁଆନ ଫେରାଣ୍ଡୋ ନୌରାଶ୍ୟ ଜାହିର କରିଛନ୍ତି। ବଲ ପଜେଶନ, ପାସ୍‌ ଓ ପାସ୍‌ ଆକ୍ୟୁରେସିରେ ଗୋଆ ଇଷ୍ଟ ବେଙ୍ଗଲ ତୁଳନାରେ ଯଥେଷ୍ଟ ଆଗରେ ରହିଥିଲା। ୫୬ତମ ମିନିଟ୍‌ରେ ଇଷ୍ଟ ବେଙ୍ଗଲର ଡ୍ୟାନି ଫକ୍ସ ରେଡ୍‌ କାର୍ଡ ପାଇଥିଲେ।
ଏଥିସହି ଗୋଆ ଏପର୍ଯ୍ୟନ୍ତ ୧୦ଟି ମ୍ୟାଚ ଖେଳି ୪ ବିଜୟ, ୩ଟି ଲେଖାଏ ଡ୍ର ଓ ପରାଜୟ ସହ ୧୫ ପଏଣ୍ଟ ହାସଲ କରି ତାଲିକାର ତୃତୀୟ ସ୍ଥାନରେ ରହିଛି। ଅନ୍ୟପଟେ ଇଷ୍ଟ ବେଙ୍ଗଲ ୯ଟି ମ୍ୟାଚ ଖେଳି ଗୋଟିଏ ବିଜୟ, ୪ଟି ଲେଖାଏ ଡ୍ର ଓ ପରାଜୟ ସହ ୭ ପଏଣ୍ଟ ପାଇଁ ତାଲିକାର ନବମ ସ୍ଥାନରେ ରହିଛି। ଇଷ୍ଟ ବେଙ୍ଗଲ ତା’ର ପରବର୍ତ୍ତୀ ମ୍ୟାଚ ଆସନ୍ତା ଶନିବାର ବେଙ୍ଗାଲୁରୁ ଏଫ୍‌ସି ବିପକ୍ଷରେ ଖେଳିବ। ସେହିପରି ଗୋଆ ୧୪ ତାରିଖ ଗୁରୁବାର ତା’ର ପରବର୍ତ୍ତୀ ମ୍ୟାଚରେ ଜାମଶେଦପୁର ଏଫ୍‌ସିକୁ ଭେଟିବ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁଦ୍ଧବିରତିର ସତ କହିଦେଲା ରୁଷିଆ, ଟ୍ରମ୍ପ କରିଥିଲେ…

ନୂଆଦିଲ୍ଲୀ,୮।୪: ମଧ୍ୟପ୍ରାଚ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଇରାନ ରାଜି ହୋଇଛନ୍ତି, ଯାହା ଉଭୟ ପକ୍ଷ ଦ୍ୱାରା ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

ଭୁବନେଶ୍ବରରେ ଛାତିଥରା ହତ୍ୟାକାଣ୍ଡ, ସ୍ତ୍ରୀର ତଣ୍ଟି କାଟି ବୀଭତ୍ସ ହତ୍ୟା କଲେ ସ୍ବାମୀ

ଭୁବନେଶ୍ବର,୮।୪: ରାଜଧାନୀ ଭୁବନେଶ୍ବରରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ସ୍ବାମୀ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍ୱସ୍ତି ନଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri