Posted inଖେଳ

ଇଣ୍ଡିଆନ ସୁପରଲିଗ୍‌: ଚେନ୍ନାଇନ୍‌ର ବିଜୟ ଅଭିଯାନ

ଭାସ୍କୋ, ୨୫।୧୧- ସ୍ଥାନୀୟ ତିଳକ ମଇଦାନରେ ମଙ୍ଗଳବାର ଅନୁଷ୍ଠିତ ଇଣ୍ଡିଆନ ସୁପରଲିଗ୍‌(ଆଇଏସ୍‌ଏଲ୍‌) ମ୍ୟାଚରେ ଚେନ୍ନାଇନ୍‌ ଏଫ୍‌ସି ୨-୧ ଗୋଲରେ ଜାମସେଦପୁର ଏଫ୍‌ସିକୁ ପରାସ୍ତ କରିଛି। ଫଳରେ ଦୁଇଥର ଚାମ୍ପିୟନ ଚେନ୍ନାଇନ ଚଳିତ ସଂସ୍କରଣରେ ପୁରା ୩ ପଏଣ୍ଟ ସହ ଅଭିଯାନ ଆରମ୍ଭ କରିଛି।
ନୂଆ କୋଚ୍‌ କସାବା ଲାଜ୍‌ଲୋଙ୍କ ପ୍ରଶିକ୍ଷଣପ୍ରାପ୍ତ ଚେନ୍ନାଇନ୍‌ ରେଫରିଙ୍କ ହ୍ବିସିଲ ବାଜିବାମାତ୍ରେ ଆକ୍ରମଣାତ୍ମକ ଆରମ୍ଭ କରିଥିଲା। ଫଳ ସ୍ବରୂପ ମ୍ୟାଚର ୧ମ ମିନିଟରେ ଅନିରୁଦ୍ଧ ଥାପ୍ପା ଗୋଲ ଦେଇ ଦଳକୁ ଅଗ୍ରଣୀ କରାଇଥିଲେ। ଚଳିତ ସିଜନରେ ପ୍ରଥମ ଭାରତୀୟ ଭାବେ ଥାପା ଏହି ଗୋଲ ଦେଇଥିଲେ। ଅହା ବ୍ୟତୀତ ଚଳିତ ସିଜନର ଏହାଥିଲା ଦ୍ରୁତତମ ଗୋଲ। ଥାପା ଅତି ନିଖୁଣଭାବେ ବଲ୍‌କୁ ଆଗେଇ ନେଇ ଜାମସେଦପୁର ଗୋଲପୋଷ୍ଟରେ ପ୍ରବେଶ କରି ଗୋଲ ଦେଇଥିଲେ। ଡାହାଣ ପଟରୁ ଇସମାଇଲ ଗନକାଲ୍ଭସ ଚମତ୍କାରଭାବେ ତାଙ୍କୁ ସହାୟତା କରିଥିଲେ। ୨୫ତମ ମିନିଟରେ ଜାମସେଦପୁର ଏଫସିର ଇସାକ ବନମାଲାସ୍ବାମା ଛକଛୁଆକ ଚେନ୍ନାଇନ୍‌ ଖେଳାଳିଙ୍କୁ କହୁଣିରେ ଠେଲିଥିଲେ। ଏହା ରେଫରିଙ୍କ ନଜରକୁ ଆସିବାପରେ ଫାଉଲ୍‌ ଦେଇଥିଲେ ଏବଂ ଚେନ୍ନାଇନ୍‌କୁ ପେନାଲ୍ଟି ସୁଯୋଗ ମିଳିଥିଲା। ଏହାର ସଦ୍‌ବ୍ୟବହାର କରି ଇସମାଇଲ ୨୬ତମ ମିନିଟରେ ଚେନ୍ନାଇନ୍‌ ଅଗ୍ରଣୀକୁ ୨-୦ରେ ପହଞ୍ଚାଇଥିଲେ। ଜାମସେଦପୁର ଗୋଲକିପର ରେହେନେଶ ତୁମ୍ବିରୁମ୍ବୁ ପରମ୍ବାଙ୍କୁ ଚକ୍‌ମା ଦେଇ ଡାହାଣ କର୍ନରରେ ବଲକୁ ନେଟ୍‌ ସ୍ପର୍ଶ କରାଇଥିଲେ ଏହି ବିଦେଶୀ ଖେଳାଳି। ଗୋଲ ପରିଶୋଧ ପାଇଁ ଜାମସେଦପୁର ଆକ୍ରମଣକୁ ଜୋରଦାର କରିଥିଲା। ୩୭ତମ ମିନିଟରେ ଜାକିଚାନ୍ଦ ସିଂଙ୍କଠାରୁ ପାଇଥିବା ପାସ୍‌କୁ ହେଡ୍‌ ଜରିଆରେ ଗୋଲରେ ପରିଣତ କରିଥିଲେ ଗତ ସିଜନର ଗୋଲ୍ଡେନ ବୁଟ୍‌ ବିଜେତା ନେରିଜୁସ ଭାଲ୍ସକିସ୍‌। ଚେନ୍ନାଇନ୍‌ ରକ୍ଷଣଭାଗର ଦୁର୍ବଳତାରୁ ସେ ଫାଇଦା ଉଠାଇଥିଲେ। ଫଳରେ ଜାମସେଦପୁର ପ୍ରଥମାର୍ଦ୍ଧ ଶେଷରେ ଗୋଲ ବ୍ୟବଧାନକୁ ୧-୨କୁ ଆଣିବାକୁ ସକ୍ଷମ ହୋଇଥିଲା। ଦ୍ୱିତୀୟାର୍ଦ୍ଧରେ ମ୍ୟାଚକୁ ସମାନ ସ୍ତରକୁ ଆଣିବା ପାଇଁ ଜାମସେଦପୁର ଏକାଧିକ ସୁଯୋଗ ପାଇଥିଲେ ହେଁ ଏହାର ସଦୁପଯୋଗ କରିପାରି ନ ଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

ଟି-୨୦ ବିଶ୍ୱକପରୁ ବାଦ୍‌ ପଡିଲେ ଏହି ୩ ଷ୍ଟାର ଖେଳାଳି, ଆଇପିଏଲ ନିଲାମରେ କୋଟି କୋଟି ଟଙ୍କା ମିଳି ମଧ୍ୟ…

ନୂଆଦିଲ୍ଲୀ,୩୦।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଇଂଲଣ୍ଡର ଦଳ ଘୋଷଣା କରାଯାଇଛି। ଇସିବି ଅସ୍ଥାୟୀ ଦଳ ପ୍ରକାଶ କରିଛି। ଦଳରେ ହ୍ୟାରି ବ୍ରୁକ (ଅଧିନାୟକ), ଜୋଫ୍ରା...

ବଲିଉଡ ଅଭିନେତ୍ରୀଙ୍କ ବିସ୍ଫୋରକ ବୟାନ, ବିବାହିତ ସୂରିୟାଙ୍କୁ ନେଇ ଚର୍ଚ୍ଚା

ମୁମ୍ବାଇ,୩୦।୧୨: ଭାରତୀୟ ଟି-୨୦ କ୍ରିକେଟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଚାଞ୍ଚଲ୍ୟକର ଦାବି କରିଛନ୍ତି ବଲିଉଡ ଅଭିନେତ୍ରୀ। ପୂର୍ବରୁ ଅନେକ ଅଭିନେତ୍ରୀଙ୍କ ସହିତ କ୍ରିକେଟରଙ୍କ...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୩୦।୧୨: ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB) ଭାରତରେ ହେବାକୁ ଥିବା ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଏହାର ଦଳ ଘୋଷଣା କରିଛି। ଆଶ୍ଚର୍ଯ୍ୟଜନକ...

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦେହାନ୍ତ ଯୋଗୁ ହଠାତ୍‌ ସ୍ଥଗିତ ରହିଲା ୨ଟି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌

ଢାକା,୩୦।୧୨: ଆଜି ସକାଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ପରଲୋକ ଯୋଗୁ ବାଂଲାଦେଶ କ୍ରିକେଟ ବୋର୍ଡ ମଙ୍ଗଳବାର, ଡିସେମ୍ବର ୩୦, ୨୦୨୫ରେ ହେବାକୁ ଥିବା ଉଭୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri