Categories: ଜାତୀୟ

ଭାରତୀୟ ଛାତ୍ର ତିଆରି କଲେ ହାଲ୍‌କା ଉପଗ୍ରହ, ନାସା କରିବ ଲଞ୍ଚ୍‌

ଚେନ୍ନାଇ,୩୦।୧୨: ତାମିଲନାଡୁର ତ୍ରିଚିରେ ରହୁଥିବା ଜଣେ ଛାତ୍ର କମାଲ କରିଛନ୍ତି। ବିଶ୍ୱର ହାଲୁକା ଉପଗ୍ରହ ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି ଏହି ଛାତ୍ର। ତାଙ୍କ ଚମତ୍କାର କାର୍ଯ୍ୟ ଦେଖି ଆମେରିକାର ସ୍ପେସ ଏଜେନ୍ସି ନାସା ତାଙ୍କୁ ପ୍ରଶଂସା କରିଛି। ଏବେ ନାସା ଆସନ୍ତା ବର୍ଷ ଏହି ଉପଗ୍ରହ ଉତକ୍ଷେପଣ କରିବ। ତାମିଲନାଡୁର ରିୟାସଦିନ ସାମସୁଦ୍ଦିନ ତ୍ରିଚିର ଶସ୍ତ୍ର ୟୁନିଭରସିଟିରେ ମେକଟ୍ରୋନିକ୍ସ ଇଞ୍ଜିନିୟରିଂର ଦ୍ୱିତୀୟ ବର୍ଷ ଛାତ୍ର। ସେ ଫେମଟୋ(FEMTO) ଭେରାଇଟିର ସାଟେଲାଇଟ ଭିଜନ ସେଟ ୧ ଏବଂ ୨ ନିର୍ମାଣ କରିଛନ୍ତି। ଉଭୟର ଓଜନ ମାତ୍ର ୩୩ ମିଲିଗ୍ରାମ। ଏହାର ଆକାର ମାତ୍ର ୩୩ ମିଲିମିଟର ।
ଭିଜନ ସେଟ ୧ ଏବଂ ୨ ଏକ ବର୍ଗ କ୍ୟୁବ ଆକୃତିର। ଏଥିରେ ୧୧ଟି ସେନ୍ସର ଅଛି, ଯାହା ମାଇକ୍ରୋଗ୍ରାଭିଟି ଉପରେ ଗବେଷଣା କରିବାରେ ସାହାଯ୍ୟ କରିବ। ଏହି ଉପଗ୍ରହ ୩ଡି ମୁଦ୍ରିତ ପଲିଥେରାଇମାଇଡ ଥର୍ମୋପ୍ଲାଷ୍ଟିକ ଦ୍ୱାରା ନିର୍ମିତ। ରିୟାସାଦିନ ସାମସୁଦ୍ଦିନ କହିଛନ୍ତି ଯେ, ୩ଡି ମୁଦ୍ରିତ ପଲିଥେରାଇମାଇଡ ଥର୍ମୋପ୍ଲାଷ୍ଟିକ ହେଉଛି ଏକ ପ୍ରକାର ରେସନୀ ପଦାଥ। ଉପଗ୍ରହରେ ବ୍ୟବହୃତ ସୁନା ଏବଂ ଟାଇଟାନିୟମ ପରି ଧାତୁ ସ୍ଥାନରେ ଏହା ବ୍ୟବହାର କରାଯାଇପାରିବ।

Share