କାଲିଫର୍ନିଆରେ ଭାରତୀୟ ବଂଶୋଦ୍ଭବ ଛାତ୍ରଙ୍କୁ ହତ୍ୟା

କାଲିଫର୍ନିଆ,୬।୧୦: ଆମେରିକାର କାଲିଫର୍ନିଆରେ ଜଣେ ୨୦ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଛାତ୍ରଙ୍କୁ ହତ୍ୟା କରାଯାଇଛି। ତାଙ୍କୁ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ହଷ୍ଟେଲରେ ହତ୍ୟା କରାଯାଇଥିବା ଜଣାପଡିଛି। ଏହି ଘଟଣାରେ ମୃତ ଛାତ୍ରଙ୍କ କୋରିଆ ରୁମମେଟଙ୍କୁ ଗିରଫ କରାଯାଇଛି।
ଆମେରିକାର ପୋଲିସ କହିଛି ଯେ, ବରୁଣ ମନୀଷ ଖେଡା ପୁର୍ଡୁ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ। ସେ ବିଶ୍ୱବିଦ୍ୟାଳୟରେ ଡାଟା ସାଇନ୍ସ ଅଧ୍ୟୟନ କରୁଥିଲେ। ତାଙ୍କ ମୃତଦେହ ବିଶ୍ୱବିଦ୍ୟାଳୟର ପଶ୍ଚିମ ପାର୍ଶ୍ୱରେ ଥିବା ମ୍ୟାକକଚେନ ହଲ୍‌ର ଛାତ୍ରାବାସରେ ମିଳିଥିଲା।

Share