କ୍ୱିଭରେ ଗୁଳିମାଡରେ ଜଣେ ଭାରତୀୟ ଛାତ୍ର ଆହତ

କ୍ୱିଭ,୪ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଘନଘଟା ମଧ୍ୟରେ ନବମ ଦିନରେ ବି ଗର୍ଜୁଛି ମିଶାଇଲ, ଜଳୁଛି ସହର ପରେ ସହର । ତେବେ ୟୁକ୍ରେନରେ ଥିବା ଭାରତୀୟଙ୍କୁ ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ଶୁକ୍ରବାର ସକାଳୁ ଗୁଳି ଫୁଟିିବାରୁ ଜଣେ ଭାରତୀୟ ଛାତ୍ର ଆହତ ହୋଇଥିବା ସୂଚନା ମିଳିଛି । ଛାତ୍ର ଜଣଙ୍କ ୟୁକ୍ରେନର ରାଜଧାନୀ କ୍ୱିଭରୁ ପୋଲାଣ୍ଡ ସୀମାକୁ ଆସୁଥିବା ବେଳେ ତାଙ୍କ ଦେହରେ ଗୁଳି ବାଜିଥିବା ଜଣାପଡିଛି । ଏ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ବିକେ ସିଂହ ସୂଚନା ଦେଇଛନ୍ତି । ତେବେ ଛାତ୍ର ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ରହିଛି ।

Share