Posted inଖେଳ

ୱେଷ୍ଟଇଣ୍ଡିଜ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା: ୩ ବଡ଼ ଖେଳାଳି ଦଳରୁ ବିଦା

ନୂଆଦିଲ୍ଲୀ,୨୫।୯: ୱେଷ୍ଟଇଣ୍ଡିଜ ସିରିଜ ପାଇଁ ଟିମ ଇଣ୍ଡିଆ ଘୋଷଣା କରାଯାଇଛି। ଏହି ଗସ୍ତ ପାଇଁ ଶୁବମନ ଗିଲ ଅଧିନାୟକ ଏବଂ ରବିନ୍ଦ୍ର ଜାଡେଜା ଉପ-ଅଧିନାୟକ କରାଯାଇଛି। ସରଫରାଜ ଖାନଙ୍କୁ ଦଳରୁ ବାଦ ଦିଆଯାଇଛି। ଦେବଦତ୍ତ ପଡିକ୍କଲ ଟିମ ଇଣ୍ଡିଆକୁ ଫେରିଛନ୍ତି। ବଡ଼ ଖବର ହେଉଛି କରୁଣ ନାୟାର, ସାଇ ସୁଦର୍ଶନ ଏବଂ ଆକାଶଦୀପଙ୍କୁ ବାଦ ଦିଆଯାଇଛି। କରୁଣ ନାୟାର ଏବଂ ସାଇ ସୁଦର୍ଶନ ଇଂଲଣ୍ଡ ସିରିଜରେ ବିଫଳ ହୋଇଥିଲେ। ଚାରିଟି ଟେଷ୍ଟରେ କେବଳ ଗୋଟିଏ ଅର୍ଦ୍ଧଶତକ କରିଥିଲେ। ଉଇକେଟକିପର ରିଷଭ ପନ୍ତ ଫିଟ ହୋଇ ନାହାଁନ୍ତି, ତେଣୁ ତାଙ୍କ ସ୍ଥାନରେ ନାରାୟଣ ଜଗଦୀସନଙ୍କୁ ଚୟନ କରାଯାଇଛି। ଅକ୍ଷର ପଟେଲ ମଧ୍ୟ ଟେଷ୍ଟ ଦଳକୁ ଫେରିଛନ୍ତି।

ଭାରତର ଟେଷ୍ଟ ଦଳ: ଶୁବମନ ଗିଲ, ଯଶସ୍ବୀ ଜୟସ୍ବାଲ, କେଏଲ ରାହୁଲ, ଦେବଦତ୍ତ ପଡିକ୍କଲ, ଧ୍ରୁବ ଜୁରେଲ, ରବିନ୍ଦ୍ର ଜାଡେଜା, ୱାଶିଂଟନ ସୁନ୍ଦର, ଜସପ୍ରିତ ବୁମରା, ଅକ୍ଷର ପଟେଲ, ନୀତିଶ କୁମାର ରେଡ୍ଡୀ, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା, କୁଲଦୀପ ଯାଦବ ଏବଂ ନାରାୟଣ ଜଗଦୀସନ।
ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଅକ୍ଟୋବର ୨ରେ ଆରମ୍ଭ ହେବ। ପ୍ରଥମ ମ୍ୟାଚ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ଦ୍ୱିତୀୟ ଟେଷ୍ଟ ଅକ୍ଟୋବର ୧୦ରେ ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଖେଳାଯିବ। ସିରିଜ ଆରମ୍ଭ ହେବା ପୂର୍ବରୁ ୱେଷ୍ଟଇଣ୍ଡିଜ ପ୍ରଶିକ୍ଷକ ଡାରେନ ସାମି ଟିମ ଇଣ୍ଡିଆକୁ ଏକ ସୂକ୍ଷ୍ମ ଚ୍ୟାଲେଞ୍ଜ ଦେଇଛନ୍ତି। ସେ କହିଛନ୍ତି, ଯଦି ନ୍ୟୁଜିଲାଣ୍ଡ ଦଳ ଘରୋଇ ପରିବେଶରେ ଭାରତକୁ ପରାସ୍ତ କରିପାରିବ, ତେବେ ସେମାନେ ମଧ୍ୟ ସେହିପରି କରିପାରିବେ।

ୱେଷ୍ଟଇଣ୍ଡିଜ ଟେଷ୍ଟ ଦଳ
କେଭ୍ରନ ଆଣ୍ଡରସନ, ଆଲିକ ଆଥାନାଜେ, ଜନ କ୍ୟାମ୍ପବେଲ, ଟେଗନାରିନ ଚନ୍ଦ୍ରପଲ, ଶାଇ ହୋପ, ଟେଭିନ ଇମଲାଚ, ବ୍ରାଣ୍ଡନ କିଙ୍ଗ, ରୋଷ୍ଟନ ଚେଜ (ଅଧିନାୟକ), ଜଷ୍ଟିନ ଗ୍ରିଭ୍ସ, ଖାରି ପିଏରେ, ଜନ ୱାରିକାନ, ଆଲଜାରି ଜୋସେଫ, ଶେମାର ଜୋସେଫ, ଆଣ୍ଡରସନ ଫିଲିପ, ଏବଂ ଜାଡେନ ସିଲ୍ସ

ଭାରତ ଏବଂ ୱେଷ୍ଟଇଣ୍ଡିଜ ଏପର୍ଯ୍ୟନ୍ତ ୧୦୦ ଟେଷ୍ଟ ମ୍ୟାଚ ଖେଳିଛନ୍ତି। ଭାରତ ୨୩ ଟେଷ୍ଟ ଜିତିଛି ଏବଂ ୱେଷ୍ଟଇଣ୍ଡିଜ ୩୦ ଜିତିଛି। ଉଭୟଙ୍କ ମଧ୍ୟରେ ମୋଟ ୪୭ ଟେଷ୍ଟ ମ୍ୟାଚ ଡ୍ର ହୋଇଛି। ଭାରତ ଲଗାତାର ନଅଟି ଟେଷ୍ଟ ସିରିଜରେ ୱେଷ୍ଟଇଣ୍ଡିଜ ପରାସ୍ତ କରିଛି। ୱେଷ୍ଟଇଣ୍ଡିଜ ଶେଷ ଥର ପାଇଁ ୨୦୦୨ରେ ଭାରତ ବିପକ୍ଷରେ ଏକ ଟେଷ୍ଟ ସିରିଜ ଜିତିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ମ୍ୟାଚ୍‌: ହୋଟେଲ ରୁମ୍‌ ଭଡ଼ା ୪୦୦% ବୃଦ୍ଧି

ଅହମଦାବାଦ,୭।୩:  ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି୨୦ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏଥିଲାଗି ସହରର ପ୍ରାୟତଃ ହୋଟେଲରେ ରୁମ୍‌…

ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅପମାନ: ମୋଦି-ମମତା ମୁହାଁମୁହିଁ, ଦୁର୍ଭାଗ୍ୟଜନକ କହି…

ନୂଆଦିଲ୍ଲୀ/କୋଲକାତା,୭।୩: ପଶ୍ଚିମବଙ୍ଗ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏବେ ରାଜନୀତି ସରଗରମ ହୋଇଛି। ସିଲିଗୁଡ଼ିରେ ଆୟୋଜିତ ଆନ୍ତର୍ଜାତୀୟ ସାନ୍ତାଳ ସମ୍ମିଳନୀ ପାଇଁ ଉପଯୁକ୍ତ ସ୍ଥାନ…

ନିର୍ବାଚନ ପୂର୍ବରୁ ମମତାଙ୍କ ବଡ଼ ଘୋଷଣା

କୋଲକାତା,୭ା୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ସମସ୍ତ ଦଶମ ଶ୍ରେଣୀ ପାସ୍‌ ବେରୋଜଗାରୀ ଯୁବବର୍ଗଙ୍କୁ ମାସିକ…

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

କେନିଆରେ ବର୍ଷା ବିତ୍ପାତ: ଚାଲିଗଲା ୨୩ ଜୀବନ

ନାଇରୋବି,୭ା୩: କେନିଆ ରାଜଧାନୀ ନାଇରୋବିରେ ପ୍ରବଳ ବର୍ଷାରେ ୨୩ ଜଣଙ୍କ ମୃତ୍ୟୁ ଘଟିବା ସହ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଶନିବାର ରାସ୍ତାଘାଟ ଜଳାର୍ଣ୍ଣବ ହୋଇଥିବାରୁ ଗାଡ଼ିଚାଳକମାନେ…

ଇରାନ ଉପରେ ଆଜି ହେବ ‘ଭୟଙ୍କର’ ଆକ୍ରମଣ: ଟ୍ରମ୍ପଙ୍କ ଘୋଷଣା ପରେ ସାରା ବିଶ୍ୱରେ ହଇଚଇ, ପଡ଼ୋଶୀ ଦେଶକୁ…

ୱାଶିଂଟନ/ତେହେରାନ,୭।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପ୍ରତିଦିନ ଭୟଙ୍କର ରୂପ ନେଉଛି। ମଧ୍ୟପ୍ରାଚ୍ୟର ଅନେକ ସହର ଏହି ସାମରିକ ସଂଘର୍ଷରେ ଛାରଖାର ହୋଇଯାଇଥିବା ବେଳେ,…

ଘରଭାଙ୍ଗି ଧାନ ଖାଇଲା ଦନ୍ତା

ନାକଟିଦେଉଳ, ୭ା୨(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ଆଭ୍ୟନ୍ତରୀଣ ତଥା ପାହାଡ଼ ତଳି ଗ୍ରାମରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବ ଲାଗି…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri