୨୦୦୦ ଟଙ୍କିଆ ମାସିକ SIP କରି ହୁଅନ୍ତୁ ମାଲାମାଲ, ବର୍ଷକୁ ୧୨ ଲକ୍ଷ ରୋଜଗାର; ଜାଣନ୍ତୁ…

ନୂଆଦିଲ୍ଲୀ,୨୫।୯: ଧନୀ ହେବା ପାଇଁ ବହୁତ ପୁଞ୍ଜି ନିବେଶ କରିବା ଆବଶ୍ୟକ ନୁହେଁ। ଆପଣ ଅଳ୍ପ ସଞ୍ଚୟରୁ ମଧ୍ୟ ବଡ଼ ପାଣ୍ଠି ତିଆରି କରିପାରିବେ। ଏହା ସହିତ ଏହି ସଞ୍ଚୟରୁ ଆପଣ ପ୍ରତି ମାସରେ ୧ ଲକ୍ଷ ଟଙ୍କା ଏବଂ ବାର୍ଷିକ ୧୨ ଲକ୍ଷ ଟଙ୍କାର ଆୟ ମଧ୍ୟ କରିପାରିବେ। ଆସନ୍ତୁ ଜାଣିବା କେମିତି?

**SIP କ’ଣ ଓ ଏହା କିପରି କାମ କରେ?
SIP ବା Systematic Investment Plan ହେଉଛି ମ୍ୟୁଚୁଆଲ ଫଣ୍ଡରେ ନିବେଶ କରିବାର ଏକ ଉପାୟ। ଏଥିରେ ଆପଣ ଏକ ନିର୍ଦ୍ଧିଷ୍ଟ ଦିନରେ ନିୟମିତ ଭାବେ ଏକ ନିର୍ଦ୍ଧିଷ୍ଟ ରାଶି ନିବେଶ କରନ୍ତି। ଉଦାହରଣ ସ୍ବରୂପ, ଯଦି ଆପଣ ୨୦୦୦ ଟଙ୍କାର SIP ଆରମ୍ଭ କରନ୍ତି, ତେବେ ଏହି ଟଙ୍କାରେ ମ୍ୟୁଚୁଆଲ ଫଣ୍ଡ ୟୁନିିଟ୍‌ କିଣାଯାଏ। ସମୟ ସହିତ ଆପଣଙ୍କୁ କମ୍ପାଉଣ୍ଡିଂ ଏବଂ ଦୀର୍ଘ ମିଆଦୀ ରିଟର୍ନର ଲାଭ ମିଳିଥାଏ।

ଯଦି ଆପଣ ପ୍ରତି ମାସରେ ମାତ୍ର ୨୦୦୦ ଟଙ୍କାର SIP ଆରମ୍ଭ କରନ୍ତି, ତେବେ ଆଗାମୀ ସମୟରେ ଆପଣ ମଧ୍ୟ ଧନୀ ହୋଇପାରିବେ। ଅଳ୍ପ ନିବେଶରୁ ବଡ଼ ପାଣ୍ଠି ତିଆରି କରିବାର ଶକ୍ତି SIPରେ ରହିଛି।

୨୦୦୦ ଟଙ୍କାର ମାସିକ SIPର ହିସାବ:
ମନେକରନ୍ତୁ ଆପଣ ୨୦୦୦ ଟଙ୍କାର SIP ଆରମ୍ଭ କରିଛନ୍ତି ଏବଂ ପ୍ରତି ବର୍ଷ ଏହାକୁ ୨୦% ବୃଦ୍ଧି କରି STP (Systematic Transfer Plan)ରେ ପରିଣତ କରିଛନ୍ତି। ଦୀର୍ଘ ସମୟରେ ଆପଣ ଏକ ଭଲ ରାଶି ନିବେଶ କରିପାରିବେ। ଏଥିପାଇଁ ଆପଣଙ୍କୁ ମିଡ କ୍ୟାପ ୧୫୦ ଇଣ୍ଡେକ୍ସରେ ନିବେଶ କରିବାକୁ ହେବ, ଯାହା ଗତ ୭ ବର୍ଷରେ ୨୦% ରିଟର୍ନ ଦେଇଛି। ଯଦି ଆମେ ମାନିନେଉ ଯେ ଆଗାମୀ ଦିନରେ ଆପଣଙ୍କୁ ୧୭% ରିଟର୍ନ ମିଳିବ, ତେବେ ଆପଣ ଏକ ବଡ଼ ପାଣ୍ଠି ତିଆରି କରିପାରିବେ।

୧୨ ଲକ୍ଷ ଟଙ୍କାର ବାର୍ଷିକ ଆୟ କେମିତି ହେବ?
ଏବେ ପ୍ରଶ୍ନ ଉଠୁଛି, ଏହି ପାଣ୍ଠିରୁ ୧୨ ଲକ୍ଷ ଟଙ୍କାର ଆୟ କିପରି ମିଳିବ? ଯଦି ଆପଣ ୨୦ ବର୍ଷ ପାଇଁ ୨୦୦୦ ଟଙ୍କାର SIPକୁ ପ୍ରତି ବର୍ଷ ୨୦% STP କରି ଆଗେଇ ଚାଲନ୍ତି, ତେବେ ଆପଣଙ୍କ ପାଖରେ ୮୫ ଲକ୍ଷ ଟଙ୍କାର କର୍ପସ ଜମା ହେବ। ଏହାକୁ ଆପଣ SWP (Systematic Withdrawal Plan)ରେ ରଖିପାରିବେ। SWPରେ ଆପଣ ପ୍ରତି ମାସ କିମ୍ବା ବର୍ଷରେ ଏକ ର୍ନିଦ୍ଦିଷ୍ଟ ରାଶି ଉଠାଇ ପାରିବେ, ଯେତେବେଳେ ବାକି ଟଙ୍କା ଫଣ୍ଡରେ କମ୍ପାଉଣ୍ଡିଂ ହେବାରେ ଲାଗି ରହିବ। ଯଦି ୧ କୋଟି ଟଙ୍କାର ଫଣ୍ଡରେ ଆପଣ ୧୨% ବାର୍ଷିକ ରିଟର୍ନ ପାଆନ୍ତି, ତେବେ ଆପଣ ସହଜରେ ୧୨ ଲକ୍ଷ ଟଙ୍କା ବାର୍ଷିକ (ଅର୍ଥାତ ମାସିକ ୧ ଲକ୍ଷ ଟଙ୍କା) ଉଠାଇ ପାରିବେ। ଏହିପରି ଆପଣଙ୍କ ବାର୍ଷିକ ଆୟ ୧୨ ଲକ୍ଷ ହେବ ଏବଂ ମୂଳ ପୁଞ୍ଜି ମଧ୍ୟ ଦୀର୍ଘ ସମୟ ପାଇଁ ସୁରକ୍ଷିତ ରହିବ। ୩୦-୩୫ ବର୍ଷରେ ଆପଣଙ୍କ ପାଖରେ ୭-୧୦ କୋଟି ଟଙ୍କାର ଫଣ୍ଡ ତିଆରି ହୋଇପାରିବ।

ତେଣୁ, ଆଜି ହିଁ ଅଳ୍ପ ସଞ୍ଚୟରୁ ଆରମ୍ଭ କରନ୍ତୁ ଏବଂ SIP ମାଧ୍ୟମରେ ଆପଣଙ୍କ ଆର୍ଥିକ ସୱପ୍ନକୁ ସାକାର କରନ୍ତୁ!


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ: ମମତା ଇସ୍ତଫା ନ ଦେବାର ଘୋଷଣା ପରେ ବେଙ୍ଗଲରେ ଚହଳ!

କୋଲକାତା,୫।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ୱାଚନର ଫଳାଫଳ ପରେ, ଟିଏମସି ମୁଖ୍ୟ ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ନ ଦେବା ପାଇଁ ଅଟଳ ରହିଛନ୍ତି। ମଙ୍ଗଳବାର ଏକ…

ମମତାଙ୍କ ଯୁଦ୍ଧଂଦେହି ଡାକରା: ଆମେ ନିର୍ବାଚନ ହାରି ନାହୁଁ, ମୁଁ ଇସ୍ତଫା ଦେବି ନାହିଁ…

କୋଲକାତା,୫।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ମଧ୍ୟ ତୃଣମୂଳ କଂଗ୍ରେସ (TMC) ମୁଖ୍ୟ ମମତା ବାନାର୍ଜୀଙ୍କ ଆଭିମୁଖ୍ୟ କୋହଳ ହୋଇନାହିଁ। ନିର୍ବାଚନ ଫଳାଫଳ ପରେ…

ପ୍ରକଳ୍ପ ଜିଲାର ବଡ଼ ପରିବର୍ତ୍ତନ ଆଣିବ: ମନ୍ତ୍ରୀ

ମାଲକାନଗିରି,୫ା୫(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟରେ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଏବଂ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକ ଜିଲା ପାଇଁ ମୋଟ…

ରାଜ୍ୟସ୍ତରୀୟ ପ୍ରାଥମିକ ଆଚାର୍ଯ୍ୟ ପ୍ରଶିକ୍ଷଣ: ଛାତ୍ରୀଛାତ୍ରଙ୍କ ଶୃଙ୍ଖଳା ଓ ପ୍ରତିଭା ବିକାଶକୁ ଗୁରୁତ୍ୱ

ଦିଗପହଣ୍ଡି,୫।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ରାଜ୍ୟ ବିଦ୍ୟା ଭାରତୀ ଶିକ୍ଷା ବିକାଶ ସମିତି ଆନୁକୂଲ୍ୟରେ ମଙ୍ଗଳବାରଠାରୁ ୧୦ ଦିନବ୍ୟାପୀ…

ବ୍ୟାଙ୍କରେ ୨୧୩ କୋଟି ୧୯ ଲକ୍ଷର ସେୟାର, ବିଜୟ ଥାଲାପଥିଙ୍କ ସମ୍ପତ୍ତି ଜାଣିଲେ କାବା ହୋଇଯିବେ…

ନୂଆଦିଲ୍‌ଲୀ,୫।୫: ୨୦୨୬ ତାମିଲନାଡୁ ବିଧାନସଭା ନିର୍ୱାଚନରେ ଟିଭିକେ ଏକକ ବୃହତ୍ତମ ଦଳ ଭାବରେ ଉଭା ହେବା ସହିତ, ସମସ୍ତଙ୍କ ନଜର ଏହାର ପ୍ରତିଷ୍ଠାତା ଏବଂ ମୁଖ୍ୟ ସି.…

ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବ୍ଲକ ଅଧ୍ୟକ୍ଷାଙ୍କୁ ଭେଟିଲେ ଗ୍ରାମବାସୀ: ଦେଲେ ଦାବିପତ୍ର

ଅମରପାଲି,୫।୫(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢୀ ଗ୍ରାମ ପଞ୍ଚାୟତର ଭୁତିଆପାଲି ଗ୍ରାମବାସୀ ଗ୍ରାମର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷାଙ୍କୁ…

କଲ୍ୟାଣସିଂହପୁର ଲ୍ୟାମ୍ପ୍‌ସରେ ଦୁର୍ନୀତି ଅଭିଯୋଗ: ପରିଚାଳନା ନିର୍ଦ୍ଦେଶକଙ୍କୁ ଦାୟିତ୍ୱରୁ ହଟାଗଲା

ଗୁଣପୁର,୫।୫( ସୁଜାତା ପାଢ଼ୀ/ସଂକେତ ପାତ୍ର): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ଲ୍ୟାମ୍ପ୍‌ସରେ ଆର୍ଥିକ ଅନିୟମିତତା ଅଭିଯୋଗ ଆସିଛି। ଚାଷୀମାନଙ୍କ ଜମା ଟଙ୍କା ଲ୍ୟାମ୍ପ୍‌ସ ପରିଚାଳନା ନିର୍ଦ୍ଦେଶକ ତାରିଣୀ ପ୍ରସାଦ…

ହାରିବା ପରେ ମମତାଙ୍କ ପ୍ରଥମ ପ୍ରେସ୍‌ କନଫରେନ୍ସ: କହିଲେ ପିଏମ୍‌ ମୋଦି-ଶାହା ମିଶି ଆମକୁ…

କୋଲକାତା,୫।୫: ପଶ୍ଚିମବଙ୍ଗରେ ହାରିବା ପରେ ମମତା ବାନାର୍ଜୀ ପ୍ରେସ୍‌ କନଫରେନ୍ସ ଜରିଆରେ ଭାଜପା ଉପରେ ବର୍ଷିଛନ୍ତି। ମମତା କହିଛନ୍ତି, ଆମର କର୍ମୀମାନଙ୍କୁ ନିର୍ଯାତନା ଦିଆଯାଇଛି। ଏହି ହେରଫେର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri