Categories: ଖେଳ

ଖୁସିର ମାହୋଲ ମଧ୍ୟରେ ଇଂଲଣ୍ଡ ବିପକ୍ଷରେ ଭାରତୀୟ ଦଳ ଘୋଷଣା: ଫେରିଲେ କୋହଲି ଆଉ…

ନୂଆଦିଲ୍ଲୀ,୧୯।୧: ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍‌ରେ ଦମ୍‌ଦାର ବିଜୟ ପରେ ଦେଶରେ ଉତ୍ସବର ମାହୋଲ ଦେଖିବାକୁ ମିଳୁଛି। ନିୟମିତ ଅଧିନାୟକ ବିରାଟ କୋହଲିଙ୍କ ଅନୁପସ୍ଥିତି ଏବଂ ଅନେକ ଖେଳାଳି ଆହତ ଥିବା ସତ୍ତ୍ୱେ ଭାରତୀୟ ଟିମ୍‌ ଅବିଶ୍ୱସନୀୟ ଭାବେ ସିରିଜ ହାତେଇଛି। ଏହାକୁ ନେଇ ପ୍ରଶଂସକ ବିଭୋର ଥିବା ବେଳେ ଆଗାମୀ ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ୍‌ ପାଇଁ ଏକାଦଶ ଘୋଷଣା କରିଛି।

ବିସିସିଆଇର ଚୟନ ସମିତି ନୂତନ ଅଧ୍ୟକ୍ଷ ଚେତନ ଶର୍ମାଙ୍କ ଉପସ୍ଥିତିରେ ପ୍ରଥମ ଥର ପାଇଁ ଭାରତୀୟ ଦଳର ଚୟନ କରାଯାଇଛି। ଏନେଇ ଅନୁଷ୍ଠିତ ବୈଠକରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ କୋହଲି ଯୋଗ ଦେଇଥିଲେ। ଏହି ଭାରତ ଏକାଦଶରେ ଅନେକ ଖେଳାଳିଙ୍କୁ ସୁଯୋଗ ମିଳିଛି। ଦଳକୁ କୋହଲି ଫେରିଥିବା ବେଳେ ପାଣ୍ଡ୍ୟା ମଧ୍ୟ ସୁଯୋଗ ମିଳିଛି। ଏହାଛଡ଼ା ଇଶାନ୍ତ ଶର୍ମା, ରବିଚନ୍ଦ୍ରନ ଅଶ୍ୱିନ, ଜସପ୍ରିତ ବୁମ୍‌ରା ଏବଂ ଯୁବ ସ୍ପିନର ଅକ୍ଷର ପଟେଲ ମଧ୍ୟ ଟିମ୍‌ରେ ସାମିଲ ହୋଇଛନ୍ତି।

ଭାରତୀୟ ଦଳ:
ବିରାଟ କୋହଲି(ଅଧିନାୟକ)
ରୋହିତ ଶର୍ମା
ଶୁଭମନ ଗିଲ
ମୟଙ୍କ ଅଗ୍ରଓ୍ବାଲ
ଚେତେଶ୍ୱର ପୂଜାରା
ଅଜିଙ୍କ୍ୟ ରାହାଣେ
ରିଷଭ ପନ୍ତ
ରିଦ୍ଧିମାନ ଶାହା
ହାର୍ଦ୍ଦିକ ପାଣ୍ଡ୍ୟା
କେ ଏଲ୍‌ ରାହୁଲ
ଜସପ୍ରିତ ବୁମ୍‌ରା
ଈଶାନ୍ତ ଶର୍ମା
ମହମ୍ମଦ ସିରାଜ
ଶାର୍ଦ୍ଦୁଳ ଠାକୁର
ରବିଚନ୍ଦ୍ରନ ଅଶ୍ୱିନ
ଅକ୍ଷର ପଟେଲ
କୁଲଦୀପ ଯାଦବ
ଓ୍ବାଶିଂଟନ ସୁନ୍ଦର

ଷ୍ଟାଣ୍ଡବାଇ ଖେଳାଳି
କେଏସ୍‌ ଭରତ(ଉଇକେଟ କିପର), ଅଭିମନ୍ୟୁ ଈଶ୍ୱରନ୍‌, ଶାହାବାଜ ନଦୀମ, ରାହୁଲ ଚହର

ନେଟ୍‌ ବୋଲର୍‌:
ଅଙ୍କିତ ରାଜପୁତ, ଆବେଶ ଖାନ, ସନ୍ଦିପ ଓ୍ବାରିୟର, କେ ଗୌଥମ, ସୌରଭ କୁମାର

Share