Posted inଖେଳ

ବାଜ୍‌ବଲ୍‌କୁ ହରାଇବା ଲକ୍ଷ୍ୟରେ ଭାରତୀୟ ସ୍ପିନର

ହାଇଦ୍ରାବାଦ,୨୫ା୧(ପି.ଟି.): ଘରୋଇ ମାଟିରେ ଭାରତ ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ଦଳ। ବିଗତ ୧୨ ବର୍ଷ ମଧ୍ୟରେ ଏହା କୌଣସି ଘରୋଇ ସିରିଜରେ ପରାଜିତ ହୋଇନାହିଁ। ଇଂଲଣ୍ଡ ନିଜର ଚିରାଚରିତ ବାଜ୍‌ବଲ୍‌ ଉପରେ ଭରସା କରିଥିବା ବେଳେ ଭାରତ ଏହାର ସ୍ପିନରଙ୍କ ଭରସାରେ ରହିଛି। ଶେଷ ଥର ପାଇଁ ଭାରତ ୨୦୧୨ରେ ଘରୋଇ ମାଟିରେ ଏକ ଟେଷ୍ଟ ସିରିଜ୍‌ ହାରିଥିଲା। ଇତିମଧ୍ୟରେ ଭାରତ ୧୬ଟି ସିରିଜ୍‌ ଘରୋଇ ମାଟିରେ ବିଜୟୀ ହୋଇଥିବା ବେଳେ ଏଥିରୁ ୭ଟି କ୍ଲିନ୍‌ସୁଇପ୍‌ କରିଛି। ୧୨ ବର୍ଷ ମଧ୍ୟରେ ଭାରତ ୪୪ଟେଷ୍ଟ ଖେଳିଥିବା ବେଳେ ଏଥିରୁ ମାତ୍ର ୩ ମ୍ୟାଚରେ ପରାଜିତ ହୋଇଛି। ଘରୋଇ ମାଟିରେ ଏଭଳି ପ୍ରଦର୍ଶନ ୮୦ ଦଶକର ଓ୍ବେଷ୍ଟଇଣ୍ଡିଜ୍‌ ଓ ଅଷ୍ଟ୍ରେଲିଆ ନିକଟରେ ଦେଖିବାକୁ ମିଳିଥାଏ। ଭାରତର ଏହି ପ୍ରଦର୍ଶନର ଶ୍ରେୟ ଏକାଧିକ ଘଟଣା ଉପରେ ନିର୍ଭର କରିଥାଏ। ତେବେ ଏଥିରେ ଦୁଇ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଓ ରବୀନ୍ଦ୍ର ଜାଡେଜାଙ୍କ ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଅପରପକ୍ଷରେ ଇଂଲଣ୍ଡ ବାଜ୍‌ବଲ୍‌ କ୍ରିକେଟ ଖେଳୁଛି। ପରସ୍ଥିତି ଯାହାବି ଥାଉ ନା କାହିଁକି ଦଳ ଆକ୍ରମଣାତ୍ମକ କ୍ରିକେଟ ଖେଳିବା ଉପରେ ଗୁରୁତ୍ୱ ଦେଉଛି। ଏଭଳି ପରିସ୍ଥିତିରେ ଗୁରୁବାର ଆରମ୍ଭ ହେଉଥିବା ପ୍ରଥମ ଟେଷ୍ଟରେ ଇଂଲଣ୍ଡକୁ ରୋକିବା ପାଇଁ ଭାରତ ଏହାର ଦୁଇ ସ୍ପିନରଙ୍କ ଉପରେ ନିର୍ଭର କରିବ। ଏହି ସମୟ ମଧ୍ୟରେ ଅଶ୍ୱିନ ୪୬ ଟେଷ୍ଟରୁ ୨୮୩ ଉଇକେଟ ନେଇଥିବା ବେଳେ ଜାଡେଜା ୩୯ ଟେଷ୍ଟରୁ ୧୯୧ ଉଇକେଟ ନେଇଛନ୍ତି। ଉଭୟ ମିଳିତ ଭାବରେ ୨୧ ଆଭରେଜରେ ୫୦୦ ଉଇକେଟ ନେଇଛନ୍ତି। ସେହିପରି ଅକ୍ଷର ପଟେଲ ଓ କୁଲଦୀପ ଯାଦବଙ୍କ ମଧ୍ୟରୁ ଜଣେ ତୃତୀୟ ସ୍ପିନର ଭାବେ ଖେଳିପାରନ୍ତି।
ଭାରତୀୟ ଉପ ମହାଦେଶର ପିଚ୍‌ ଇଂଲଣ୍ଡ ଖେଳାଳିଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ। ତେବେ ବିରାଟ କୋହଲିଙ୍କ ଅନୁପସ୍ଥିତି ଇଂଲଣ୍ଡ ପାଇଁ ଏକମାତ୍ର ଆଶ୍ୱସ୍ତିକର ଖବର ରହିଛି। ୨୮ ମ୍ୟାଚ୍‌ରୁ କୋହଲି ୧୯୯୧ ରନ୍‌ ସଂଗ୍ରହ କରିଛନ୍ତି। ଏହା ମଧ୍ୟରେ ୫ ଶତକ ଓ ୯ ଅର୍ଦ୍ଧଶତକ ସାମିଲ ରହିଛି। କୋହଲିଙ୍କ ଅନୁପସ୍ଥିତିରେ ବିକଳ୍ପ ଖେଳାଳି ଭାବରେ ରଜତ ପଟିଦାର ଦଳରେ ସାମିଲ ହୋଇଥିଲେ ମଧ୍ୟ ତାଙ୍କର ଖେଳିବା ସମ୍ଭାବନା କମ୍‌। ଶ୍ରେୟସ ଆୟର, ଲୋକେଶ ରାହୁଲ ଓ ଶ୍ରୀକର ଭରତ ମଧ୍ୟକ୍ରମରେ ଭାରତୀୟ ବ୍ୟାଟିଂ ଭାର ସମ୍ଭାଳି ପାରନ୍ତି। ରୋହିତ ଶର୍ମା ଓ ଯଶସ୍ବୀ ଜୟସ୍ବାଲ ଓପନ କରିବାକୁ ଥିବା ବେଳେ ଶୁବମନ ଗିଲ୍‌ ଓପନର ଦାୟିତ୍ୱରେ ନଜର ଆସିବେ। ସେହିଭଳି ପେସ୍‌ ବୋଲିଂ ଭାର ଯଶପ୍ରୀତ ବୁମରା ଓ ମହମ୍ମଦ ସିରାଜଙ୍କ କାନ୍ଧରେ ରହିବ। ଇଂଲଣ୍ଡ ବୋଲିଂ ଆକ୍ରମଣରେ ମାର୍କ ଉଡ୍‌ ଏକମାତ୍ର ନାମୀ ପେସର ରହିଥିବା ବେଳେ ଦଳ ୩ ସ୍ପିନରଙ୍କ ସହ ଓହ୍ଲାଇପାରେ। ସେହିପରି ବ୍ୟାଟିଂରେ ଜୋ ରୁଟ୍‌ ଓ ବେନ୍‌ ଷ୍ଟୋକ୍ସଙ୍କ ଉପରେ ନିର୍ଭର କରିବ ଇଂଲଣ୍ଡ ଦଳ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri