Posted inଖେଳ

ବାଜ୍‌ବଲ୍‌କୁ ହରାଇବା ଲକ୍ଷ୍ୟରେ ଭାରତୀୟ ସ୍ପିନର

ହାଇଦ୍ରାବାଦ,୨୫ା୧(ପି.ଟି.): ଘରୋଇ ମାଟିରେ ଭାରତ ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ଦଳ। ବିଗତ ୧୨ ବର୍ଷ ମଧ୍ୟରେ ଏହା କୌଣସି ଘରୋଇ ସିରିଜରେ ପରାଜିତ ହୋଇନାହିଁ। ଇଂଲଣ୍ଡ ନିଜର ଚିରାଚରିତ ବାଜ୍‌ବଲ୍‌ ଉପରେ ଭରସା କରିଥିବା ବେଳେ ଭାରତ ଏହାର ସ୍ପିନରଙ୍କ ଭରସାରେ ରହିଛି। ଶେଷ ଥର ପାଇଁ ଭାରତ ୨୦୧୨ରେ ଘରୋଇ ମାଟିରେ ଏକ ଟେଷ୍ଟ ସିରିଜ୍‌ ହାରିଥିଲା। ଇତିମଧ୍ୟରେ ଭାରତ ୧୬ଟି ସିରିଜ୍‌ ଘରୋଇ ମାଟିରେ ବିଜୟୀ ହୋଇଥିବା ବେଳେ ଏଥିରୁ ୭ଟି କ୍ଲିନ୍‌ସୁଇପ୍‌ କରିଛି। ୧୨ ବର୍ଷ ମଧ୍ୟରେ ଭାରତ ୪୪ଟେଷ୍ଟ ଖେଳିଥିବା ବେଳେ ଏଥିରୁ ମାତ୍ର ୩ ମ୍ୟାଚରେ ପରାଜିତ ହୋଇଛି। ଘରୋଇ ମାଟିରେ ଏଭଳି ପ୍ରଦର୍ଶନ ୮୦ ଦଶକର ଓ୍ବେଷ୍ଟଇଣ୍ଡିଜ୍‌ ଓ ଅଷ୍ଟ୍ରେଲିଆ ନିକଟରେ ଦେଖିବାକୁ ମିଳିଥାଏ। ଭାରତର ଏହି ପ୍ରଦର୍ଶନର ଶ୍ରେୟ ଏକାଧିକ ଘଟଣା ଉପରେ ନିର୍ଭର କରିଥାଏ। ତେବେ ଏଥିରେ ଦୁଇ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଓ ରବୀନ୍ଦ୍ର ଜାଡେଜାଙ୍କ ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଅପରପକ୍ଷରେ ଇଂଲଣ୍ଡ ବାଜ୍‌ବଲ୍‌ କ୍ରିକେଟ ଖେଳୁଛି। ପରସ୍ଥିତି ଯାହାବି ଥାଉ ନା କାହିଁକି ଦଳ ଆକ୍ରମଣାତ୍ମକ କ୍ରିକେଟ ଖେଳିବା ଉପରେ ଗୁରୁତ୍ୱ ଦେଉଛି। ଏଭଳି ପରିସ୍ଥିତିରେ ଗୁରୁବାର ଆରମ୍ଭ ହେଉଥିବା ପ୍ରଥମ ଟେଷ୍ଟରେ ଇଂଲଣ୍ଡକୁ ରୋକିବା ପାଇଁ ଭାରତ ଏହାର ଦୁଇ ସ୍ପିନରଙ୍କ ଉପରେ ନିର୍ଭର କରିବ। ଏହି ସମୟ ମଧ୍ୟରେ ଅଶ୍ୱିନ ୪୬ ଟେଷ୍ଟରୁ ୨୮୩ ଉଇକେଟ ନେଇଥିବା ବେଳେ ଜାଡେଜା ୩୯ ଟେଷ୍ଟରୁ ୧୯୧ ଉଇକେଟ ନେଇଛନ୍ତି। ଉଭୟ ମିଳିତ ଭାବରେ ୨୧ ଆଭରେଜରେ ୫୦୦ ଉଇକେଟ ନେଇଛନ୍ତି। ସେହିପରି ଅକ୍ଷର ପଟେଲ ଓ କୁଲଦୀପ ଯାଦବଙ୍କ ମଧ୍ୟରୁ ଜଣେ ତୃତୀୟ ସ୍ପିନର ଭାବେ ଖେଳିପାରନ୍ତି।
ଭାରତୀୟ ଉପ ମହାଦେଶର ପିଚ୍‌ ଇଂଲଣ୍ଡ ଖେଳାଳିଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ। ତେବେ ବିରାଟ କୋହଲିଙ୍କ ଅନୁପସ୍ଥିତି ଇଂଲଣ୍ଡ ପାଇଁ ଏକମାତ୍ର ଆଶ୍ୱସ୍ତିକର ଖବର ରହିଛି। ୨୮ ମ୍ୟାଚ୍‌ରୁ କୋହଲି ୧୯୯୧ ରନ୍‌ ସଂଗ୍ରହ କରିଛନ୍ତି। ଏହା ମଧ୍ୟରେ ୫ ଶତକ ଓ ୯ ଅର୍ଦ୍ଧଶତକ ସାମିଲ ରହିଛି। କୋହଲିଙ୍କ ଅନୁପସ୍ଥିତିରେ ବିକଳ୍ପ ଖେଳାଳି ଭାବରେ ରଜତ ପଟିଦାର ଦଳରେ ସାମିଲ ହୋଇଥିଲେ ମଧ୍ୟ ତାଙ୍କର ଖେଳିବା ସମ୍ଭାବନା କମ୍‌। ଶ୍ରେୟସ ଆୟର, ଲୋକେଶ ରାହୁଲ ଓ ଶ୍ରୀକର ଭରତ ମଧ୍ୟକ୍ରମରେ ଭାରତୀୟ ବ୍ୟାଟିଂ ଭାର ସମ୍ଭାଳି ପାରନ୍ତି। ରୋହିତ ଶର୍ମା ଓ ଯଶସ୍ବୀ ଜୟସ୍ବାଲ ଓପନ କରିବାକୁ ଥିବା ବେଳେ ଶୁବମନ ଗିଲ୍‌ ଓପନର ଦାୟିତ୍ୱରେ ନଜର ଆସିବେ। ସେହିଭଳି ପେସ୍‌ ବୋଲିଂ ଭାର ଯଶପ୍ରୀତ ବୁମରା ଓ ମହମ୍ମଦ ସିରାଜଙ୍କ କାନ୍ଧରେ ରହିବ। ଇଂଲଣ୍ଡ ବୋଲିଂ ଆକ୍ରମଣରେ ମାର୍କ ଉଡ୍‌ ଏକମାତ୍ର ନାମୀ ପେସର ରହିଥିବା ବେଳେ ଦଳ ୩ ସ୍ପିନରଙ୍କ ସହ ଓହ୍ଲାଇପାରେ। ସେହିପରି ବ୍ୟାଟିଂରେ ଜୋ ରୁଟ୍‌ ଓ ବେନ୍‌ ଷ୍ଟୋକ୍ସଙ୍କ ଉପରେ ନିର୍ଭର କରିବ ଇଂଲଣ୍ଡ ଦଳ।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟାଳୟରେ ପୋଡ଼ି ହୋଇଗଲେ ଛାତ୍ର: ପ୍ରଧାନଶିକ୍ଷକଙ୍କ ସମେତ ୪ ଶିକ୍ଷକଙ୍କ ଦରମା ବନ୍ଦ

ରାୟଗଡ଼ା,୬।୧: ରାୟଗଡ଼ା ଜିଲା ପାଇକଡାକୁଲୁଗୁଡ଼ା ସ୍ଥିତ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଘଟିଥିବା ଅଭାବନୀୟ ଅଗ୍ନିକାଣ୍ଡ ଘଟଣାରେ ରାଜ୍ୟ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ବିଦ୍ୟାଳୟର...

‘ନୋ ପିୟୁସିସି, ନୋ ଫ୍ୟୁଏଲ’ ନୀତି ଉପରେ ରାଜ୍ୟ ସରକାରଙ୍କୁ ଜବାବ ମାଗିଲେ ହାଇକୋର୍ଟ

କଟକ,୬।୧: ରାଜ୍ୟରେ ବୈଧ ପ୍ରଦୂଷଣ ମୁକ୍ତ ପ୍ରମାଣପତ୍ର (PUCC) ନଥିଲେ ଗାଡ଼ିକୁ ପେଟ୍ରୋଲ କିମ୍ବା ଡିଜେଲ ନଦେବା ପାଇଁ ସରକାର ନେଇଥିବା ନିଷ୍ପତ୍ତିକୁ ନେଇ ଓଡ଼ିଶା...

ଡେଲିଭରି ଏଜେଣ୍ଟ ପରିଚୟ ଦେଇ ସାଇବର ଠକେଇ ଅଭିଯୋଗ,୨ ଜଣଙ୍କୁ ବାନ୍ଧିଲା…

ଦିଗପହଣ୍ଡି/ଚିକିଟି,୬|୧(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ବ୍ରହ୍ମପୁର ପୋଲିସ ଜିଲା କେ.ନୂଆଗାଁ ଥାନା ଅଞ୍ଚଳରେ ଲୋକଙ୍କ ଠାରୁ ବିଭିନ୍ନ ଉପାୟରେ ଲକ୍ଷାଧିକ ଟଙ୍କା ଠକେଇ...

ଓଟିଇଟି ପରୀକ୍ଷା ଦେଇପାରିବେ ଦୁଇବର୍ଷିଆ ବିଏଡ୍‌ ଛାତ୍ରୀଛାତ୍ର; ଜାଣନ୍ତୁ ସବିଶେଷ…

ଭୁବନେଶ୍ୱର,୬ା୧(ସୁଚିସ୍ମିତା ସାହୁ): ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ଦେବା ପାଇଁ ସ୍ବତନ୍ତ୍ର ଶିକ୍ଷାରେ ଦୁଇବର୍ଷିଆ ବିଏଡ୍‌ କରିଥିବା ଛାତ୍ରୀଛାତ୍ରଙ୍କୁ ସୁଯୋଗ ମିଳିବ। ସେମାନେ ଓଟିଇଟି...

ଏମାନଙ୍କ ପାଇଁ କାଳ ୨୦୨୬! ଏହି ୨ରାଶି ପାଖରୁ ଚାଲିଯିବ ଧନ

ବର୍ଷ ଆରମ୍ଭରେ ଜ୍ୟୋତିଷ ଶାସ୍ତ୍ରରେ ପ୍ରମୁଖ ଗ୍ରହ ପରିବର୍ତ୍ତନ ସୂଚିତ ହୋଇଛି। ଜ୍ୟୋତିଷଙ୍କ ଅନୁଯାୟୀ, ଜାନୁଆରୀ ୧୨ ତାରିଖରୁ ସିଂହ ରାଶିର ଲୋକଙ୍କ ଜୀବନରେ ଏକ...

ତାମିଲନାଡୁରେ ଆଖି ବୁଜିଦେଲେ ଓଡ଼ିଆ ଶ୍ରମିକ: ବାହୁନି ବାହୁନି କାନ୍ଦୁଛି ସ୍ତ୍ରୀ, ବିଧବା ମା’ ଆଖିରୁ ଶୁଖୁନି ଲୁହ 

ଦିଗପହଣ୍ଡି,୬।୧(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ୯ ନଂ ୱାର୍ଡ ଦଳିତ ସାହିର ଦାଦନ ଶ୍ରମିକ ବିଜୟ ନାଇକ(୩୬) ତାମିଲନାଡୁର ର୍ତିଚ୍ଚିରେ ମୃତ୍ୟୁବରଣ...

ପୁରୁଷୋତ୍ତମପୁର ସବ-ରେଜିଷ୍ଟ୍ରାର ଅଫିସରେ ଜମି ଦୁର୍ନୀତି ଘଟଣା: ବନ୍ଧାହେବେ ଦୂର୍ନିତିକାରୀ

ପୁରୁଷୋତ୍ତମପୁର, ୬ା୧(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସବରେଜିଷ୍ଟ୍ରାର ଅଫିସରେ ଘଟିଥିବା ଜମି ଦୁର୍ନୀତି ଘଟଣାରେ ପୋଲିସ ମାମଲା ରୁଜୁ ତଦନ୍ତ ଆରମ୍ଭ କରିଛି। ଫଳରେ...

‘ବିପଦମୁକ୍ତ ଭବିଷ୍ୟତ ଗଠନରେ ନାଗରିକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ’

ଦିଗପହଣ୍ଡି,୬।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବିଜୁ ପଟ୍ଟନାୟକ ମହିଳା କଲେଜ ପରିସରରେ ମଙ୍ଗଳବାର ପରିବେଶ ଆଇନ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri