ଚନ୍ଦ୍ରରେ ଘର ତିଆରି କରିବାକୁ ସ୍ବତନ୍ତ୍ର ଇଟା ପ୍ରସ୍ତୁତ କଲେ ଭାରତୀୟ ବୈଜ୍ଞାନିକ !

ବେଙ୍ଗାଲୁରୁ,୧୫।୮: ଚନ୍ଦ୍ରରେ ଘର ତିଆରି କରିବାକୁ ଭାରତୀୟ ବୈଜ୍ଞାନିକମାନେ ଏକ ସ୍ବତନ୍ତ୍ର ଇଟା ପ୍ରସ୍ତୁତ କରିଥିବା କୁହାଯାଉଛି। ବିଶେଷ ଧରଣର କିଛି ପଦାର୍ଥକୁ ନେଇ ଏହା ତିଆରି କରାଯାଇଛି। ଚନ୍ଦ୍ରରୁ ସଂଗ୍ରହ କରାଯାଇଥିବା ମାଟି, ବ୍ୟାକ୍ଟେରିଆ ଓ ଗୁଆର ବିନ୍ସରେ ଏହା ପ୍ରସ୍ତୁତ କରାଯାଇଥିବା କହିଛନ୍ତି ବେଙ୍ଗାଲୁରର ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍‌ ସାଇନ୍ସ ଓ ଇଣ୍ଡିଆନ ସ୍ପେସ ରିସର୍ଚ୍ଚ ଅର୍ଗାନାଇଜେଶନର ଟିମ୍‌। ଏହି ଇଟାରେ ୟୁରିଆର ବ୍ୟବହାର ମଧ୍ୟ କରାଯାଇଛି। ଏଥିପାଇଁ ମାନବ ମୂତ୍ର ବ୍ୟବହାର କରାଯାଇଥିବା ବୈଜ୍ଞାନିକମାନେ କହିଛନ୍ତି। ଆଇଆଇଏସ୍‌ସିର ମେକାନିକାଲ ଇଞ୍ଜିନିୟରିଂ ବିଭାଗର ସହାୟକ ପ୍ରଫେସର ଆଲୋକ କୁମାର କହିଛନ୍ତି ବାସ୍ତବରେ ଏହାଏକ ରୋମାଞ୍ଚକର ତଥ୍ୟ। କାରଣ ଏଥିରେ ଭିନ୍ନ ଭିନ୍ନ କ୍ଷେତ୍ର ଜୀବ ବିଜ୍ଞାନ ଓ ମେକାନିକାଲ ଇଞ୍ଜିନୟରିଂ କାମ କରିଛି। ତେବେ ଏହି ଇଟା ପ୍ରସ୍ତୁତିରେ ସିମେଣ୍ଟର ବ୍ୟବହାର କରାଯାଇ ନ ଥିବା ବୈଜ୍ଞାନିକମାନେ କହିଛନ୍ତି। ଏମିତି ଏକ ପ୍ରୟାସକୁ ନେଇ ବୈଜ୍ଞାନିକମାନେ ଆଗକୁ ବଢିବେ ବୋଲି ଜଣାପଡିଛି।

Share