ବଡ଼ମୂଳ ଅଞ୍ଚଳରୁ ମୁହଁ ଫେରାଉଛନ୍ତି ଇଣ୍ଡିୟାନ ସ୍କିମର

ଗଣିଆ,୪ା୧୨(ସନ୍ତୋଷ କୁମାର ପ୍ରଧାନ: ଶୀତଋତୁ ଆସିଲେ ସାତକୋଶିଆ ଗଣ୍ଡର ବଡ଼ମୂଳଠାରେ ବହୁ ଦେଶୀୟ ପକ୍ଷୀଙ୍କ ସହ ବିଭିନ୍ନ ପ୍ରଜାତିର ବିଦେଶାଗତ ପକ୍ଷୀଙ୍କ ଆଗମନ ଦେଖିବାକୁ ମିଳିଥାଏ। ଏହି ବିଦେଶାଗତ ଅତିଥି ପକ୍ଷୀମାନଙ୍କ ମଧ୍ୟରେ ସାଇବେରିଆ ଅଞ୍ଚଳରୁ ଆସୁଥିବା ଇଣ୍ଡିୟାନ ସ୍କିମର ପକ୍ଷୀ ପର୍ଯ୍ୟଟକଙ୍କୁ ବେଶ୍‌ ଆକୃଷ୍ଟ କରିଥାଏ। ସାତକୋଶିଆ ଗଣ୍ଡରେ ବୋଟିଂ କରୁଥିବା ବେଳେ ପର୍ଯ୍ୟଟ୍ଟକମାନେ ଦଳ ଦଳ ଇଣ୍ଡିୟାନ ସ୍କିମର ପକ୍ଷୀମାନଙ୍କୁ ଦେଖି ଭରପୁର ମଜ୍ଜା ଉଠାଉ ଥିଲେ। ହେଲେ ୨ବର୍ଷ ଧରି ଏହି ପକ୍ଷୀ ବଡ଼ମୂଳ ଅଞ୍ଚଳରୁ ମୁହଁ ଫେରାଇ ନେଇଥିବା ଦେଖିବାକୁ ମିଳିଛି। ମହାନଦୀର ବାଲୁକା ଶଯ୍ୟାରେ ଦଳ ଦଳ ହୋଇ ବିଚରଣ କରୁଥିବା ଏହି ପକ୍ଷୀ ଆଉ ଦେଖିବାକୁ ମିଳୁନାହାନ୍ତି। ଚଳିତବର୍ଷ ଅନ୍ୟ ବିଦେଶାଗତ ପକ୍ଷୀମାନେ ମଧ୍ୟ ଏଠାକୁ ଆସି ନ ଥିବା ଜଣାପଡିଛି। ପ୍ରତିବର୍ଷ ଶୀତଋତୁ ଆସିଲେ ସାଇବେରିଆ, ହିମାଳୟ ଓ ଲଦାଖ ଅଞ୍ଚଳରୁ ଆସୁଥିବା ଏହି ବିଦେଶୀ ପକ୍ଷୀମାନେ ନଭେମ୍ବରରୁ ମାର୍ଚ୍ଚ ପର୍ଯ୍ୟନ୍ତ ସାତକୋଶିଆ ଗଣ୍ଡର ବଡ଼ମୂଳ ଅଞ୍ଚଳରେ ରହି ପୁନର୍ବାର ଫେରିଯାଇଥାନ୍ତି। କେତେଗୋଟି ଇଣ୍ଡିୟାନ ସ୍କିମର ପକ୍ଷୀ କଟକ ଜିଲାର ମୁଣ୍ଡୁଳିଠାରେ ବର୍ଷସାରା ସହାବସ୍ଥାନ କରୁଥିବା ବନ୍ୟପ୍ରାଣୀ ବିଭାଗର ପକ୍ଷୀ ଗଣନା ବେଳେ ସୂଚନା ମିଳିଛି। ତେବେ ଖାଦ୍ୟାଭାବ, ପ୍ରତିକୂଳ ପରିବେଶ ଓ ଲୋକଙ୍କ ଅବାଧ ପ୍ରବେଶ ଯୋଗୁଁ ଏହି ପକ୍ଷୀମାନେ ବଡ଼ମୂଳ ଅଞ୍ଚଳକୁ ୨ ବର୍ଷ ଧରି ଆସୁ ନ ଥିବା ପରିବେଶବିତମାନେ ମତ ପ୍ରକାଶ କରୁଛନ୍ତି। ସୂଚନାଥାଉ କି, ଇଣ୍ଡିୟାନ ସ୍କିମର ପକ୍ଷୀ ପ୍ରତିବର୍ଷ ସାତକୋଶିଆ ଗଣ୍ଡକୁ ଆସୁଛନ୍ତି କି ନାହିଁ ଜାଣିବା ପାଇଁ ଗତ ୨୦୧୬-୧୭ରେ ନୟାଗଡ଼ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଓ ପକ୍ଷୀ ବିଶେଷଜ୍ଞଙ୍କ ଦ୍ୱାରା ବାର୍ଡ ରିଙ୍ଗିଙ୍ଗ୍‌ କରାଯାଇଥିଲା। ଇଣ୍ଡିୟାନ ସ୍କିମର ପକ୍ଷୀମାନଙ୍କ ଗୋଡରେ ନମ୍ବର ଲେଖାଯାଇଥିବା ଚିପ୍‌ ର ରିଙ୍ଗ୍‌ ଲଗାଯାଇଥିଲା। ଚିହ୍ନିତ ହୋଇଥିବା ଏହି ପକ୍ଷୀ ୨ବର୍ଷ ଧରି ଏଠାକୁ ପୁନଃର୍ବାର ଆସିଥିଲେ। ପରେ ଆଉ ଏଠାକୁ ନ ଆସି କଟକ ଜିଲାର ମୁଣ୍ଡୁଳି ଅଞ୍ଚଳରେ ରହୁଥିବା ପକ୍ଷୀ ଗଣନା ବେଳେ ଦେଖିବାକୁ ମିଳିଥିଲ। ୨ବର୍ଷ ଧରି ବିଦେଶାଗତ ପକ୍ଷୀ ବଡ଼ମୂଳ ଅଞ୍ଚଳରୁ ମୁହଁ ଫେରାଇ ନେଉଥିବା ଯୋଗୁ ପର୍ଯ୍ୟଟକ ଓ ପ୍ରକୃତିପ୍ରେମୀମାନଙ୍କ ମଧ୍ୟରେ ନିରାଶା ଭାବ ସୃଷ୍ଟି କରିଛି। ଚଳିତବର୍ଷ ଏହି ପକ୍ଷୀ ସାତକୋଶିଆ ଗଣ୍ଡର ଉପରମୁଣ୍ଡ ସୁନାଖଣିଆ ଓ ଟିକରପଡ଼ା ଅଞ୍ଚଳକୁ ଆସୁଛନ୍ତି କି ନାହିଁ ତାହା ପକ୍ଷୀ ଗଣନା ସମୟରେ ଜଣାପଡ଼ିବ ବୋଲି ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri