ବଡ଼ମୂଳ ଅଞ୍ଚଳରୁ ମୁହଁ ଫେରାଉଛନ୍ତି ଇଣ୍ଡିୟାନ ସ୍କିମର

ଗଣିଆ,୪ା୧୨(ସନ୍ତୋଷ କୁମାର ପ୍ରଧାନ: ଶୀତଋତୁ ଆସିଲେ ସାତକୋଶିଆ ଗଣ୍ଡର ବଡ଼ମୂଳଠାରେ ବହୁ ଦେଶୀୟ ପକ୍ଷୀଙ୍କ ସହ ବିଭିନ୍ନ ପ୍ରଜାତିର ବିଦେଶାଗତ ପକ୍ଷୀଙ୍କ ଆଗମନ ଦେଖିବାକୁ ମିଳିଥାଏ। ଏହି ବିଦେଶାଗତ ଅତିଥି ପକ୍ଷୀମାନଙ୍କ ମଧ୍ୟରେ ସାଇବେରିଆ ଅଞ୍ଚଳରୁ ଆସୁଥିବା ଇଣ୍ଡିୟାନ ସ୍କିମର ପକ୍ଷୀ ପର୍ଯ୍ୟଟକଙ୍କୁ ବେଶ୍‌ ଆକୃଷ୍ଟ କରିଥାଏ। ସାତକୋଶିଆ ଗଣ୍ଡରେ ବୋଟିଂ କରୁଥିବା ବେଳେ ପର୍ଯ୍ୟଟ୍ଟକମାନେ ଦଳ ଦଳ ଇଣ୍ଡିୟାନ ସ୍କିମର ପକ୍ଷୀମାନଙ୍କୁ ଦେଖି ଭରପୁର ମଜ୍ଜା ଉଠାଉ ଥିଲେ। ହେଲେ ୨ବର୍ଷ ଧରି ଏହି ପକ୍ଷୀ ବଡ଼ମୂଳ ଅଞ୍ଚଳରୁ ମୁହଁ ଫେରାଇ ନେଇଥିବା ଦେଖିବାକୁ ମିଳିଛି। ମହାନଦୀର ବାଲୁକା ଶଯ୍ୟାରେ ଦଳ ଦଳ ହୋଇ ବିଚରଣ କରୁଥିବା ଏହି ପକ୍ଷୀ ଆଉ ଦେଖିବାକୁ ମିଳୁନାହାନ୍ତି। ଚଳିତବର୍ଷ ଅନ୍ୟ ବିଦେଶାଗତ ପକ୍ଷୀମାନେ ମଧ୍ୟ ଏଠାକୁ ଆସି ନ ଥିବା ଜଣାପଡିଛି। ପ୍ରତିବର୍ଷ ଶୀତଋତୁ ଆସିଲେ ସାଇବେରିଆ, ହିମାଳୟ ଓ ଲଦାଖ ଅଞ୍ଚଳରୁ ଆସୁଥିବା ଏହି ବିଦେଶୀ ପକ୍ଷୀମାନେ ନଭେମ୍ବରରୁ ମାର୍ଚ୍ଚ ପର୍ଯ୍ୟନ୍ତ ସାତକୋଶିଆ ଗଣ୍ଡର ବଡ଼ମୂଳ ଅଞ୍ଚଳରେ ରହି ପୁନର୍ବାର ଫେରିଯାଇଥାନ୍ତି। କେତେଗୋଟି ଇଣ୍ଡିୟାନ ସ୍କିମର ପକ୍ଷୀ କଟକ ଜିଲାର ମୁଣ୍ଡୁଳିଠାରେ ବର୍ଷସାରା ସହାବସ୍ଥାନ କରୁଥିବା ବନ୍ୟପ୍ରାଣୀ ବିଭାଗର ପକ୍ଷୀ ଗଣନା ବେଳେ ସୂଚନା ମିଳିଛି। ତେବେ ଖାଦ୍ୟାଭାବ, ପ୍ରତିକୂଳ ପରିବେଶ ଓ ଲୋକଙ୍କ ଅବାଧ ପ୍ରବେଶ ଯୋଗୁଁ ଏହି ପକ୍ଷୀମାନେ ବଡ଼ମୂଳ ଅଞ୍ଚଳକୁ ୨ ବର୍ଷ ଧରି ଆସୁ ନ ଥିବା ପରିବେଶବିତମାନେ ମତ ପ୍ରକାଶ କରୁଛନ୍ତି। ସୂଚନାଥାଉ କି, ଇଣ୍ଡିୟାନ ସ୍କିମର ପକ୍ଷୀ ପ୍ରତିବର୍ଷ ସାତକୋଶିଆ ଗଣ୍ଡକୁ ଆସୁଛନ୍ତି କି ନାହିଁ ଜାଣିବା ପାଇଁ ଗତ ୨୦୧୬-୧୭ରେ ନୟାଗଡ଼ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଓ ପକ୍ଷୀ ବିଶେଷଜ୍ଞଙ୍କ ଦ୍ୱାରା ବାର୍ଡ ରିଙ୍ଗିଙ୍ଗ୍‌ କରାଯାଇଥିଲା। ଇଣ୍ଡିୟାନ ସ୍କିମର ପକ୍ଷୀମାନଙ୍କ ଗୋଡରେ ନମ୍ବର ଲେଖାଯାଇଥିବା ଚିପ୍‌ ର ରିଙ୍ଗ୍‌ ଲଗାଯାଇଥିଲା। ଚିହ୍ନିତ ହୋଇଥିବା ଏହି ପକ୍ଷୀ ୨ବର୍ଷ ଧରି ଏଠାକୁ ପୁନଃର୍ବାର ଆସିଥିଲେ। ପରେ ଆଉ ଏଠାକୁ ନ ଆସି କଟକ ଜିଲାର ମୁଣ୍ଡୁଳି ଅଞ୍ଚଳରେ ରହୁଥିବା ପକ୍ଷୀ ଗଣନା ବେଳେ ଦେଖିବାକୁ ମିଳିଥିଲ। ୨ବର୍ଷ ଧରି ବିଦେଶାଗତ ପକ୍ଷୀ ବଡ଼ମୂଳ ଅଞ୍ଚଳରୁ ମୁହଁ ଫେରାଇ ନେଉଥିବା ଯୋଗୁ ପର୍ଯ୍ୟଟକ ଓ ପ୍ରକୃତିପ୍ରେମୀମାନଙ୍କ ମଧ୍ୟରେ ନିରାଶା ଭାବ ସୃଷ୍ଟି କରିଛି। ଚଳିତବର୍ଷ ଏହି ପକ୍ଷୀ ସାତକୋଶିଆ ଗଣ୍ଡର ଉପରମୁଣ୍ଡ ସୁନାଖଣିଆ ଓ ଟିକରପଡ଼ା ଅଞ୍ଚଳକୁ ଆସୁଛନ୍ତି କି ନାହିଁ ତାହା ପକ୍ଷୀ ଗଣନା ସମୟରେ ଜଣାପଡ଼ିବ ବୋଲି ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ହୋଲି ପାଇଁ ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର, ୬ା୨(ଅନୁରାଧା ମହାରଣା)- ହୋଲି ଉତ୍ସବ ସମୟରେ ଯାତ୍ରୀମାନଙ୍କ ପାଇଁ ସୁଗମ, ନିରାପଦ ଏବଂ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବାକୁ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ…

ଗୋଟିଏ ଦିନରେ ୩ ଦୁର୍ଘଟଣା

ମୋରଡ଼ା/ରାସଗୋବିନ୍ଦପୁର,୬ା୨(ସ୍ମାରକ ମାଜୀ/ସତ୍ୟବାଦୀ ପରିଡ଼ା)- ମୟୂରଭଞ୍ଜ ଜିଲା ମୋରଡ଼ା ଓ଼ ରାସଗୋବିନ୍ଦପୁର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ରାସଗୋବିନ୍ଦପୁର…

ସି କେ ନାଇଡୁ ଟ୍ରଫି: ବେଙ୍ଗଲ ଦଳ ୩୦୧/୬ , ଆୟୁଷ ସିଂଙ୍କ ଶତକ

ବରଗଡ଼,୬।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡରେ ଓଡ଼ିଶା ଓ ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ସି.କେ ନାଇଡୁ ଟ୍ରଫିର ଏଲାଇଟ୍ ଗ୍ରପ୍‌ – ବି…

୮୫ କି.ଗ୍ରା. ଗଞ୍ଜେଇ ଜବତ: ୩ ଅଟକ

ଆନନ୍ଦପୁର, ୬ା୨(ସୁଶାନ୍ତ କୁମାର ସାହୁ): ଗଞ୍ଜେଇ ଭର୍ତ୍ତି ୨ଟି ଚାରିଚକିଆ ଗାଡି କେନ୍ଦୁଝର ସ୍ପେଶାଲ ସ୍କ୍ବାଡ୍‌ ଦ୍ୱାରା ଜବତ କରାଯାଇଛି। ଏଥିରେ ୮୫ କି.ଗ୍ରା. ଗଞ୍ଜେଇ ଥିବା…

U19 World Cup: ବିଶ୍ୱ ଚାମ୍ପିୟନ ହେଲା ଭାରତ, ତଥାପି ICCରୁ ପୁରସ୍କାରରେ ମିଳିବ ନାହିଁ ଗୋଟିଏ ଟଙ୍କା 

ହରାରେ,୬।୨: ଭାରତ ପୁଣି ଥରେ ୧୯ ବର୍ଷରୁ କମ୍‌ ବିଶ୍ୱକପରେ ଇତିହାସ ରଚିଲା। ଟିମ ଇଣ୍ଡିଆ ହରାରେ ସ୍ପୋଟର୍‌ସ କ୍ଲବ୍‌ରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଫାଇନାଲରେ ବିଜୟୀ…

ଜୁଆଆଡ୍ଡା ଚାଲିଥିବା ବେଳେ ହଠାତ୍‌ ପହଞ୍ଚିଲା ପୋଲିସ

ଗଜପତି,୬।୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଝାମିଙ୍ଗା ନିକଟରେ ଜୁଆଆଡ୍ଡା ଚାଲିଥିବା ବେଳେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ଅତର୍କିତ ଚଢ଼ାଉ କରିଛି। ଏଥିରେ…

Under 19 World Cup 2026: ଷଷ୍ଠ ଥର ପାଇଁ ଭାରତ ଚାମ୍ପିୟନ, ୧୭୫ ରନ୍‌ର ଇନିଂସ ଖେଳି ଇଂଲଣ୍ଡର ଆଶାକୁ ଧୂଳିସାତ କଲେ…

ହରାରେ, ୬।୨: ବୈଭବ ସୂର୍ଯ୍ୟବଂଶୀଙ୍କ ରେକର୍ଡ ବ୍ରେକିଂ ଇନିଂସ ସହାୟତାରେ ଭାରତ ୬ଷ୍ଠ ଥର ପାଇଁ ୧୯ ବର୍ଷରୁ କମ୍‌ ଦିନିକିଆ କ୍ରିକେଟ ବିଶ୍ୱକପ ଚାମ୍ପିୟନ ହୋଇଛି।…

ହାତ ଯୋଡ଼ି ପ୍ରାର୍ଥନା କଲେ, ପରେ ୧୭ ମହଲାରୁ ଡେଇଁ ପଡ଼ିଲେ; ଚମକାଉଛି ବେକରୀ ମାଲିକଙ୍କ ମୃତ୍ୟୁ ପୂର୍ବର ଭିଡିଓ… 

ମୁମ୍ବାଇ,୬।୨: ମହାରାଷ୍ଟ୍ରର ସୋଲାପୁରରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏଠାର ପ୍ରସିଦ୍ଧ ମୁଲତାନି ବେକେରୀର ୬୦ ବର୍ଷୀୟ ମାଲିକ ସୁନୀଲ ସଦରଙ୍ଗାନୀ ବିଜୟପୁର ରୋଡରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri