Advertisement
Posted inଜାତୀୟ

ଦୀପାବଳି-ଛଟ୍‌ରେ ଚାଲିବ ସ୍ବତନ୍ତ୍ର ୩୨ ଟ୍ରେନ୍‌

ନୂଆଦିଲ୍ଲୀ, ୧୮।୧୦: ପାର୍ବଣ ଋତୁରେ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଖୁସି ଖବର। ଯାତ୍ରୀମାନେ ଯାତାୟାତରେ କୌଣସି ଅସୁବିଧାର ସମ୍ମୁଖୀନ ନ ହେବା ପାଇଁ ଭାରତୀୟ ରେଲଓ୍ବେ ମଙ୍ଗଳବାର ୩୨ଟି ସ୍ବତନ୍ତ୍ର ଟ୍ରେନ୍‌ ଚଳାଇବାକୁ ନିଷ୍ପତ୍ତି ନେଇଛି। ତେବେ ପାର୍ବଣ ଋତୁକୁ ଦେଖି ରେଲଓ୍ବେ ଦ୍ୱାରା ସମୁଦାୟ ୨୧୧ଟି ସ୍ବତନ୍ତ୍ର ଟ୍ରେନ୍‌ ଚଳାଚଳ କରୁଛି, ଯାହା ୨୫୬୧ଯାତ୍ରା ଶେଷ କରିବ। ଏହା ପୂର୍ବରୁ ୧୭୯ଟି ସ୍ବତନ୍ତ୍ର ଟ୍ରେନ ଚଳାଚଳ କରୁଛି। ଏହି ଟ୍ରେନ୍‌ଗୁଡିକ ରେଳ ମାର୍ଗରେ ଦେଶର ପ୍ରମୁଖ ଗନ୍ତବ୍ୟସ୍ଥଳକୁ ସଂଯୋଗ କରିବ। ସୂଚନାଯୋଗ୍ୟ, ଆଗାମୀ କିଛି ଦିନରେ ଦୀପାବଳୀ ଓ ଛଟ୍‌ରେ ଦିଲ୍ଲୀରୁ ଲକ୍ଷ ଲକ୍ଷ ଲୋକ ଟ୍ରେନ ଯୋଗେ ଯାତ୍ରା କରିବେ। ଏଭଳି ପରିସ୍ଥିତିରେ ଉତ୍ସବକୁ ଦୃଷ୍ଟିରେ ରଖି ରେଲଓ୍ବେ ପକ୍ଷରୁ ୧୫-୨୦ଲକ୍ଷ ଅତିରିକ୍ତ ସିଟ୍‌ ପାଇଁ ବ୍ୟବସ୍ଥା କରାଯାଇଛି। ଏଥିସହ ଯାତ୍ରୀମାନଙ୍କ ସୁବିଧା ପାଇଁ ସୋମବାରଠାରୁ ରେଳ ଷ୍ଟେସନଗୁଡ଼ିକରେ ଟେଣ୍ଟ ଲଗାଇବା ଆରମ୍ଭ ହୋଇଛି। ଷ୍ଟେସନରେ ଭିଡ଼କୁ ଦୃଷ୍ଟିରେ ରଖି ରେଲଓ୍ବେ ଯାତ୍ରୀମାନଙ୍କ ସୁବିଧା ପାଇଁ ଏହି ଟେଣ୍ଟ ଲଗାଇଛି। ଏତଦ୍‌ବ୍ୟତୀତ ଶୁକ୍ରବାର ପର୍ଯ୍ୟନ୍ତ ଯାତ୍ରୀମାନଙ୍କ ପାଇଁ ସ୍ବତନ୍ତ୍ର କାଉଣ୍ଟର, ଶୌଚାଳୟ, ବସିବା ସ୍ଥାନ ଓ ସୁରକ୍ଷା ପାଇଁ ସମ୍ପୂର୍ଣ୍ଣ ବ୍ୟବସ୍ଥା କରାଯିବ। ଏଥିସହ ଯାତ୍ରୀଙ୍କ ଟିକଟ ସଂଗ୍ରହ ପାଇଁ କାଉଣ୍ଟର ବ୍ୟବସ୍ଥା ମଧ୍ୟ କରାଯାଉଥିବା ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିବ୍ୟାଙ୍ଗ ସନ୍ତାନଙ୍କୁ ମିଳିବ ଆଜୀବନ ପାରିବାରିକ ପେନସନ୍‌ …

ଲକ୍ଷ୍ନୌ, ୧୬।୬ : ମାନସିକ କିମ୍ବା ଶାରୀରିକ ଦିବ୍ୟାଙ୍ଗ ସନ୍ତାନ ଅବସରପ୍ରାପ୍ତ କିମ୍ବା ମୃତ କର୍ମଚାରୀ ଏବଂ ରାଜ୍ୟ ସରକାରଙ୍କ ପେନସନଭୋଗୀଙ୍କୁ ପରିବାରିକ ପେନସନ ସମ୍ବନ୍ଧରେ...

କଂଗ୍ରେସରେ ଯୋଗ ଦେବେନି ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ,୨୬।୪: କଂଗ୍ରେସରେ ଯୋଗ ଦେବାକୁ ମନା କଲେ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର। ଏ ନେଇ କଂଗ୍ରେସ ମୁଖପାତ୍ର ରଣଦୀପ ସୂର୍ଯଓ୍ବୋଲା ମଙ୍ଗଳବାର ଟୁଇଟ୍‌ କରି...

ଆରମ୍ଭ ହେଲା ସିନ୍ଦୁର ଖେଳ

କୋଲକତା,୫।୧୦: ବିଜୟା ଦଶମୀ ଅବସରରେ ଦେଶର ବିଭିନ୍ନ ସ୍ଥାନରେ ଆୟୋଜିତ ହୁଏ ସିନ୍ଦୁର ଖେଳ। ଏଥିରେ ବିବାହିତ ମହିଳାମାନେ ମା’ ଦୁର୍ଗାଙ୍କୁ ସିନ୍ଦୁର ଲଗାଇବା ପରେ...

ସବୁବେଳେ ସଂସଦୀୟ ପରମ୍ପରାର ଉଲ୍ଲଂଘନ କରୁଛନ୍ତି ରାହୁଲ, କହିଲେ ସ୍ମୃତି ଇରାନୀ…

ନୂଆଦିଲ୍ଲୀ,୨୦।୭ : କେନ୍ଦ୍ର ମନ୍ତ୍ରୀ ତଥା ଭାଜପା ନେତା ସ୍ମୃତି ଇରାନୀ ପୂର୍ବତନ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। ସ୍ମୃତି ଇରାନୀ କଂଗ୍ରେସ ନେତା ରାହୁଲ...

ଲୋକଙ୍କ ଭିଡ଼କୁ ଦେଖି ଚିନ୍ତା ପ୍ରକଟ କଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ

ମୁମ୍ବାଇ,୧୦।୬: ଦେଶରେ କରୋନା ଭାଇରସ୍‌ର ସବୁଠାରୁ ଅଧିକ ପ୍ରଭାବ ମହାରାଷ୍ଟ୍ରରେ ପଡ଼ିଛି। ଦିନକୁ ଦିନ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ରାଜ୍ୟରେ...

ନୀତିଶଙ୍କ ଉପରକୁ ପଥର ମାଡ଼

ପାଟନା,୩।୧୧: ବିହାର ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମଙ୍ଗଳବାର ମତଦାନ ଜାରି ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଉପରକୁ ପଥର ମାଡ଼ କରାଯାଇଛି।...

ସୁରକ୍ଷା ଭାଙ୍ଗି ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପଶିଲେ ଯୁବକ

କୋଲକତା,୩।୭: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବାସଭବନରେ ଏକ ବଡ଼ ସୁରକ୍ଷା ଉଲ୍ଲଂଘନ ହୋଇଛି। କୋଲକାତାର କାଳିଘାଟରେ ଥିବା ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଶନିବାର ଜଣେ ଅଜ୍ଞାତ...

ଦେଶରେ ୨,୧୧୯ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୨୧।୧୦: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨,୧୧୯ ନୂଆ...

Advertisement
Archives

Model This Week