କଶ୍ମୀର ଉପତ୍ୟକାରେ ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ୍‌

ଭୁବନେଶ୍ୱର,୧୦ା୧(ଅନୁରାଧା ମହାରଣା):କଶ୍ମୀରର ସୁନ୍ଦର ଉପତ୍ୟକାରେ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌ ଚଳାଇବା ପାଇଁ ଭାରତୀୟ ରେଳ ପ୍ରସ୍ତୁତି ଶେଷ କରିଛି। ଏହି ଟ୍ରେନ୍‌ ଚଳାଚଳର ଶୁଭାରମ୍ଭ ଖୁବ୍‌ଶୀଘ୍ର ହେବାକୁ ଯାଉଛି। କଶ୍ମୀରର କଠିନ ପରିସ୍ଥିତି ଏବଂ ତୁଷାରପାତକୁ ବିଚାରକୁ ନେଇ ଏହି ଟ୍ରେନ୍‌କୁ ଅନେକ ସ୍ବତନ୍ତ୍ର ବୈଶିଷ୍ଟ୍ୟ ସହ ସଜାଯାଇଛି। ବହୁ ପ୍ରତୀକ୍ଷିତ ଉଦ୍ଧମପୁର-ଶ୍ରୀନଗର-ବାରାମୁଲ୍ଲା ରେଳ ଲିଙ୍କ୍‌ (ୟୁଏସ୍‌ବିଆର୍‌ଏଲ୍‌) ପ୍ରକଳ୍ପ ଜାନୁଆରୀ ଶେଷ ସପ୍ତାହ ସୁଦ୍ଧା କାର୍ଯ୍ୟକାରୀ ହେବା ସହ କଶ୍ମୀର ଉପତ୍ୟକାର ବିଭିନ୍ନ ଅଞ୍ଚଳକୁ ଆରାମଦାୟକ ରେଳ ସୁବିଧା ଯୋଗାଇ ଦିଆଯାଇପାରିବ ବୋଲି ଆଶା କରାଯାଉଛି। ଉଦ୍ଧମପୁର-ବାରାମୁଲ୍ଲା ପ୍ରକଳ୍ପ ପ୍ରଥମେ ୧୮୯୮ ମସିହାରେ ଆରମ୍ଭ ହୋଇଥିଲା। ମାତ୍ର ପାହାଡ଼ ଉପରେ ଟ୍ରାକ୍‌ ଲଗାଇବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ ଏବଂ ଏହା ସମ୍ଭବ ହୋଇ ନ ଥିଲା। ବର୍ତ୍ତମାନ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌କୁ ଏପରି ଭାବରେ ଡିଜାଇନ କରାଯାଇଛି ଯେ ତୁଷାରପାତ ଏବଂ ମାଇନସ୍‌ ୧୦ ଡିଗ୍ରୀ ସେଲସିୟସରେ ମଧ୍ୟ ଏହାର ଚଳାଚଳରେ କୌଣସି ଅସୁବିଧା ହେବ ନାହିଁ। ଏଥିପାଇଁ ଡ୍ରାଇଭର କୋଚ୍‌ରେ ଡ୍ରାଇଭର ସିଟ୍‌ ପୂର୍ବାପେକ୍ଷା ଅଧିକ ଆରାମଦାୟକ ହୋଇଛି। ଏହା ବ୍ୟତୀତ ଇଞ୍ଜିନର ୱିଣ୍ଡଶିଲ୍ଡ ଉପରେ ମଧ୍ୟ ଅନେକ କାମ କରାଯାଇଛି। ଏହି ୱିଣ୍ଡିଶିଲ୍ଡ ତିନୋଟି ସ୍ତରରେ ନିର୍ମାଣ କରାଯାଇଥିବାବେଳେ ଏହା ଭିତରେ ଏକ ସ୍ତର ଅଛି ଯାହା ସବୁବେଳେ ଗ୍ଲାସ୍‌କୁ ଗରମ ରଖିବ। ଉତ୍ତାପ ହେତୁ ଏହାକୁ ଡିଫ୍ରଷ୍ଟ କରିବା ସହଜ ହେବ। ଇଞ୍ଜିନର ୱିଣ୍ଡସ୍କ୍ରିନରେ ସ୍ଥାପିତ ୱାପରର ୱାଶରରେ ଗରମ ପାଣି ଛିଞ୍ଚିବ, ଯେଉଁ କାରଣରୁ ଏଠାରେ ତୁଷାର ଜମା ହେବନାହିଁ। ଏପରିକି ଏହା ବାଷ୍ପ ସୃଷ୍ଟି କରିବ ନାହିଁ। ଫଳରେ ଟ୍ରେନ୍‌ ଚଲାଇବାରେ କୌଣସି ଅସୁବିଧା ହେବ ନାହିଁ। ସମସ୍ତ କୋଚ୍‌ରେ ଉତ୍ତମ ଥର୍ମୋଷ୍ଟାଟ ବ୍ୟବହାର କରାଯାଇଥିବାରୁ ଏହା ମାଇନସ୍‌ ତାପମାତ୍ରାରେ ମଧ୍ୟ ଲୋକଙ୍କ ଯାତ୍ରା ଆରାମଦାୟକ ରହିବ। ଜଳ ଯୋଗାଣ ପାଇପରେ ମଧ୍ୟ ଡବଲ ଟ୍ରିପଲ ଇନ୍‌ସୁଲେସନ ଅଛି। ଯେଉଁ କାରଣରୁ ପାଇପରେ ପାଣି ବରଫ ହେବ ନାହିଁ। ୱାଶରୁମ୍‌ର ଆକାର ମଧ୍ୟ ବୃଦ୍ଧି କରାଯାଇଛ। ଏହା ବ୍ୟତୀତ, ଫ୍ଲାସ୍‌ ସିଷ୍ଟମ ମାଇନସ୍‌ ତାପମାତ୍ରାରେ ଜାମ୍‌ ନ ହେବା ପାଇଁ, ଏଠାରେ ଗରମ ପ୍ୟାଡ୍‌ ମଧ୍ୟ ସ୍ଥାପନ କରାଯାଇଛି। ତୁଷାରପାତ ସମୟରେ ବ୍ରେକ୍‌ ଠିକ୍‌ ଭାବରେ କାର୍ଯ୍ୟ କରିପାରିବ ବୋଲି ଧ୍ୟାନରେ ରଖି ଟେକ୍ନୋଲୋଜି ମାଧ୍ୟମରେ ଆର୍ଦ୍ରତା ଦୂର ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri