Posted inଜାତୀୟ

ଇତିହାସ ହୋଇପାରେ ‘ଇଣ୍ଡିଆ’

୨୦୨୪ ଲୋକ ସଭା ନିର୍ବାଚନରେ ଭାଜପା ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ(ଏନ୍‌ଡିଏ)କୁ କେନ୍ଦ୍ରରେ କ୍ଷମତାଚ୍ୟୁତ କରିବା ପାଇଁ ଏହାର ପ୍ରାୟ ୧୦ ମାସ ପୂର୍ବରୁ ବିରୋଧୀ ଦଳଗୁଡ଼ିକ ମେଳି ବାନ୍ଧି ଏକ ମେଣ୍ଟ ଗଠନ କରିଥିଲେ, ଯାହାର ନାମ ରଖାଯାଇଥିଲା ଇଣ୍ଡିଆନ୍‌ ନ୍ୟାଶନାଲ ଡେଭେଲପ୍‌ମେଣ୍ଟାଲ୍‌ ଇନ୍‌କ୍ଲୁସିଭ୍‌ ଆଲାଏନ୍ସ (ଇଣ୍ଡିଆ)। ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ସମେତ ଛୋଟବଡ଼ ୨ ଡଜନରୁ ଊର୍ଦ୍ଧ୍ୱ ପାର୍ଟି ଏଥିରେ ସାମିଲ ହୋଇଥିଲେ। କିନ୍ତୁ ସାଧାରଣ ନିର୍ବାଚନ ପରଠାରୁ ମେଣ୍ଟ ଅବକ୍ଷୟର ଧାରା ଆରମ୍ଭ ହୋଇଯାଇଥିଲା, ଯାହାକି ଏବେ ଭାଙ୍ଗି ଖଣ୍ଡ ଖଣ୍ଡ ହୋଇଯିବା ଅବସ୍ଥାକୁ ଚାଲିଆସିଛି। ରାଜ୍ୟ ବିଧାନସଭା ନିର୍ବାଚନଗୁଡ଼ିକରେ ଯିଏ ଯାହା ବାଟ ବାଛିବା ଯୋଗୁ ବିରୋଧୀ ଏକତା ‘ୟୁନାଇଟେଡ୍‌ ଓ୍ବି ଷ୍ଟାଣ୍ଡ୍‌’ ପରିବର୍ତ୍ତେ କ୍ରମଶଃ ‘ଡିଭାଇଡେଡ୍‌ ଓ୍ବି ଫଲ୍‌’ର ପରିଣାମ ଆଣୁଛି। ତେଣୁ ଇଣ୍ଡିଆ ବ୍ଲକ୍‌ ପରିବର୍ତ୍ତିତ ରାଜନୀତିର ସୁଅରେ ଭାସିଯାଇ ଇତିହାସ ପାଲଟିବାକୁ ଯାଉଛି ବୋଲି ବିଶ୍ଳେଷକମାନେ ଅନୁମାନ କଲେଣି।

ନୂଆଦିଲ୍ଲୀ,୧୦ା୧: ୨୦୨୩ରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିରୋଧୀ ମେଣ୍ଟର ମୂଳଦୁଆ ପକାଇଥିଲେ। ଜୁନ୍‌ ୨୩ରେ ତାଙ୍କ ଦ୍ୱାରା ଆହୂତ ପ୍ରଥମ ବିରୋଧୀ ମେଳି ପାଟନାରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ସଂଯୁକ୍ତ ପ୍ରଗତିଶୀଳ ମେଣ୍ଟ (ଉପା)ର ନୂଆ ସଂସ୍କରଣ ଦେଖିବାକୁ ମିଳିଥିଲା। ସେହିବର୍ଷ ଜୁଲାଇରେ ବେଙ୍ଗାଲୁରୁ ବୈଠକ ପରେ ଅଗଷ୍ଟ ୩୧, ସେପ୍ଟେମ୍ବର ୧ରେ ଇଣ୍ଡିଆ ବ୍ଲକ୍‌ର ତୃତୀୟ ବଡ଼ ବୈଠକ ମୁମ୍ବାଇରେ ଅନୁଷ୍ଠିତ ହୋଇଥିଲା। ଏହାର ସମନ୍ବୟ ସମିତି ବୈଠକ ନୂଆଦିଲ୍ଲୀରେ ସେପ୍ଟେମ୍ବର ୧୩ରେ କରାଯାଇଥିଲା। କେନ୍ଦ୍ରରେ କ୍ଷମତାସୀନ ଏନ୍‌ଡିଏକୁ ୨୦୨୪ରେ ହଟାଇବା ପାଇଁ ଉଦ୍ଦିଷ୍ଟ ବିରୋଧୀ ମେଣ୍ଟର ନାମ ଇଣ୍ଡିଆ ରଖାଯାଇଥିଲା। କିନ୍ତୁ ଲୋକ ସଭା ନିର୍ବାଚନ ପୂର୍ବରୁ ଅନୁଷ୍ଠିତ ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲଙ୍ଗାନା, ଛତିଶଗଡ଼ ଓ ମିଜୋରାମ ବିଧାନସଭା ନିର୍ବାଚନ ବେଳକୁ କେହି କାହାରିକୁ ଧରାଛୁଅଁା ନ ଦେବାରୁ ଓଲଟା ଫଳ ଆସିଥିଲା। ସେତେବେଳେ ବିରୋଧୀ ମେଣ୍ଟ ପକ୍ଷରୁ କୁହାଯାଇଥିଲା, ଇଣ୍ଡିଆ ବ୍ଲକ୍‌ ଲୋକ ସଭା ନିର୍ବାଚନରେ ଏକାଠି ଲଢ଼ିବ। ତେବେ ମେଣ୍ଟ ଭାଗୁଆଳିଙ୍କ ମଧ୍ୟରେ ସମନ୍ବୟ ରହି ନ ଥିଲା। ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ବିରୋଧରେ କଂଗ୍ରେସ ଏବଂ ବାମଦଳ ପ୍ରାର୍ଥୀ ଦେଇଥିଲେ। ସେହିପରି କେରଳରେ ମଧ୍ୟ ସିପିଆଇଏମ୍‌ ନେତୃତ୍ୱାଧୀନ ବାମ ଗଣତାନ୍ତ୍ରିକ ସାମ୍ମୁଖ୍ୟ (ଏଲ୍‌ଡିଏଫ୍‌) ଏବଂ କଂଗ୍ରେସ ନେତୃତ୍ୱରେ ସଂଯୁକ୍ତ ଗଣତାନ୍ତ୍ରିକ ସାମ୍ମୁଖ୍ୟ (ୟୁଡିଏଫ୍‌) ପରସ୍ପର ବିରୋଧରେ ଲୋକ ସଭା ନିର୍ବାଚନ ଲଢ଼ିଥିଲେ। କେବଳ ଉତ୍ତର ପ୍ରଦେଶରେ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି (ଏସ୍‌ପି) ଏବଂ କଂଗ୍ରେସ ଭାଜପା ବିରୋଧରେ ଏକାଠି ଲଢ଼ି ସଫଳତା ହାସଲ କରିଥିଲେ। ଦିଲ୍ଲୀରେ କିନ୍ତୁ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ଏବଂ କଂଗ୍ରେସ ମେଣ୍ଟକୁ ଶୋଚନୀୟ ପରାଜୟର ମୁହଁ ଦେଖିବାକୁ ମିଳିଥିଲା। ଆସନ୍ତା ଫେବୃଆରୀ ୫ରେ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଦୁଇ ଦଳ ଅଲଗା ଲଢ଼ିବାକୁ ନିଷ୍ପତ୍ତି ନେଇଥିବାବେଳେ ମମତାଙ୍କ ଟିଏମ୍‌ସି ଏବଂ ଅଖିଳେଶଙ୍କ ଏସ୍‌ପି ଆପ୍‌କୁ ସମର୍ଥନ ଘୋଷଣା କରିସାରିଛନ୍ତି। ତେଣୁ ଜାତୀୟ ରାଜଧାନୀର ଗୁରୁତ୍ୱପୂର୍ଣ୍ଣ ୭୦ ଆସନରେ ଆପ୍‌ ବନାମ ଭାଜପା ବନାମ କଂଗ୍ରେସ ଲଢ଼େଇ ହେବାକୁ ଯାଉଛି। ବିହାରରେ ନଭେମ୍ବର ଆଡ଼କୁ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ଲାଲୁ ପ୍ରସାଦ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି) ନୀତୀଶ କୁମାରଙ୍କଠାରୁ କ୍ଷମତା ଛଡ଼ାଇନେବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଏହିକ୍ରମରେ ଝାଡ଼ଖଣ୍ଡ ନିର୍ବାଚନରେ ଜେଏମ୍‌ଏମ୍‌ ଦ୍ୱାରା ଅଣଦେଖା ହୋଇଥିବା ଆର୍‌ଜେଡି ବିହାରରେ ପୂର୍ବ ଭଳି ମହାମେଣ୍ଟ ନ କରି ଏଥର ଏକୁଟିଆ ଲଢ଼ିବା ନେଇ ସଙ୍କେତ ଦେଇଛି। ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଉଦ୍ଧବ ଠାକ୍‌ରେଙ୍କ ଶିବସେନା, ଶରଦ ପାଓ୍ବାରଙ୍କ ଏନ୍‌ସିପି ଏବଂ କଂଗ୍ରେସକୁ ନେଇ ଗଠିତ ମହାବିକାଶ ଅଘାଡ଼ି ହାରିଯିବା ପରେ ଏହି ୩ ଦଳ ପରସ୍ପରକୁ ଦୋଷ ଦେଉଛନ୍ତି।
ଦିଲ୍ଲୀରେ ଇଣ୍ଡିଆ ବ୍ଲକ୍‌ରେ ଫାଟ ସୃଷ୍ଟି ହୋଇଥିବାବେଳେ ଆର୍‌ଜେଡି ନେତା ତେଜସ୍ବୀ ଯାଦବ କହିଛନ୍ତି, ଏହି ମେଣ୍ଟ ଭାଜପାକୁ ହରାଇବା ପାଇଁ କେବଳ ଲୋକ ସଭା ନିର୍ବାଚନରେ ସୀମିତ ଥିଲା। ତେଣୁ ଦିଲ୍ଲୀରେ ଆପ୍‌-କଂଗ୍ରେସ ଲଢ଼େଇରେ କିଛି ଅସ୍ବାଭାବିକତା ନାହିଁ। ତେଜସ୍ବୀଙ୍କ ମନ୍ତବ୍ୟରୁ ଏ କଥା ବୁଝିବା କଷ୍ଟକର ନୁହେଁ ଯେ, ଯଦି ଲାଲୁଙ୍କ ଆମନ୍ତ୍ରଣରେ ନୀତୀଶ ଆସନ୍ତି ତେବେ କଂଗ୍ରେସ ଏବଂ ବାମଦଳକୁ ଆର୍‌ଜେଡି ଛାଡ଼ିଦେଲେ ଆଶ୍ଚର୍ଯ୍ୟ ହେବାର ନାହିଁି। କାରଣ ପଲ୍‌ଟୁରାମ ନାମରେ ପରିଚିତ ନୀତୀଶଙ୍କ ପଟ୍ଟ ପରିବର୍ତ୍ତନ ନୂଆ କଥା ନୁହେଁ। ତେବେ ତେଜସ୍ବୀଙ୍କ ମନ୍ତବ୍ୟ ଉପରେ ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବ୍‌ଦୁଲ୍ଲା କହିଛନ୍ତି, ଯେତିକି ମନେପଡ଼ୁଛି ଇଣ୍ଡିଆ ବ୍ଲକ୍‌କୁ କେବଳ ଲୋକ ସଭା ନିର୍ବାଚନରେ ସୀମିତ ରଖାଯାଇ ନ ଥିଲା। ସବୁଠୁ ଚିନ୍ତାଜନକ ବିଷୟ ହେଉଛି ଏହି ମେଣ୍ଟର କୌଣସି ବୈଠକ ବସୁନାହିଁ। ଏହାର ଏଜେଣ୍ଡା ମଧ୍ୟ ସ୍ଥିର କରାଯାଉନାହିଁ। ଯଦି ଏହା କେବଳ ସଂସଦୀୟ ନିର୍ବାଚନରେ ସୀମିତ ଥିଲା ତେବେ ମେଣ୍ଟକୁ ଭାଙ୍ଗି ଦିଆଯାଉ ବୋଲି ନ୍ୟାଶନାଲ କନ୍‌ଫରେନ୍ସ (ଏନ୍‌ସି) ଉପାଧ୍ୟକ୍ଷ ଓମାର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଅନ୍ୟପକ୍ଷେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱକୁ ଗ୍ରହଣ କରିପାରୁ ନ ଥିବା ମମତା ନିଜେ ଇଣ୍ଡିଆ ବ୍ଲକ୍‌ର ମଙ୍ଗ ଧରିବାକୁ ଆଗ୍ରହ ପ୍ରକାଶ କରିଥିବାେଳେ ଆଉ କିଛି ଦଳ ତାଙ୍କୁ ସମର୍ଥନ ଜଣାଇସାରିଛନ୍ତି। ଏଭଳି ସ୍ଥଳେ ବିରୋଧୀ ମେଣ୍ଟର ନେତୃତ୍ୱକୁ ନେଇ ଆଗକୁ ବିବାଦ ବଢ଼ିବା ଆଶଙ୍କା କରାଯାଉଛି। ୧୭ ମାସ ତଳେ ଗଠିତ ‘ଇଣ୍ଡିଆ’ର ଭବିଷ୍ୟତ ସମ୍ପର୍କରେ କିଛି ଭଲ ସୂଚନା ଆସୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଦୀପାବଳି ପୂର୍ବରୁ ମାଲାମାଲ ହେବେ ଚାଷୀ! ଆସିବାକୁ ଯାଉଛି…

ନୂଆଦିଲ୍ଲୀ, ୨୧।୯: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ୨୪ତମ କିସ୍ତିକୁ ଦେଶର କୋଟି କୋଟି ଚାଷୀ ଅପେକ୍ଷା କରିଛନ୍ତି। ଏହି ଯୋଜନାର ୨୩ତମ କିସ୍ତି…

ଏହି ଜିଲାରେ ୨୪ ଯାଏ ସ୍କୁଲ ଛୁଟି ଘୋଷଣା: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଗଜପତି,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଇଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୩ ଏବଂ ୨୪…

ପିଲାଙ୍କୁ ଖଡ଼ି ଧରି ପାଠ ପଢ଼ାଇଲେ ସରପଞ୍ଚ: ସବୁଠି ହେଉଛି ଚର୍ଚ୍ଚା

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ନାଏବ ସରପଞ୍ଚ ଦୀପକ ପ୍ରଧାନଗତ କିଛି ଦିନ ହେଲା ସରପଞ୍ଚ ଦାୟିତ୍ୱ ସମ୍ଭାଳିବା ପରେ ପ୍ରଥମଥର ପାଇଁ…

ପୋଲିସ ଯାଞ୍ଚ୍‌ ନାଁରେ ଲୋକଙ୍କୁ ହଇରାଣ: ଥାନା ଏଏସଆଇଙ୍କ ଦାଦାଗିରି

ରିଷିଡା,୨୧।୯(ସୁଶାନ୍ତ ମଲ୍ଲିକ): ଗତକିଛି ଦିନ ହେଲା ମ.ରାମପୁର ଥାନା ଅଧିନ ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ସମୟରେ ପୋଲିସ ଯାଞ୍ଚ୍‌ ନାଁରେ ଜନୈକ ଏଏସଆଇ ଦାଦାଗିରି ଚଲାଇଥିବା ଅଭିଯୋଗ…

ବାତ୍ୟା ଆସିଲେ ଭୂସ୍ଖଳନ ଭୟ: ୨ ଦିନ ବନ୍ଦ ରହିବ କଳିଙ୍ଗା ଘାଟି

ଜି.ଉଦୟଗିରି,୨୧।୯(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଓ ଗଞ୍ଜାମ ସୀମାନ୍ତବର୍ତ୍ତୀ କଳିଙ୍ଗା ଘାଟି ଦେଇ ବିଜୟୱାଡ଼ା ରାଞ୍ଚିକୁ ସଂଯୋଗ କରୁଥିବା ୧୫୭ ନମ୍ବର ଜାତୀୟ ରାଜପଥ ଏବେ…

ଭଞ୍ଜନଗରରେ ଅଧିକ ବର୍ଷା ଆଶଙ୍କା: ତଳିଆ ଅଞ୍ଚଳବାସୀଙ୍କ ପାଇଁ ସତର୍କ ସୂଚନା ଜାରି

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ): ଭଞ୍ଜନଗର ଜଳଭଣ୍ଡାରରେ ବର୍ତ୍ତମାନ ପ୍ରାୟ ୮୬ ପ୍ରତିଶତ ଜଳ ସଞ୍ଚିତ ଥିବାବେଳେ ଆଗାମୀ ଦିନରେ ଅଧିକ ବର୍ଷାର ସମ୍ଭାବନା ଅଛି । ତେଣୁ ଭଞ୍ଜନଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?