କଶ୍ମୀର ଉପତ୍ୟକାରେ ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ୍‌

ଭୁବନେଶ୍ୱର,୧୦ା୧(ଅନୁରାଧା ମହାରଣା):କଶ୍ମୀରର ସୁନ୍ଦର ଉପତ୍ୟକାରେ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌ ଚଳାଇବା ପାଇଁ ଭାରତୀୟ ରେଳ ପ୍ରସ୍ତୁତି ଶେଷ କରିଛି। ଏହି ଟ୍ରେନ୍‌ ଚଳାଚଳର ଶୁଭାରମ୍ଭ ଖୁବ୍‌ଶୀଘ୍ର ହେବାକୁ ଯାଉଛି। କଶ୍ମୀରର କଠିନ ପରିସ୍ଥିତି ଏବଂ ତୁଷାରପାତକୁ ବିଚାରକୁ ନେଇ ଏହି ଟ୍ରେନ୍‌କୁ ଅନେକ ସ୍ବତନ୍ତ୍ର ବୈଶିଷ୍ଟ୍ୟ ସହ ସଜାଯାଇଛି। ବହୁ ପ୍ରତୀକ୍ଷିତ ଉଦ୍ଧମପୁର-ଶ୍ରୀନଗର-ବାରାମୁଲ୍ଲା ରେଳ ଲିଙ୍କ୍‌ (ୟୁଏସ୍‌ବିଆର୍‌ଏଲ୍‌) ପ୍ରକଳ୍ପ ଜାନୁଆରୀ ଶେଷ ସପ୍ତାହ ସୁଦ୍ଧା କାର୍ଯ୍ୟକାରୀ ହେବା ସହ କଶ୍ମୀର ଉପତ୍ୟକାର ବିଭିନ୍ନ ଅଞ୍ଚଳକୁ ଆରାମଦାୟକ ରେଳ ସୁବିଧା ଯୋଗାଇ ଦିଆଯାଇପାରିବ ବୋଲି ଆଶା କରାଯାଉଛି। ଉଦ୍ଧମପୁର-ବାରାମୁଲ୍ଲା ପ୍ରକଳ୍ପ ପ୍ରଥମେ ୧୮୯୮ ମସିହାରେ ଆରମ୍ଭ ହୋଇଥିଲା। ମାତ୍ର ପାହାଡ଼ ଉପରେ ଟ୍ରାକ୍‌ ଲଗାଇବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ ଏବଂ ଏହା ସମ୍ଭବ ହୋଇ ନ ଥିଲା। ବର୍ତ୍ତମାନ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌କୁ ଏପରି ଭାବରେ ଡିଜାଇନ କରାଯାଇଛି ଯେ ତୁଷାରପାତ ଏବଂ ମାଇନସ୍‌ ୧୦ ଡିଗ୍ରୀ ସେଲସିୟସରେ ମଧ୍ୟ ଏହାର ଚଳାଚଳରେ କୌଣସି ଅସୁବିଧା ହେବ ନାହିଁ। ଏଥିପାଇଁ ଡ୍ରାଇଭର କୋଚ୍‌ରେ ଡ୍ରାଇଭର ସିଟ୍‌ ପୂର୍ବାପେକ୍ଷା ଅଧିକ ଆରାମଦାୟକ ହୋଇଛି। ଏହା ବ୍ୟତୀତ ଇଞ୍ଜିନର ୱିଣ୍ଡଶିଲ୍ଡ ଉପରେ ମଧ୍ୟ ଅନେକ କାମ କରାଯାଇଛି। ଏହି ୱିଣ୍ଡିଶିଲ୍ଡ ତିନୋଟି ସ୍ତରରେ ନିର୍ମାଣ କରାଯାଇଥିବାବେଳେ ଏହା ଭିତରେ ଏକ ସ୍ତର ଅଛି ଯାହା ସବୁବେଳେ ଗ୍ଲାସ୍‌କୁ ଗରମ ରଖିବ। ଉତ୍ତାପ ହେତୁ ଏହାକୁ ଡିଫ୍ରଷ୍ଟ କରିବା ସହଜ ହେବ। ଇଞ୍ଜିନର ୱିଣ୍ଡସ୍କ୍ରିନରେ ସ୍ଥାପିତ ୱାପରର ୱାଶରରେ ଗରମ ପାଣି ଛିଞ୍ଚିବ, ଯେଉଁ କାରଣରୁ ଏଠାରେ ତୁଷାର ଜମା ହେବନାହିଁ। ଏପରିକି ଏହା ବାଷ୍ପ ସୃଷ୍ଟି କରିବ ନାହିଁ। ଫଳରେ ଟ୍ରେନ୍‌ ଚଲାଇବାରେ କୌଣସି ଅସୁବିଧା ହେବ ନାହିଁ। ସମସ୍ତ କୋଚ୍‌ରେ ଉତ୍ତମ ଥର୍ମୋଷ୍ଟାଟ ବ୍ୟବହାର କରାଯାଇଥିବାରୁ ଏହା ମାଇନସ୍‌ ତାପମାତ୍ରାରେ ମଧ୍ୟ ଲୋକଙ୍କ ଯାତ୍ରା ଆରାମଦାୟକ ରହିବ। ଜଳ ଯୋଗାଣ ପାଇପରେ ମଧ୍ୟ ଡବଲ ଟ୍ରିପଲ ଇନ୍‌ସୁଲେସନ ଅଛି। ଯେଉଁ କାରଣରୁ ପାଇପରେ ପାଣି ବରଫ ହେବ ନାହିଁ। ୱାଶରୁମ୍‌ର ଆକାର ମଧ୍ୟ ବୃଦ୍ଧି କରାଯାଇଛ। ଏହା ବ୍ୟତୀତ, ଫ୍ଲାସ୍‌ ସିଷ୍ଟମ ମାଇନସ୍‌ ତାପମାତ୍ରାରେ ଜାମ୍‌ ନ ହେବା ପାଇଁ, ଏଠାରେ ଗରମ ପ୍ୟାଡ୍‌ ମଧ୍ୟ ସ୍ଥାପନ କରାଯାଇଛି। ତୁଷାରପାତ ସମୟରେ ବ୍ରେକ୍‌ ଠିକ୍‌ ଭାବରେ କାର୍ଯ୍ୟ କରିପାରିବ ବୋଲି ଧ୍ୟାନରେ ରଖି ଟେକ୍ନୋଲୋଜି ମାଧ୍ୟମରେ ଆର୍ଦ୍ରତା ଦୂର ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?