Categories: ଖେଳ

କଳା ବ୍ୟାଣ୍ଡ ପିନ୍ଧି ପଡ଼ିଆକୁ ଓହ୍ଲାଇଲେ ଭାରତୀୟ ଖେଳାଳି; କିଛି ଏପରି ରହିଛି କାରଣ…

ଲଣ୍ଡନ,୨।୯: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଓଭାଲଷଣ ଖେଳାଯାଉଥିବା ଚତୁର୍ଥ ଟେଷ୍ଟ ଆରମ୍ଭ ହୋଇଛି। ଇଂଲଣ୍ଡ ଟସ୍‌ ଜିତି ଭାରତକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ ଦେଇଛି। ତେବେ ଏହି ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆର ଖେଳାଳିମାନେ କଳା ବ୍ୟାଣ୍ଡ ପିନ୍ଧି ପଡ଼ିଆକୁ ଓହ୍ଲାଇଥିବା ଦେଖାଯାଇଛି। ଭାରତୀୟ ଦଳ ବ୍ୟାଟିଂ ପୂର୍ବରୁ ଜାତୀୟ ସଂଗୀତ ପାଇଁ ପଡ଼ିଆକୁ ଆସିଥିବା ବେଳେ ଖେଳାଳିମାନଙ୍କ ହାତରେ କଳା ପଟି ବନ୍ଧା ହୋଇଥିବା ଦେଖିବାକୁ ମିଳିଥିଲା। ଏହାକୁ ନେଇ ପ୍ରଶଂସକଙ୍କ ମନରେ ପ୍ରଶ୍ନ ଉଠିଥିଲା।

ନିକଟରେ ମୁମ୍ବାଇ କ୍ରିକେଟର ଦ୍ରୋଣାଚାର୍ଯ୍ୟ କୁହାଯାଉଥିବା ଭେଟେରାନ କୋଚ୍‌ ଭାସୁ ପରଞ୍ଜପେଙ୍କ ପରଲୋକ ଘଟିଛି। ସେ ପୂର୍ବତନ ଭାରତୀୟ କ୍ରିଟେର ତଥା ପ୍ରଶିକ୍ଷକ ମଧ୍ୟ ଥିଲେ। ଚତୁର୍ଥ ଟେଷ୍ଟରେ ଭାସୁଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଲାଗି ଖେଳାଳିମାନେ କଳା ବ୍ୟାଚ୍‌ ପିନ୍ଧିଥିବା ଜଣାପଡ଼ିଛି।

କହିରଖୁଛୁ, ଭାସୁଙ୍କ ମାର୍ଗଦର୍ଶନରେ ଭାରତକୁ ସଚିନ ତେନ୍ଦୁଲକରଙ୍କ ସମେତ ଅନେକ ମହାନ କ୍ରିକେଟର ମିଳିଥିଲେ। ସେ ତାଙ୍କର ଜ୍ଞାନ ଏବଂ ଖେଳାଳିଙ୍କ ମାନସିକତାରେ ପରିବର୍ତ୍ତନକୁ ନେଇ ଜଣାଶୁଣା ଥିଲେ।

Share