Categories: ଖେଳ

ଅଷ୍ଟ୍ରେଲିଆରେ ଶୋଇପାରି ନ ଥିଲେ ଏହି ଖେଳାଳି: ଖାଇବାକୁ ପଡ଼ିଥିଲା ନିଦ ବଟିକା

କୌଣସି ବି ଖେଳ ହେଉ ନା କାହିଁକି ଖେଳିବା ସମୟରେ ଖେଳାଳିମାନେ ସବୁବେଳେ ଚାପରେ ରହିଥାନ୍ତି। ବିଶେଷକରି ପ୍ରଥମ ଦ୍ୱିତୀୟ ଥର ମ୍ୟାଚ୍‌ ଖେଳୁଥିବା ଖେଳାଳିଙ୍କ ପାଇଁ ଅଧିକ ଚାପ ସବୁଠାରୁ ଅଧିକ ଥାଏ। ଭାରତ -ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ବର୍ଡର ଗାଭାସ୍କର ସିରିଜ୍‌ରେ ଭାରତ ଐତିିହାସକ ବିଜୟ ହାସଲ କରିଛି। ମାତ୍ର ଏହି ମ୍ୟାଚ୍‌ ଅବସରରେ ଏମିତି ବି ସମୟ ଆସିଥିଲା ଯେତେବେଳେ ଭାରତୀୟ ଦଳ ସମ୍ପୂର୍ଣ୍ଣ ଭାଙ୍ଗିିପଡ଼ିଥିଲା। ଅଷ୍ଟ୍ରେଲିଆରେ ଯେତେବେଳେ ଆଡିଲେଡ୍‌ ଟେଷ୍ଟରେ ଟିମ୍‌ ଇଣ୍ଡିଆ ୩୬ ରନ୍‌ କରି ପରାଜୟ ହୋଇଥିଲା ସେତେବେଳେ ସମସ୍ତ ଖେଳାଳି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହି ସମୟ ବିଷୟରେ କଥା ହୋଇ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଶୁଭମନ ଗିଲ କହିଥିଲେ ଯେ, ଯେତେବେଳେ ଦଳ ମାତ୍ର ୩୬ ରନ୍‌ କରି ଅଲଆଉଟ୍‌ ହୋଇଯାଇଥିଲା ସେତେବେଳେ ସମସ୍ତ ଦୁଃଖରେ ଭାଙ୍ଗିପଡ଼ିଥିଲେ। ଏହି ପରାଜୟ ଯୋଗୁ ସେ ସାରାରାତି ଶୋଇପାରି ନ ଥିଲେ। ରାତିରେ ଶୋଇବା ପାଇଁ ତାଙ୍କୁ ନିଦ ବଟିକା ଖାଇବାକୁ ପଡ଼ିଥିଲା ବୋଲି ଶୁଭମନ କହିଥିଲେ।

Share