Categories: ଖେଳ

ଏହି ପ୍ରସିଦ୍ଧ କ୍ରିକେଟର୍‌ଙ୍କ ବେକରେ ପଡିଲା ଜୋତାମାଳ

ଭାରତୀୟ ଦଳର ଷ୍ଟାର୍‌ ଖେଳାଳି ଶ୍ରେୟାସ ଆୟାର୍‌ ଜୋତା ସଂଗ୍ରହ କରିବାକୁ ବେଶ୍‌ ଭଲ ପାଆନ୍ତି। ଅଷ୍ଟ୍ରେଲିଆରେ ଏକଦିବସୀୟ ଏବଂ ଟି-୨୦ ଖେଳି ସ୍ବଦେଶ ଫେରିବା ପରେ ସେ ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରିଛନ୍ତି। ଫଟୋରେ ସେ ବେକରେ ଜୋତା ମାଳ ପକାଇଥିବା ନଜର ଆସିଛନ୍ତି। ସେ ବେକରେ ପକାଇବା ଜୋତା ନାଇକ୍‌ କମ୍ପାନୀର ବୋଲି ଜଣାପଡିଛି। ଶେୟସ ଲକ୍ଷ ଲକ୍ଷ ଟଙ୍କାର ଜୋତା ସବୁ ସଂଗ୍ରହ କରି ରଖିଛନ୍ତି। ତାଙ୍କ ପାଖରେ ୫୦ରୁ ଅଧିକ ମହଙ୍ଗା ଜୋତା ହଳ ରହିଛି। ଅନ୍ୟ ଏକ ଫଟୋରେ ଶେୟାସ ଜୋତା ହଳ ଭିତରେ ବସିଥିବା ଦେଖାଯାଇଛି। ସେହିପରି ଅଣ୍ଡର-୧୯ କ୍ରିକେଟ୍‌ ଖେଳୁଥିବାବେଳେ ସେ ଏକ ଜୀବନର ପ୍ରଥମ କାର୍‌ କିଣିଥିଲେ। ଏହା ସହ ପଶୁମାନଙ୍କୁ ମଧ୍ୟ ଆଦର କରନ୍ତି ଶେୟାସ। ଗତ ଆଇପିଏଲ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଶ୍ରେୟାସ ଚମତ୍କାର ପ୍ରଦର୍ଶନ କରି ଦଳକୁ ଫାଇନାଲରେ ପହଞ୍ଚାଇଥିଲେ।

Share