Posted inଜାତୀୟ

ବର୍ଷକୁ ୫ ସେମି ଘୁଞ୍ଚୁଛି ଭାରତୀୟ ପ୍ଲେଟ୍‌

ହାଇଦ୍ରାବାଦ, ୨୩।୨: ନିକଟରେ ତୁର୍କୀ ଓ ସିରିଆରେ ପ୍ରଳଙ୍କରୀ ଭୂକମ୍ପର ଭୟାବହତା ଦେଖିବା ପରେ ବିଶ୍ୱବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ପୂର୍ବରୁ ଭାରତ ମଧ୍ୟ ଅନେକ ଭୂମିକମ୍ପଜନିତ ଦୁଷ୍ପରିଣାମର ମୂକସାକ୍ଷୀ ପାଲଟିଛି। ତେବେ ଆଗାମୀ ଦିନରେ ଦେଶରେ ସାଂଘାତିକ ଭୂମିକମ୍ପ ହେବା ନେଇ ନ୍ୟାଶନାଲ ଜିଓଗ୍ରାଫିକାଲ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ (ଏନ୍‌ଜିଆର୍‌ଆଇ) ବୈଜ୍ଞାନିକ ଡ. ଏନ୍‌. ପୂର୍ଣ୍ଣଚନ୍ଦ୍ର ରାଓ ସତର୍କ କରିଛନ୍ତି। ପୃଥିବୀ ପୃଷ୍ଠ ତଳେ ଅନେକ ପ୍ଲେଟ୍‌ ରହିଛି, ଯେଉଁଗୁଡ଼ିକ ସମୟକ୍ରମେ ଗତିମାନ କରନ୍ତି। ଭାରତ ଭୂପୃଷ୍ଠର ପ୍ଲେଟ୍‌ ପ୍ରତିବର୍ଷ ୫ ସେଣ୍ଟିମିଟର ଘୁଞ୍ଚୁଛି। ଏହାଦ୍ୱାରା ହିମାଳୟ ଉପରେ ଚାପ ପଡ଼ିବା ସହ ଭୂକମ୍ପର ଆଶଙ୍କା ବୃଦ୍ଧି ପାଇଛି।

ଉତ୍ତରାଖଣ୍ଡ ସମେତ ହିମାଚଳ ଏବଂ ନେପାଳର ପଶ୍ଚିମାଞ୍ଚଳ ମଧ୍ୟରେ ଥିବା ଭୂକମ୍ପୀୟ ଅନ୍ତରାୟ ଯୋଗୁ ଯେ କୌଣସି ମୁହୂର୍ତ୍ତରେ ସେଠାରେ ଭୂମିକମ୍ପ ହେବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ ବୋଲି ରାୟ କହିଛନ୍ତି। ସତର୍କତା ଦୃଷ୍ଟିରୁ ଉତ୍ତରାଖଣ୍ଡରେ ୧୮ଟି ସେସ୍‌ମୋଗ୍ରାଫ୍‌ (ଭୂମିକମ୍ପ ସମୟରେ ଭୂପୃଷ୍ଠର ଗତି ମାପକ) ଷ୍ଟେଶନ୍‌ ରହିଛି। ଗତ ୬ ତାରିଖରେ ତୁର୍କୀ, ସିରିଆରେ ଅନୁଭୂତ ୭.୮ ତୀବ୍ରତା ବିଶିଷ୍ଟ ଭୂମିକମ୍ପ ଦୁଇ ଦେଶର ନକ୍ସାକୁ ବଦଳାଇ ଦେଇଛି। ଏଥିରେ ୪୬,୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଛି। ଅନେକ ଲୋକ ଏବେ ବି ନିଜ ପ୍ରିୟଜନଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି। ସିରିଆ ଓ ତୁର୍କୀର ସ୍ଥିତିକୁ ଦେଖି ଏବେ ଅନ୍ୟ ଦେଶଗଡ଼ିକ ଏପ୍ରକାର ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ପୂର୍ବ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଖାଲି ସେତିକି ନୁହେଁ, ଭୂକମ୍ପ ସମ୍ପର୍କରେ ଆଗୁଆ ଅବଗତ ହେବା ଲାଗି ବୈଜ୍ଞାନିକଙ୍କ ପକ୍ଷରୁ ଅଧ୍ୟୟନ ମଧ୍ୟ ଆରମ୍ଭ ହୋଇଯାଇଛି। ହିମାଳୟର ପ୍ଲେଟ୍‌ ସ୍ଥିତିକୁ ଅନୁଧ୍ୟାନ କଲେ ସେଠାରେ ଯେକୌଣସି ମୁହୂର୍ତ୍ତରେ ଭୂମିକମ୍ପ ହେବା ଅନୁମାନ କରାଯାଏ। ଏହାର ତୀବ୍ରତା ୮.୦ କିମ୍ବା ତା’ଠାରୁ ଅଧିକ ରହିବ। ଅନ୍ୟପକ୍ଷେ ଭାରତର ୫୯% ଜନବସତି ମୁଣ୍ଡ ଉପରେ ଭୂକମ୍ପଜନିତ ବିପଦ ରହିଥିବା ବୈଜ୍ଞାନିକମାନେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

T20 World Cupରେ ଇତିହାସ ରଚିଲା ଜିମ୍ବାଓ୍ବେ, ଶ୍ରୀଲଙ୍କାକୁ ହରାଇ କଲା ମହାରେକର୍ଡ

ନୂଆଦିଲ୍ଲୀ,୧୯।୨: 2026 T20 World Cupର ୩୮ତମ ଲିଗ ମ୍ୟାଚ ଶ୍ରୀଲଙ୍କା ଏବଂ ଜିମ୍ବାୱେ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଜିମ୍ବାୱେ ଏହି ମ୍ୟାଚକୁ…

ନୂଆ ଡ୍ରାମା କଲାଣି ପାକିସ୍ତାନ, ହଠାତ ଏମିତି କରି ଚମକାଇଲେ ବୋର୍ଡ ଅଧ୍ୟକ୍ଷ

ଇସଲାମାବାଦ,୧୯।୨: ପାକିସ୍ତାନରେ ଏକ ନୂଆ ବିବାଦ ଦେଖାଦେଇଛି। ପାକିସ୍ତାନ ହକି ଦଳର ଅଧିନାୟକ ଶକିଲ ଅମ୍ମାଦ ବଟ ଅଷ୍ଟ୍ରେଲିଆ ଗସ୍ତରୁ ଫେରିବା ପରେ PHF (ପାକିସ୍ତାନ ହକି…

ନିଆଁ ଲାଗି ପଦା ହେଉଛି ଜଙ୍ଗଲ, ବେଫିକର ବନବିଭାଗ; ଫୋନ ଉଠାଉନାହାନ୍ତି ରେଞ୍ଜର, ACF 

ଭବାନୀପାଟଣା, ୧୯।୨ (ଉତ୍ତମ କୁମାର ଦାଶ)- ପରିବେଶକୁ ସନ୍ତୁଳନ ତଥା ପ୍ରଦୁଷଣରୁ ରକ୍ଷା କରିବା ପାଇଁ ସରକାର ଗ୍ରାମାଞ୍ଚଳର ଜଙ୍ଗଲଗୁଡିକର ସୁରକ୍ଷା ସହ ନୂତନ ଜଙ୍ଗଲ ସୃଷ୍ଟି…

ବ୍ରିଟିଶ ରାଜ ପରିବାରକୁ ଲଜ୍ଜା, ପୂର୍ବତନ ରାଜକୁମାର ଗିରଫ

ନୂଆଦିଲ୍ଲୀ,୧୯ା୨: ବ୍ରିଟେନର ରାଜା ଚାର୍ଲସଙ୍କ ସାନ ଭାଇ ତଥା ପୂର୍ବତନ ରାଜକୁମାର ଆଣ୍ଡ୍ର୍ୟୁ ମାଉଣ୍ଟବ୍ୟାଟେନ-ୱିଣ୍ଡସର ଗୁରୁବାର ଗିରଫ ହୋଇଛନ୍ତି। ସରକାରୀ ପଦବୀରେ ଥାଇ ଅସଦାଚରଣ ବା କ୍ଷମତାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri