Posted inଜାତୀୟ

ବର୍ଷକୁ ୫ ସେମି ଘୁଞ୍ଚୁଛି ଭାରତୀୟ ପ୍ଲେଟ୍‌

ହାଇଦ୍ରାବାଦ, ୨୩।୨: ନିକଟରେ ତୁର୍କୀ ଓ ସିରିଆରେ ପ୍ରଳଙ୍କରୀ ଭୂକମ୍ପର ଭୟାବହତା ଦେଖିବା ପରେ ବିଶ୍ୱବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ପୂର୍ବରୁ ଭାରତ ମଧ୍ୟ ଅନେକ ଭୂମିକମ୍ପଜନିତ ଦୁଷ୍ପରିଣାମର ମୂକସାକ୍ଷୀ ପାଲଟିଛି। ତେବେ ଆଗାମୀ ଦିନରେ ଦେଶରେ ସାଂଘାତିକ ଭୂମିକମ୍ପ ହେବା ନେଇ ନ୍ୟାଶନାଲ ଜିଓଗ୍ରାଫିକାଲ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ (ଏନ୍‌ଜିଆର୍‌ଆଇ) ବୈଜ୍ଞାନିକ ଡ. ଏନ୍‌. ପୂର୍ଣ୍ଣଚନ୍ଦ୍ର ରାଓ ସତର୍କ କରିଛନ୍ତି। ପୃଥିବୀ ପୃଷ୍ଠ ତଳେ ଅନେକ ପ୍ଲେଟ୍‌ ରହିଛି, ଯେଉଁଗୁଡ଼ିକ ସମୟକ୍ରମେ ଗତିମାନ କରନ୍ତି। ଭାରତ ଭୂପୃଷ୍ଠର ପ୍ଲେଟ୍‌ ପ୍ରତିବର୍ଷ ୫ ସେଣ୍ଟିମିଟର ଘୁଞ୍ଚୁଛି। ଏହାଦ୍ୱାରା ହିମାଳୟ ଉପରେ ଚାପ ପଡ଼ିବା ସହ ଭୂକମ୍ପର ଆଶଙ୍କା ବୃଦ୍ଧି ପାଇଛି।

ଉତ୍ତରାଖଣ୍ଡ ସମେତ ହିମାଚଳ ଏବଂ ନେପାଳର ପଶ୍ଚିମାଞ୍ଚଳ ମଧ୍ୟରେ ଥିବା ଭୂକମ୍ପୀୟ ଅନ୍ତରାୟ ଯୋଗୁ ଯେ କୌଣସି ମୁହୂର୍ତ୍ତରେ ସେଠାରେ ଭୂମିକମ୍ପ ହେବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ ବୋଲି ରାୟ କହିଛନ୍ତି। ସତର୍କତା ଦୃଷ୍ଟିରୁ ଉତ୍ତରାଖଣ୍ଡରେ ୧୮ଟି ସେସ୍‌ମୋଗ୍ରାଫ୍‌ (ଭୂମିକମ୍ପ ସମୟରେ ଭୂପୃଷ୍ଠର ଗତି ମାପକ) ଷ୍ଟେଶନ୍‌ ରହିଛି। ଗତ ୬ ତାରିଖରେ ତୁର୍କୀ, ସିରିଆରେ ଅନୁଭୂତ ୭.୮ ତୀବ୍ରତା ବିଶିଷ୍ଟ ଭୂମିକମ୍ପ ଦୁଇ ଦେଶର ନକ୍ସାକୁ ବଦଳାଇ ଦେଇଛି। ଏଥିରେ ୪୬,୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଛି। ଅନେକ ଲୋକ ଏବେ ବି ନିଜ ପ୍ରିୟଜନଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି। ସିରିଆ ଓ ତୁର୍କୀର ସ୍ଥିତିକୁ ଦେଖି ଏବେ ଅନ୍ୟ ଦେଶଗଡ଼ିକ ଏପ୍ରକାର ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ପୂର୍ବ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଖାଲି ସେତିକି ନୁହେଁ, ଭୂକମ୍ପ ସମ୍ପର୍କରେ ଆଗୁଆ ଅବଗତ ହେବା ଲାଗି ବୈଜ୍ଞାନିକଙ୍କ ପକ୍ଷରୁ ଅଧ୍ୟୟନ ମଧ୍ୟ ଆରମ୍ଭ ହୋଇଯାଇଛି। ହିମାଳୟର ପ୍ଲେଟ୍‌ ସ୍ଥିତିକୁ ଅନୁଧ୍ୟାନ କଲେ ସେଠାରେ ଯେକୌଣସି ମୁହୂର୍ତ୍ତରେ ଭୂମିକମ୍ପ ହେବା ଅନୁମାନ କରାଯାଏ। ଏହାର ତୀବ୍ରତା ୮.୦ କିମ୍ବା ତା’ଠାରୁ ଅଧିକ ରହିବ। ଅନ୍ୟପକ୍ଷେ ଭାରତର ୫୯% ଜନବସତି ମୁଣ୍ଡ ଉପରେ ଭୂକମ୍ପଜନିତ ବିପଦ ରହିଥିବା ବୈଜ୍ଞାନିକମାନେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୩୦ ସୁଦ୍ଧା ଭାରତ ହେବ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି; ୭.୩ ଟ୍ରିଲିୟନ ଡଲାରରେ ପହଞ୍ଚିବ GDP

ବେଙ୍ଗାଲୁରୁ,୨୯।୧୨: ଭାରତୀୟ ଅର୍ଥନୀତି ଏକ ନୂତନ ମାଇଲଖୁଣ୍ଟ ଅତିକ୍ରମ କରିଛି। ସୋମବାର ଜାରି ହୋଇଥିବା ଏକ ସରକାରୀ ବିବୃତ୍ତି ଅନୁଯାୟୀ, ୪.୧୮ ଟ୍ରିଲିୟନ ଡଲାର GDP...

ଆତ୍ମହତ୍ୟା କଲେ ଅଭିନେତ୍ରୀ, ସରକାରୀ ଚାକିରି କରିବାକୁ ଚାପ ପକାଉଥିଲେ ପରିବାର

ବେଙ୍ଗାଲୁରୁ,୨୯।୧୨: ସରକାରୀ ଚାକିରି ଆଉ ବିବାହ ଚାପରୁ ମୁକୁଳିପାରି ନାହାନ୍ତି ଲୋକପ୍ରିୟ ଅଭିନେତ୍ରୀ ନନ୍ଦିନୀ ସିଏମ୍‌। ବେଙ୍ଗାଲୁରୁର କେଙ୍ଗେରୀ ସ୍ଥିତ ଏକ ପେଇଂ ଗେଷ୍ଟ (PG)...

ଭୁବନେଶ୍ବର ପାଇଁ ନୂଆ ଟିମ୍‌ ନିଯୁକ୍ତ କଲେ ମନମୋହନ, ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର,୨୯।୧୨: ଭାଜପା କଲା ବଡ଼ ଘୋଷଣା। ଭୁବନେଶ୍ବର ପାଇଁ ନୂଆ ପଦାଧିକାରୀ ଭାଜପା ନିଯୁକ୍ତି କରିଛି। ୨୧ ପଦାଧିକାରୀଙ୍କୁ ମନମୋହନ ସାମଲ ନିଯୁକ୍ତି ଦେଇଛନ୍ତି। ଭୁବନେଶ୍ବର...

ପୁଟିନଙ୍କ ବାସଭବନକୁ ୟୁକ୍ରେନର ଡ୍ରୋନ୍ ମାଡ଼; ଏପରି ପ୍ରତିକ୍ରିୟା ଦେଲେ ଜେଲେନସ୍କି

ନୂଆଦିଲ୍ଲୀ,୨୯।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ୟୁକ୍ରେନ ଡ୍ରୋନ୍ ମାଧ୍ୟମରେ ଆକ୍ରମଣ କରିଥିବା ରୁଷିଆ ଦାବି କରିଛି। ତେବେ ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ମିଥ୍ୟା...

ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ୍‌ ପୂର୍ବରୁ ହଠାତ୍‌ ସନ୍ନ୍ୟାସ ନେଇ ଚମକାଇଲେ ଏହି ଅଲରାଉଣ୍ଡର, କ୍ରିକେଟ ଜଗତରେ ଚହଳ

ନୂଆଦିଲ୍ଲୀ,୨୯।୧୨: ନ୍ୟୁଜିଲାଣ୍ଡର ଅଲରାଉଣ୍ଡର ଡଗ ବ୍ରାସୱେଲ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି। ବ୍ରାସୱେଲ ୬୯ଟି ଅନ୍ତର୍ଜାତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡ ଦଳର ପ୍ରତିନିଧିତ୍ୱ କରିଥିଲେ, ୧୨୦...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି: ୭୯,୦୦୦ କୋଟି ଟଙ୍କାର ସାମରିକ ଉପକରଣ କିଣିବାକୁ ମଞ୍ଜୁରୀ

ନୂଆଦିଲ୍ଲୀ ,୨୯।୧୨: ଶକ୍ତିଶାଳୀ ହେବ ଭାରତୀୟ ସେନା। ନାଲି ଆଖି ଦେଖାଇଲେ ମିସାଇଲ ମାଡ଼ କରିବ ଭାରତ। ଦେଶର ପ୍ରତିରକ୍ଷା କ୍ଷମତାକୁ ଅଧିକ ସୁଦୃଢ଼ କରିବା...

ଜାନୁଆରୀ ୫ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି, ଏହିଦିନ ହେବ ପଞ୍ଜୀକରଣ

ଭୁବନେଶ୍ୱର,୨୯।୧୨: ଆସନ୍ତା ସୋମବାର ଜାନୁଆରୀ ୫ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ପୂର୍ବାହ୍ନ ୧୦ ଘଟିକାରୁ ୟୁନିଟ-୨, ଅଶୋକ ନଗର,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri