ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ ଫେରିବା ଆରମ୍ଭ କରିଛନ୍ତି। ଗିରୋଙ୍ଗ-ନେପାଳ ସୀମାନ୍ତ ପୋଷ୍ଟ ହେଉଛି ତିବ୍ବତରୁ ନେପାଳ ମଧ୍ୟରେ ପ୍ରବେଶ ଓ ପ୍ରସ୍ଥାନର ମୁଖ୍ୟ ପଥ।

ବୁଧବାର ନେପାଳରେ ଅଚାନକ ବନ୍ୟା ଆସି ଉକ୍ତ ପୋଷ୍ଟ କ୍ଷତିଗ୍ରସ୍ତ ହେବାରୁ ଶତାଧିକ ବିଦେଶୀ ପର୍ଯ୍ୟଟକ ଫସିରହିଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ କୈଳାସ ମାନସରୋବର ଯାତ୍ରୀ ଥିଲେ। ବହୁ ଭାରତୀୟଙ୍କ ସମେତ ଫସିରହିଥିବା ତୀର୍ଥଯାତ୍ରୀମାନେ ଝାଙ୍ଗ୍‌ମା ସୀମାନ୍ତ ପଏଣ୍ଟ ଦେଇ ନେପାଳକୁ ଆସିଛନ୍ତି।

Share