Categories: ଜାତୀୟ

ଆମେରିକାରେ ଭାରତୀୟ ବଂଶୋଦ୍ଭବ ଛାତ୍ରଙ୍କ ମୃତ୍ୟୁ: ଚଳିତ ବର୍ଷ ଏହା ଚତୁର୍ଥ ମାମଲା

ନୂଆଦିଲ୍ଲୀ,୨।୨: ଆମେରିକାରେ ଜଣେ ଭାରତୀୟ ବଂଶୋଦ୍ଭବ ଛାତ୍ରଙ୍କ ମୃତଦେହ ମିଳିଛି। ସେ ହେଲେ ଶ୍ରେୟସ ରେଡ୍ଡୀ। ଶ୍ରେୟସ ବେନିଗର୍‌ ଓହିଓର ଲିଣ୍ଡର ସ୍କୁଲ ଅଫ ବିଜନେସ୍‌ର ଛାତ୍ର ଥିଲେ। ଶ୍ରେୟସଙ୍କ ମା’ବାପା ହାଇଦ୍ରାବାଦରେ ରୁହନ୍ତି। କିନ୍ତୁ ତାଙ୍କର ଆମେରିକୀୟ ପାସ୍‌ପୋର୍ଟ ରହିଛି। ଅନ୍ୟପକ୍ଷେ ଶ୍ରେୟସଙ୍କ ମୃତ୍ୟୁ ପରେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ମାମଲା ୪ରେ ପହଞ୍ଚିଛି। ଏହି ଘଟଣାକୁ ନେଇ ନ୍ୟୁୟର୍କରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଦୁଖଃ ପ୍ରକାଶ କରାଯିବା ସହ ମାମଲାର ତଦନ୍ତ ପାଇଁ ସ୍ଥାନୀୟ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି।

ସୋସିଆଲ ମିଡିଆରେ ଏକ ପୋଷ୍ଟରେ ଶ୍ରେୟସଙ୍କୁ ଖୋଜିବା ପାଇଁ ତାଙ୍କ ମା’ ସାହାଯ୍ୟ ମାଗିଥିଲେ। ତାଙ୍କ କହିବାନୁସାରେ, ତାଙ୍କୁ ଶେଷଥର ପାଇଁ ଜଣେ ଉବେର ଡ୍ରାଇଭର ଦେଖିଥିଲେ, ଯିଏକି ତାଙ୍କୁ କ୍ୟାମ୍ପସରେ ଆଣି ଛାଡ଼ିଥିଲେ। ସୂଚନାଯୋଗ୍ୟ, ଆମେରିକାରେ ୩ ଲକ୍ଷରୁ ଅଧିକ ଭାରତୀୟ ଛାତ୍ର ଅଛନ୍ତି। ଗତ ଦୁଇ ବର୍ଷ ମଧ୍ୟରେ ୨ଲକ୍ଷ ଛାତ୍ରଙ୍କୁ ଆମେରିକାର ଭିସା ପ୍ରଦାନ କରାଯାଇଛି।

 

Share