ଭାରତୀୟ ବଂଶୋଦ୍ଭବ ଛାତ୍ରଙ୍କୁ ହତ୍ୟା କଲେ ରୁମ୍‌ମେଟ୍‌

ଓ୍ବାଶିଂଟନ୍‌, ୭ା୧୦: ଆମେରିକାର ଇଣ୍ଡିଆନାରେ ଜଣେ ଭାରତୀୟ ବଂଶୋଦ୍ଭବ ଛାତ୍ରଙ୍କୁ ହତ୍ୟା କରାଯାଇଛି। ମୃତକ ହେଲେ ବରୁଣ ମନୀଷ ଛେଡ଼ା (୨୦)। ବରୁଣଙ୍କୁ ତାଙ୍କ ରୁମ୍‌ମେଟ୍‌ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୁର୍ଡୁଏ ୟୁନିଭର୍ସିଟିର ଡାଟା ସାଇନ୍ସ ଅଧ୍ୟୟନ କରୁଥିବା ମନୀଷଙ୍କ ମୃତଦେହ ମିଳିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା।

ପୋଲିସ ତଦନ୍ତ ପରେ କୋରୀୟ ବଂଶୋଦ୍ଭବ ୨୨ ବର୍ଷୀୟ ଜଣେ ଯୁବକଙ୍କୁ ପୋଲିସ ଗିରଫ କରିଥିବା ୟୁନିଭର୍ସିଟି ପୋଲିସ ମୁଖ୍ୟ ଲେସ୍‌ଲୀ ଓ୍ବିଟେ ପ୍ରକାଶ କରିଛନ୍ତି।

Share