ତାଲିବାନ ନେତାଙ୍କୁ ଭେଟିଲା ଭାରତୀୟ ପ୍ରତିନିଧି ମଣ୍ଡଳ

କାବୁଲ,୨।୬: ଗତ ବର୍ଷ ଅଗଷ୍ଟ ପରଠାରୁ ତାଲିବାନ ସରକାର କ୍ଷମତାକୁ ଆସିବା ପରେ ପ୍ରଥମ ଥର ଭାରତୀୟ ପ୍ରତିନିଧୀ ଦଳ ଗୁରୁବାର କାବୁଲରେ ପହଞ୍ଚିଛନ୍ତି। ଭାରତୀୟ ବରିଷ୍ଠ କୂଟନୈତିକ ଦଳ କାବୁଲରେ ପହଞ୍ଚିବା ପରେ ତାଲିବାନର ବରିଷ୍ଠ ସଦସ୍ୟଙ୍କୁ ଭେଟିଛନ୍ତି। ଏହି ସମୟରେ ୨ରାଷ୍ଟ୍ରର ପ୍ରତିନିଧି ଦଳ ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟରେ ପାକିସ୍ତାନ-ଆଫଗାନିସ୍ତାନ ଏବଂ ଇରାନ ମାମଲାର ପ୍ରଭାରୀ ଥିବା ଯୁଗ୍ମ ସଚିବ ଜେପି ସିଂଙ୍କ ନେତୃତ୍ୱରେ ଆଫଗାନିସ୍ତାନରେ ପହଞ୍ଚିଥିବା ଏହି ଟିମ୍‌ ଭାରତୀୟ ସହାୟତାରେ ହେଉଥିବା ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଏଥିସହ ତାଲିବାନର ପ୍ରତିନିଧିଙ୍କୁ ଭେଟିଥିଲେ।

Share