Categories: ଫୁରସତ

ଚର୍ଚ୍ଚାରେ ଭାରତୀୟ-ନାଇଜେରୀୟ ଦମ୍ପତି

ଅବୁଜା: ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଭାରତୀୟ- ନାଇଜେରୀୟା ଦମ୍ପତିଙ୍କୁ ଦେଖିବାକୁ ମିଳିଛି। ସୂଚନା ଯେ, ଚେନ୍ନାଇରେ ରହୁଥିବା କଳ୍ପନା ନାଇଜେରିଆର ଲୋଗେସ୍‌ରେ ରହୁଥିବା ଟାମିଣ୍ଡେ ଅକିନିମି ପ୍ରଥମ ଥର ପାଇଁ ୨୦୧୫ରେ ସାକ୍ଷାତ ହୋଇଥିଲା। ଉଭୟ ଏକ ବ୍ୟୁଟି ପ୍ରେଜେଣ୍ଟ ପ୍ରତିଯୋଗିତାରେ ଭାଗ ନେଇଥିଲେ। ସେଠାରେ ଜଣେ ମହିଳା ଏବଂ ପୁରୁଷଙ୍କ ମଧ୍ୟରେ ଯୋଡି କରାଯାଇଥିଲା। ଯୋଡିରେ ଦୁହେଁ ଏକାଠି ପ୍ରଦର୍ଶନ କରିଥିଲେ ଏବଂ ସେହି ପ୍ରତିଯୋଗିତାକୁ ଉଭୟେ ଜିତିଥିଲେ। କଳ୍ପନା ଏକ ଇଣ୍ଟରଭ୍ୟୁରେ କହିଛନ୍ତି, ତାଙ୍କ ଜନ୍ମ ଚେନ୍ନାଇରେ ହୋଇଥିଲା। ତାଙ୍କ ବାପା ୟୁନାଇଟେଡ୍‌ ନେଶନରେ କାର୍ଯ୍ୟ କରୁଥିବାବେଳେ ତାଙ୍କୁ ପରିବାର ସହ କେନିଆ ଯିବାକୁ ପଡ଼ିଥିଲା। ପରେ ତାଙ୍କ ପରିବାର ଭାରତକୁ ଫେରିଆସିଥିଲେ ମଧ୍ୟ ସେ ସେଠାରେ ରହି ପାଠ ପଢୁଥିଲେ। ସେତେବେଳେ ବ୍ୟୁଟି ପ୍ରତିଯୋଗିତାରେ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢିଉଠିଥିଲା। ୫ ବର୍ଷର ସମ୍ପର୍କ ପରେ ୨୦୨୧ରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଏବେ ତାଙ୍କ ଘରକୁ ଏକ ନୂଆ ଅତିଥି ଆସିବାକୁ ନେଇ ଦୁହେଁ ୟୁଟ୍ୟୁବ୍‌ ମାଧ୍ୟମରେ ସୂଚନା ଦେଇଛନ୍ତି।

Share