Categories: ଜାତୀୟ

ଭାରତୀୟ ନୌସେନାରେ ସାମିଲ ହେଲା ଓ୍ବାଗିର

ମୁମ୍ବାଇ,୧୨।୧୧-ଭାରତୀୟ ନୌସେନାରେ ଗୁରୁବାର ସାମିଲ ହୋଇଛି ବୁଡାଜାହଜ ଓ୍ବାଗିର। ଦକ୍ଷିଣ ମୁମ୍ବାଇ ସ୍ଥିତ ମାଜାଗାଓଁ ଡକ୍‌ ସମୁଦ୍ରତଟରେ ଏହି ବୁଡାଜାହଜ ଜଳାବତରଣ କରିଛି। ଭିଡିଓ କନ୍‌ଫରେନ୍ସିଂ ଜରିଆରେ ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। ଭାରତୀୟ ନୌସେନାର ସ୍କର୍ପିଅନ ଶ୍ରେଣୀର ପଞ୍ଚମ ଜାହଜ ଓ୍ବାଗିର ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ହୋଇଛି। ଫ୍ରାନ୍ସର ଡିସିଏନଏସ ଏବଂ ଭାରତୀୟ ନୌସେନା ପକ୍ଷରୁ ମିଳିତ ଭାବରେ ଏହାର ଡିଜାଇନ ପ୍ରସ୍ତୁତ କରାଯାଇଛି। ଭାରତ ମହାସାଗରରେ ଦେଖାଯାଉଥିବା ଶିକାରୀ ମାଛ ‘ୱାଗିର ନାମାନୁସାରେ ଏହାକୁ ନାମିତ କରାଯାଇଛି।

Share