Posted inଜାତୀୟ

ନୌସେନାକୁ ମିଳିବ ‘ଆଇଏନ୍‌ଏସ୍‌ ଭାଗିର୍‌’: ଶତ୍ରୁକୁ ଚକମା ଦେଖାଇ ଆକ୍ରମଣ କରିବାରେ ସକ୍ଷମ

ନୂଆଦିଲ୍ଲୀ,୨୦।୧: ଭାରତୀୟ ନୌସେନାର ଶକ୍ତି କ୍ରମାଗତ ଭାବେ ବୃଦ୍ଧି ପାଉଛି। ଆସନ୍ତା ଜାନୁୟାରୀ ୨୩ରେ ନୌସେନାରେ ସାମିଲ ହେବ ଆଧୁନିକ ଡିଜେଲ-ଇଲେକ୍ଟ୍ରିକ ଆକ୍ରମଣ ବୁଡ଼ାଜାହାଜ ‘ଆଇଏନ୍‌ଏସ୍‌ ଭାଗିର୍‌’। ପ୍ରୋଜେକ୍ଟ ପି-୭୫ ଅଧୀନରେ ଏହାକୁ ନିର୍ମାଣ କରାଯାଇଛି। ଏହା ସାମିଲ ହେବା ପରେ ନୌସେନାର ଶକ୍ତି ବୃଦ୍ଧି ପାଇବ। କାରଣ ଏହା ବିପଜ୍ଜନକ କ୍ଷେପଣାସ୍ତ୍ର ଏବଂ ଟର୍ପେଡୋ ସହ ସଜ୍ଜିତ ହେବ।

‘ଆଇଏନ୍‌ଏସ୍‌ ଭାଗିର୍‌’ ହେଉଛି ସମ୍ପୂର୍ଣ୍ଣ ସ୍ବଦେଶୀ ବୁଡାଜାହାଜ। ଏହାର ଲମ୍ବ ୨୨୧ ଫୁଟ, ବିମ୍‌ ୨୦ ଫୁଟ, ଉଚ୍ଚତା ୪୦ ଫୁଟ୍‌ ଏବଂ ଡ୍ରାଫ୍ଟ ୧୯ ଫୁଟ୍‌ ଅଟେ। ଏହାକୁ ମାଜାଗନ ଡକ୍‌ ଲିମିଟେଡ୍‌ ନିର୍ମାଣ କରିଛି। ଏହା ସମୁଦ୍ର ମଧ୍ୟରେ ଲ୍ୟାଣ୍ଡମାଇନ ବିଛାଇବାରେ ସକ୍ଷମ। ଏହାକୁ ୩୫୦ମିଟର ଗଭୀରରେ ନିୟୋଜିତ କରାଯାଇପାରିବ। ସ୍ବତନ୍ତ୍ର କୌଶଳରେ ନିର୍ମିତ ହୋଇଥିବାରୁଏହାକୁ ଶତ୍ରୁ ଚିହ୍ନଟ କରିବାରେ ସକ୍ଷମ ହେବେ ନାହିଁ। ଏଥିରେ ମଧ୍ୟ ଆଣ୍ଟି-ସିପ୍‌ ମିସାଇଲ ସ୍ଥାପନ କରାଯାଇଛି। ବିଶେଷକରି ଶତ୍ରୁର ରାଡାରରେ ନ ଆସିବା ଏହାର ସବୁଠାରୁ ବଡ଼ ବୈଶିଷ୍ଟ୍ୟ।

୨୦୨୦ ନଭେମ୍ବର ୧୨ରେ ଏହାର ନିର୍ମାଣ ଆରମ୍ଭ ହୋଇଥିଲା। ଏହି ବୁଡ଼ାଜାହାଜରେ ଅମ୍ଳଜାନ ତିଆରି କରିବାର କ୍ଷମତା ରହିଛି। ଏଥିଲାଗିଏହା ଦୀର୍ଘ ସମୟ(୫୦ ଦିନ) ପର୍ଯ୍ୟନ୍ତ ପାଣିରେ ରହିପାରେ। ସମୁଦ୍ର ତରଙ୍ଗରେ ଘଣ୍ଟାପ୍ରତି ଏହା ୨୦ କିମି ବେଗରେ ଚାଲିଥାଏ। କିନ୍ତୁ ସମୁଦ୍ର ମଧ୍ୟରେ ବୁଡ଼ିଯିବା ପରେ ଏହାର ବେଗ ଘଣ୍ଟାପ୍ରତି ୩୭ କିମି ହୋଇଥାଏ। ଥରକରେ ଏହା ୧୨ ହଜାର କିମି ଯାତ୍ରା କରିପାରେ। ଏଥିରେ ୮ ନୌସେନା ଅଧିକାରୀ ଏବଂ ୩୫ ସୈନିକ ରହିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

୨୦୩୦ ସୁଦ୍ଧା ଭାରତ ହେବ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି; ୭.୩ ଟ୍ରିଲିୟନ ଡଲାରରେ ପହଞ୍ଚିବ GDP

ବେଙ୍ଗାଲୁରୁ,୨୯।୧୨: ଭାରତୀୟ ଅର୍ଥନୀତି ଏକ ନୂତନ ମାଇଲଖୁଣ୍ଟ ଅତିକ୍ରମ କରିଛି। ସୋମବାର ଜାରି ହୋଇଥିବା ଏକ ସରକାରୀ ବିବୃତ୍ତି ଅନୁଯାୟୀ, ୪.୧୮ ଟ୍ରିଲିୟନ ଡଲାର GDP...

ଆତ୍ମହତ୍ୟା କଲେ ଅଭିନେତ୍ରୀ, ସରକାରୀ ଚାକିରି କରିବାକୁ ଚାପ ପକାଉଥିଲେ ପରିବାର

ବେଙ୍ଗାଲୁରୁ,୨୯।୧୨: ସରକାରୀ ଚାକିରି ଆଉ ବିବାହ ଚାପରୁ ମୁକୁଳିପାରି ନାହାନ୍ତି ଲୋକପ୍ରିୟ ଅଭିନେତ୍ରୀ ନନ୍ଦିନୀ ସିଏମ୍‌। ବେଙ୍ଗାଲୁରୁର କେଙ୍ଗେରୀ ସ୍ଥିତ ଏକ ପେଇଂ ଗେଷ୍ଟ (PG)...

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି: ୭୯,୦୦୦ କୋଟି ଟଙ୍କାର ସାମରିକ ଉପକରଣ କିଣିବାକୁ ମଞ୍ଜୁରୀ

ନୂଆଦିଲ୍ଲୀ ,୨୯।୧୨: ଶକ୍ତିଶାଳୀ ହେବ ଭାରତୀୟ ସେନା। ନାଲି ଆଖି ଦେଖାଇଲେ ମିସାଇଲ ମାଡ଼ କରିବ ଭାରତ। ଦେଶର ପ୍ରତିରକ୍ଷା କ୍ଷମତାକୁ ଅଧିକ ସୁଦୃଢ଼ କରିବା...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri